Pratidin TV

Odisha's Digital News Platform

ଭୁଲିଲେ CEO ପଦବୀ ; ଫ୍ରେଣ୍ଡସିପ୍ ଡେ’ରେ ଡେଲିଭରି ବୟ ବନି ଜୋମାଟୋ ସିଇଓ ବାଣ୍ଟିଲେ ଖୁସି…

1 min read

ନୂଆଦିଲ୍ଲୀ : ଭୁଲିଲେ ସିଇଓ ପଦବୀ । ଫ୍ରେଣ୍ଡସିପ୍ ଡେରେ ବାଣ୍ଟିଲେ ଖୁସି । ଖାଦ୍ୟ ପୁଡିଆ ସହ ଫ୍ରେଣ୍ଡସିପ୍ ବ୍ୟାଣ୍ଡ ଘରେ ଘରେ ପହଞ୍ଚାଇଛନ୍ତି ଜୋମାଟୋ ସିଇଓ ଦିପିନ୍ଦର ଗୋୟଲ । ନିଜେ ଆଜି ଡେଲିଭରି ବୟ ବନି ଲୋକମାନଙ୍କ ଘରେ ଖାଦ୍ୟ ସହ ସରପ୍ରାଇଡ୍ ଗିଫ୍ଟ ପହଞ୍ଚାଇଛନ୍ତି ସିଇଓ । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ତେବେ ଦିପିନ୍ଦର ଗୋୟଲ ନିଜେ ଏହି ଫଟୋଟିକୁ ପ୍ରଥମେ ଟୁଇଟରରେ ସେୟାର କରିଥିଲେ । ଫଟୋରେ ସେ ଜୋମାଟୋ ଜର୍ସି ସହ ଏକ ବୁଲେଟରେ କିଛି ଖାଦ୍ୟ ପ୍ୟାକେଟ ଓ ଫ୍ରେଣ୍ଡସିପ୍ ବ୍ୟାଣ୍ଡରେ ନଜର ଆସିଛନ୍ତି । ଆଉ ଏଥିରେ ସେ ଡେଲିଭରି ପାର୍ଟନର୍ସ, ରେସ୍ତୋରାଁ ପାର୍ଟନର୍ସ ଓ ଗ୍ରାହକଙ୍କୁ ସରପ୍ରାଇଜ ଦେବା କଥା ଲେଖିଛନ୍ତି ।

ଏନେଇ ଅନେକ ୟୁଜର୍ସ ମାନେ କମେଣ୍ଟବକ୍ସରେ ଗୋୟଲଙ୍କୁ ପ୍ରଶଂସାରେ ପୋତି ପକାଇଛ

Leave a Reply

Your email address will not be published. Required fields are marked *