ପ୍ରଦୂଷଣ ବଢାଉଛି ଜିନ୍ଦଲ କମ୍ପାନୀ : ନାକେଦମ୍ ହେଲେ ଅଞ୍ଚଳବାସୀ , ଫସଲନଷ୍ଟ, ଚର୍ମରୋଗ ସହ ମଲେଣି ଅନେକ ପଶୁପକ୍ଷୀ ..
1 min readଯାଜପୁର : କଳିଙ୍ଗନଗର ଶିଳ୍ପାଞ୍ଚଳ ର ଜିନ୍ଦଲ କମ୍ପାନୀ ଓ JSW ସିମେଣ୍ଟ ର କାରଖାନା ଭିତରୁ ବାହାର କୁ ନିଷ୍କାସନ କରୁଥିବା ବିଷାକ୍ତ କେମିକାଲ ମିଶ୍ରିତ ବର୍ଜ୍ୟ ଜଳରେ ଶହ ଶହ ଚାଷୀ ଓ ଏକାଧିକ ଗ୍ରାମବାସୀ ପ୍ରଭାବିତ ହେଉଥିବାର ଅଭିଯୋଗ ଆସିଛି। ଜିନ୍ଦଲ କାରଖାନା ରୁ ନିର୍ଗତ ଜଳ କଚେରୀ ଗାଁ ଗଣ୍ଡା ନାଳ ରେ ଛାଡ଼ୁଛି, ଏହି ନାଳ ଟି ଯଖ ପୁରା ର କଚେରୀ ଗାଁ, ଅରା ସାହି, ପ୍ରଧାନ ସାହି, ରାବଣା ଦେଇ କୁମ୍ଭୀରଗାଡ଼ିଆ ର ମାରୁଟିକର ପାଟ ରେ ମିଶୁଛି । ଯାହା ଦ୍ୱାରା ଏକର ଏକର ଚାଷ ଜମି ରେ ଏହି ବିଷାକ୍ତ ପାଣି ମିଶିବା ଦ୍ୱାରା ଚାଷ ହେଉନାହିଁ ।
ଗଣ୍ଡା ନାଳ କୂଳରେ ଥିବା ଚାଷୀ କୁହନ୍ତି ଯାହା ବି ଫସଲ କି ପନିପରିବା କଲେ ହଳଦିଆ ପଡ଼ି ଯାଉଛି । ଫସଲ ଝାଉଁଳି ଯାଉଛି,ଗୋଳିଆ, ଫେଣ ପରି ପାଣି ଆସୁଛି, ଆଗରୁ ଏହି ନାଳରେ ଲୋକ ଗାଧୁଆ ପାଧୁଆ କରୁଥିବା ବେଳେ ବର୍ତମାନ ଏହାକୁ ବ୍ୟବହାର କଲେ ଚର୍ମ ରୋଗ ହେଉଛି । ସାବୁନ ମାରିଲେ ମଧ୍ୟ ଫେଣ ହେଉନାହିଁ, ଗୋରୁ ଗାଈ ପିଇଲେ ମରିଯାଉଛନ୍ତି । କାଳ ହେଉଛି ଜିନ୍ଦଲ ର ବର୍ଜ୍ୟ ପାଣି, ପ୍ରାକୃତିକ ଗଣ୍ଡା ନାଳ କାହିଁ କେଉଁ ଅମଳ ରୁ ଥିଲା ତାହା ଏବେ ଜିନ୍ଦଲ ଜହର ରେ ପରିଣତ କରିଛି ।
ଚାଷ କମିଯିବାରୁ ମୁଣ୍ଡରେ ହାତ ଦେଲେଣି ଚାଷୀ, ଯେତେ ଅଭିଯୋଗ କଲେ ପ୍ରଦୂଷଣ ବୋର୍ଡ ଅଧିକାରୀ ଖାଲି ନୋଟିସ ଦେଇ ତାଙ୍କ କାମ ସାରିଦେଉଛନ୍ତି । କାର୍ଯ୍ୟନୁଷ୍ଠାନ ଶୂନ,JSWସିମେଣ୍ଟ ତାର ସିମେଣ୍ଟ ମିଶ୍ରିତ ପାଣି ଜିନ୍ଦଲ କାରଖାନା ଦେଇ ବାହାରକୁ ଛାଡି ଜିନ୍ଦଲ ନାଁ ରେ ଖସି ଯିବା ପାଇଁ ଯୋଜନା କୁ ବିରୋଧ କରିଛନ୍ତି ଅଂଚଳବାସୀ, ଏ ବିଷୟରେ ପ୍ରଦୂଷଣ ବୋର୍ଡ ଅଧିକାରୀ ଙ୍କୁ ପଚାରିବାରୁ ସେ କହିଲେ ଆମେ ଜିନ୍ଦଲ କୁ ନିର୍ଦେଶ ଦେଇଛୁ । ସେ ଯଦି ନ ମାନି ଏପରି ବାରମ୍ବାର ପାଣି ଛାଡେ ଆମେ ଆଗକୁ କାର୍ଯ୍ୟନୁଷ୍ଠାନ ନେବୁ, ଦେଖିବାକୁ ବାକି ରହିଲା ଲୋକ ମାନେ କିପରି ପୂର୍ଵ ପରି ଗଣ୍ଡା ନାଳ କୁ ବ୍ୟବହାର କରୁଛନ୍ତି ।