Pratidin TV

Odisha's Digital News Platform

ବିବାହ ପୂର୍ବରୁ ଲିଭ୍ ଇନ୍ ରେ ରହିବାକୁ ପରାମର୍ଶ ଦେଲେ ଜିନତ୍ ଅମନ୍ ..

1 min read

ଭେଟେରାନ୍ ଅଭିନେତ୍ରୀ ଜୀନତ ଅମାନଙ୍କୁ ୭୨ ବର୍ଷ ବୟସ ହୋଇଥିଲେ ବି ଏହି ବୟସରେ ତାଙ୍କର ଗ୍ରେସ୍‌, ସୌନ୍ଦର୍ଯ୍ୟ ଏବଂ ଷ୍ଟାଇଲ୍ କମି ନାହିଁ । ଏହି ବୟସରେ ବି ତାଙ୍କର ଷ୍ଟାଇଲ୍ ଆପଣ ବି ଦେଖିଲେ ଦିୱାନା ହେଇଯିବେ । ଏହି ବୟସରେ ବି ଜୀନତ ତାଙ୍କ ଲୁକ୍‌ରେ ସବୁ ଚର୍ଚ୍ଚା ସାଉଁଟୁଛନ୍ତି । ସେ ସର୍ବଦା ସୋଶିଆଲ ମିଡିଆରେ କିଛି ନା କିଛି ପୋଷ୍ଟ କରି ଚର୍ଚ୍ଚାର ଶିରୋନାମା ପାଲଟିଥାନ୍ତି । ତେବେ ବର୍ତ୍ତମାନ ପୁଣି ଥରେ ତାଙ୍କ ପୋଷ୍ଟ ଜରିଆରେ ଚର୍ଚ୍ଚାକୁ ଆସିଛନ୍ତି । ଅଭିନେତ୍ରୀ ନିଜ ପୋଷ୍ଟରେ ଲିଭ୍‌-ଇନ୍ ସମ୍ପର୍କ ବିଷୟରେ ଏପରି କଥା କହିଛନ୍ତି ଯେ , ଯାହା ଏବେ ବେଶ୍ ଭାଇରଲ ହେବାରେ ଲାଗିଛି । ସେ ନିଜ ସମସ୍ତଙ୍କୁ ବିବାହ ପୂର୍ବରୁ ଲିଭଇନ ରିଲେସନସିପରେ ରହିବାକୁ ପରାମର୍ଶ ଦେଇଛନ୍ତି । ଜୀନତ ଅମାନ ନିଜ ଇନଷ୍ଟାଗ୍ରାମରେ ନିଜର ଦୁଇଟି ଫଟୋ ପୋଷ୍ଟ କରିଛନ୍ତି । ଏହା ସେୟାର କରି ସେ ଲେଖିଛନ୍ତି, ”ଦୁଇଟି ତୀର, ଗୋଟିଏ ପୋଷ୍ଟ! ତୁମ ମଧ୍ୟରୁ କେହି ଜଣେ ମୋତେ ମନ୍ତବ୍ୟ ବିଭାଗରେ ସମ୍ପର୍କ ବିଷୟରେ ପରାମର୍ଶ ଦେବାକୁ କହିଥିଲେ । ଯଦି ତୁମେ ସମ୍ପର୍କ ବିଷୟରେ ମୋର ମତାମତ ଜାଣିବାକୁ ଚାହୁଁଛ, ତେବେ ମୁଁ ଆପଣଙ୍କୁ କହିବି ଯେ ବିବାହ ପୂର୍ବରୁ ତୁମେ ସବୁ ମୂଲ୍ୟରେ ଏକ ଲିଭ୍‌-ଇନ୍ ରିଲେସନସିପରେ ରହିବା ଉଚିତ ।”

ସେ ଆହୁରି ଲେଖିଛନ୍ତି, ”ଦିନରେ କିଛି ଘଣ୍ଟା ପାଇଁ ନିଜକୁ ଭଲ ଦେଖାଇବା ସହଜ ଅଟେ । କିନ୍ତୁ ଆପଣ ସେମାନଙ୍କ ସହ ବାଥରୁମ ସେୟାର କରିପାରିବେ କି? ଆମେ ପରସ୍ପରର କ୍ରୋଧକୁ ସହ୍ୟ କରିପାରିବେ କି? ପ୍ରତିଦିନ ରାତ୍ରିଭୋଜନ ପାଇଁ କ’ଣ ଖାଇବା ଉଚିତ ତାହା ତୁମ ପାଇଁ ସହମତ ହେବା ଆବଶ୍ୟକ କି?” ତୁମେ ବୁଝିବାକୁ ପଡିବ ଯେ ତୁମେ ପରସ୍ପର ପାଇଁ ତିଆରି ହୋଇଛି କି? ମୁଁ ଜାଣେ ଯେ ବିବାହ ପୂର୍ବରୁ ଏକାଠି ରହିବା ସମାଜରେ ଏକ ପାପ ବୋଲି ବିବେଚନା କରାଯାଏ, କିନ୍ତୁ କହିବାକୁ ଗଲେ ସମାଜ ଅନେକ ଜିନିଷକୁ ପାପ ବୋଲି ବିବେଚନା କରିଥାଏ ।”

କହିରଖୁଛୁ କି, ୭୦-୮୦ ଦଶକରେ ବଲିଉଡକୁ ନିଜ ହଟ୍ ଅନ୍ଦାଜ ଦେଖାଇ ଲୋକଙ୍କ ମନ ଜିତିଥିଲେ ଜୀନତ ଅମାନ । ସେ ୧୯୭୦ ମସିହାରେ ଚଳଚ୍ଚିତ୍ର ‘ଦ ଇଭିଲ ୱିଥ ଇନ୍‌’ ସହ ନିଜର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ଏହା ପରେ ସେ ‘ହରେ ରାମା ହରେ କୃଷ୍ଣ’, ‘ୟାଦୋଁ କି ବାରାତ୍‌’, ‘କୁର୍ବାନୀ’, ‘ଦୋସ୍ତାନା’ ଏବଂ ‘ଡନ୍‌’ ଭଳି ଅନେକ ଚଳଚ୍ଚିତ୍ରରେ ନିଜର ଅଭିନୟର ଯାଦୁ ଦେଖାଇ ବେଶ ପ୍ରଶଂସା ଏବଂ ଲୋକପ୍ରିୟତା ସାଉଁଟିଛନ୍ତି । ପ୍ରଂଶସକଙ୍କ ମଧ୍ୟରେ ଜିନତ୍ ଙ୍କର ଏହି ପୋଷ୍ଟଟି ଲୋକପ୍ରିୟ ମଧ୍ୟ ହୋଇପାରିଛି । ଅନେକ ଏହାର ପକ୍ଷରେ ଲେଖିଥିବା ବେଳେ ଆଉ କେତେକ ଏହାକୁ ବିରୋଧ କରିଛନ୍ତି । ଏହା ସମାଜରେ ଅପସଂସ୍କୃତି ବଢ଼ାଇବ ବୋଲି କେତେକ ମତବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *