ଗାଡ଼ିରେ ନଥିଲା ପେଟ୍ରୋଲ ,ବାଇକ ବଦଳରେ ଘୋଡ଼ାରେ ଖାଦ୍ୟ ଡେଲିଭର କଲେ ଜୋମାଟୋ ବୟ
1 min readଏକ ଭିନ୍ନ ପ୍ରଣାଳୀରେ ଖାଦ୍ୟ ଡେଲିଭରି କଲେ ଡେଲିଭେରି ବୟ । ସେ ପୁଣି କୌଣସି ଛୋଟ କମ୍ପାନୀ ନୁହଁ । ଅଭିନବ ଉପାୟରେ ଗ୍ରାହକଙ୍କ ନିକଟରେ ଖାଦ୍ୟ ଡେଲିଭରି କରୁଛନ୍ତି ଜୋମାଟୋ ବୟ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଇଛି । ଘୋଡା ରେ ଖାଦ୍ୟ ନେଇ ଯାଉଥିବା ବେଳେ ରାସ୍ତା କେହି ଜଣେ ବ୍ୟକ୍ତି ତାଙ୍କର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ତେବେ ଏଭଳି ଘଟଣା ସାମ୍ନା କୁ ଆସିବାର ଏକ ମୁଖ୍ୟ କାରଣ ରହିଛି । କଣ ପାଇଁ ଯୁବକ ଜଣ ଙ୍କ ଏଭଳି କଲେ ଆପଣ ଜାଣିଛନ୍ତି କି ? ସ୍କୁଟର ,ବାଇକ ନେଇ ଡେ଼ଲିଭରୀ ବୟ ଯାଉଥିବା ସମସ୍ତେ ଦେଖିଛନ୍ତି । କିନ୍ତୁ ଏହା ପ୍ରଥମ ଘଟଣା ଯେଉଠି ଜଣେ ଯୁବକ ଖାଦ୍ୟ ପହଂଚାଇବା ପାଇଁ ଘୋଡାର ବ୍ୟବହାର କରିଛନ୍ତି । ଯାହାର କାରଣ ହେଉଛି ପେଟ୍ରୋଲ।
ଆଜ୍ଞା ହଁ ,ଗତ ୩ ଦିନ ଧରି ଲାଗି ରହିଥିବା ଟ୍ରକ୍ ଚାଳକଙ୍କ ଆନ୍ଦୋଳନ ହେତୁ ଏଭଳି ସମସ୍ୟା ଦେଖା ଦେଇଛି । ୩ ଦିନ ଧରି ରାଜରାସ୍ତା କୁ ଟ୍ରକ ଡ୍ରାଇଭର ଓଲ୍ହାଇଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଡିଜେଲ ର ସମସ୍ୟା ଦେଖା ଦେଇଛି । ଗାଡି ଚାଲୁ ନଥିବାରୁ ତେଲେ ଆସିପାରୁନଥିଲା ଫଳରେ ଚାରିଆଡେ ଲାଗି ରହିଥିଲା ଅସମ୍ଭବ ଭିଡ଼ । ଏପରିକି ବହୁ ସ୍ଥାନରେ ଘଣ୍ଟା ଘଣ୍ଟା ଛିଡ଼ା ହେବା ପରେ ବି ଲୋକେ ଖାଲି ହାତରେ ଫେରୁଥିଲେ। ତେଲ ନଥିବା ରୁ ଯାତାୟତ ରେ ଲୋକଙ୍କୁ ବହୁ ଅସୁବିଧା ହେଉଥିଲା । ଯାହା ର ସାମ୍ନା ଡେଲିଭରି ବୟ କରିଥିଲେ । ଖାଇବା ଅର୍ଡ଼ର ଆସିଥିବା ବେଳେ ପାର୍ସଲ ନେଇ ଯାଉଥିବା ବେଳେ ତେଲ ସମସ୍ୟା ଦେଖା ଦେଇଥିଲା ।
ଘଣ୍ଟା ଘଣ୍ଟା ଟାଙ୍କି ସମ୍ମୁଖରେ ଛିଡ଼ା ହୋଇ ବି ତେଲ ନ ପାଇବା ପରେ ଜୋମାଟୋ ଡେଲିଭରି ବୟ ଦେଶୀ ତରିକା ଆପଣାଇଛନ୍ତି । ଏପରିକି ବୟଜଣକ ଖାଦ୍ୟ ଡେଲିଭରି କରିବାକୁ ବାଇକ୍ ବଦଳରେ ଘୋଡ଼ାକୁ ବାଛିଛନ୍ତି। ଏପରି ଏକ ଘଟଣା ହାଇଦ୍ରାବାଦରେ ଦେଖିବାକୁ ମିଳିଛି।ହାଇଦ୍ରାବାଦର ଇମ୍ପରିଆଲ ହୋଟେଲ ସମ୍ମୁଖ ବ୍ୟସ୍ତ ରାସ୍ତାରେ ଜଣେ ଜୋମାଟୋ ବୟ ଏକ ଘୋଡ଼ା ଗାଡ଼ିରେ ଫୁଡ୍ ଡେଲିଭରି କରିବାକୁ ନେଉଥିବା ଦେଖି ଲୋକଙ୍କ ମନରେ ବେଶ୍ କୌତୁହଳ ଦେଖିବାକୁ ମିଳିଥିଲା। ଏ ନେଇ ସମ୍ପୃକ୍ତ ଜୋମାଟୋ ବୟଙ୍କୁ ଜଣେ ପଥଚାରୀ ପଚାରିବାରୁ ଖାଦ୍ୟ ଅର୍ଡର ଧରି ବାହାରିବାର ୩ ଘଣ୍ଟା ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ଛିଡ଼ା ହେଲି। ମାତ୍ର ପେଟ୍ରୋଲ ପାଇଲି ନାହିଁ। ଏହାପରେ ଘୋଡ଼ା ଧରି ଅର୍ଡର ଡେଲିଭରି କରିବାକୁ ବାହାରିଥିବା ସେ କହିଛନ୍ତି।