Pratidin TV

Odisha's Digital News Platform

(ଭିଡିଓ)କାମରୁ ମିଳୁନି ଫୁରସତ୍ : ବାଇକ୍ ଉପରେ ଶୁଖିଲା ଭାତ ଖାଇଲେ ଡେଲିଭରି ବୟ …

1 min read

ନୂଆଦିଲ୍ଲୀ : ଦେଶରେ ଫୁଡ୍ ଡେଲିଭରି ଆଫ୍ ଲୋକମାନଙ୍କ ଜୀବନକୁ ଅନେକ ମାତ୍ରାରେ ଶୁଖଦାୟକ ବନାଇଛି । ତାସହ ଲୋକମାନଙ୍କ ଜୀବନକୁ ଅତି ସହଜ କରିଦେଇଛି କାରଣ ମାତ୍ର କିଛି ମିନିଟ୍‌ରେ ବିନା ପରିଶ୍ରମରେ ଫୋନରେ ଗୋଟେ ଅର୍ଡର ମାରିବା କ୍ଷଣି ଲୋକମାନଙ୍କ ପାଖରେ ନିଜ ମନପସନ୍ଦର ଗରମ ଖାଦ୍ୟ ପହଞ୍ଚିଯାଉଛି । କିନ୍ତୁ କଣ ଆମେମାନେ କେବେ ଭାବିଛନ୍ତି ଏହି ଖାଦ୍ୟକୁ ଆମମାନଙ୍କ ପାଖରେ ପହଞ୍ଚାଉଥିବା ବ୍ୟକ୍ତିବି ଜଣେ ମଣିଷ । ଖରା ,ବର୍ଷା ,ଶୀତ ସହ ଟ୍ରାଫିକ୍ ଏପରିକି ନିଜ ସ୍ୱାସ୍ଥ୍ୟକୁ ମଧ୍ୟ ଖାତିର ନକରି ଲୋକମାନଙ୍କ ପାଖରେ ଖାଇବା ପହଞ୍ଚାଇବା ପାଇଁ ସବୁବେଳେ ଏମାନେ ତତ୍ପର । କାରଣ ହୁଏତ ସେମାନେ ଫୁଡ୍ ଡେଲିଭରି କରି ପାଉଥିବା ଟଙ୍କାରୁ ନିଜ ପରିବାରକୁ ଚଲାଉଥିବେ । କିମ୍ବା କାହାର ଅସହାୟ ପରିସ୍ଥିତି ତାକୁ ଏଭଳି କଠିନ କାମ କରିବାକୁ ବାଧ୍ୟ କରିଥିବ । ଯେଉଁଥିରେ ମଣିଷ ଖରା , ବର୍ଷା ଶୀତର କୌଣସି ଫରଖ ନଥାଏ ।

ଏହି କଠିନ ପରିସ୍ଥିତିରେ, ବେଳେବେଳେ ଗ୍ରାହକଙ୍କ ଖରାପ ଆଚରଣ ସେମାନଙ୍କ ଚାପକୁ ବଢାଇଥାଏ । କିନ୍ତୁ, ଏସବୁ ସତ୍ତ୍ୱେ ଡେଲିଭରି ବାଳକମାନେ ଠିକ୍ ସମୟରେ ଲୋକଙ୍କ ଅର୍ଡର ନେଇ ପହଞ୍ଚାଇଥାନ୍ତି । ଏଭଳି ପରିସ୍ଥିତିରେ, ଅନେକ ଥର ସେମାନେ ନିଜ ଖାଦ୍ୟ ଖାଇବାକୁ ସମୟ ପାଆନ୍ତି ନାହିଁ । ନିକଟରେ ସୋସିଆଲ ମିଡିଆରେ ଏକ ଡେଲିଭରି ବୟର ଏକ ଭିଡିଓ ଭାଇରାଲ ହେଉଛି, ଯାହା ଦେଖି ଜଣେ କଠୋର ହୃଦୟ ମଣିଷର ଆଖିବି ଭିଜିଯିବ । ଭାଇରାଲ ହେଉଥିବା ଭିଡିଓରେ, ଆପଣ ଦେଖିପାରିବେ ଯେ ଜୋମାଟୋ ଡେଲିଭରି ବୟ ଏକ ବିଲଡିଂ ସାମ୍ନାରେ ଠିଆ ହୋଇଛି । ନିଜ ବାଇକ୍‌କୁ ମଧ୍ୟ ସେଇଠି ରଖିଛି । ବାଇକ୍ ଉପରେ ଜୋମାଟର ଏକ ବ୍ୟାଗ୍ ମଧ୍ୟ ବନ୍ଧା ହୋଇଛି । ତେବେ ଭାଇରାଲ ଭିଡିଓରେ ଡେଲିଭରି ବୟ ଜଣଙ୍କ ତରବରିଆ ବାବେ ନିଜ ଏକ ପଲିଥିନ/ଜରିରେ କିଛି ଭାତ ଓ ହାତରେ ଏକ ଲଙ୍କାକୁ ଲଗାଇ କାମୁଡି ଖାଉଛି । କାରଣ ସେ ନିଜ ଖାଦ୍ୟକୁ ଶୀଘ୍ର ସାରି ପୁଣି କାହା ସୁସ୍ୱଦୁ ଖାଦ୍ୟକୁ ଗ୍ରାହକ ପାକରେ ପହଞ୍ଚାଇବାକୁ ଯିବେ ।

ତେବେ ଏହି ଭିଡିଓକୁ ଆଇଏଏସ୍ ଅଧିକାରୀ ଅବନୀଶ ଶରଣ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଭିଡିଓ ସହିତ ସେ କ୍ୟାପସନରେ ଲେଖିଛନ୍ତି ଯେ – ଏହି ଋତୁରେ ସେମାନଙ୍କର ମଧ୍ୟ ଯତ୍ନ ନିଅ । ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେନି । ଲୋକମାନେ ଭିଡିଓ ଦେଖିବାରେ ଭାବପ୍ରବଣ ହୋଇଥିଲେ ଏବଂ ପୋଷ୍ଟରେ ବହୁତ କମେଣ୍ଟ କରୁଛନ୍ତି । ଜଣେ ଉପଭୋକ୍ତା ଲେଖିଛନ୍ତି – ଯଦି କେହି ଅର୍ଡର ଦେବାକୁ ଆସନ୍ତି, ତେବେ ତାଙ୍କୁ ଏକ ଟିପ୍ସ ଦିଅନ୍ତୁ, ତାହା ତାଙ୍କ ପାଇଁ ଏକ ବଡ଼ ସାହାଯ୍ୟ । ଅନ୍ୟଟି ଲେଖିଛି – ଯଦି ପେଟ ନଥାନ୍ତା, ତେବେ କୌଣସି ସଭା ହୋଇନଥାନ୍ତା ।

Leave a Reply

Your email address will not be published. Required fields are marked *