Pratidin TV

Odisha's Digital News Platform

ଟ୍ରେନରେ ବସି ଜୋମାଟୋରେ କରିପାରିବେ ଖାଦ୍ୟ ଅର୍ଡର ….

1 min read

ଏବେ ଟ୍ରେନ୍ ରେ ବି ଖାଇ ପାରିବେ ନିଜ ମନ ପସନ୍ଦର ଖାଦ୍ୟ । ଯେପରି ଘରେ ବସି ଆପଣ ମାନେ ନିଜ ନିଜ ରୁଚି ମୁତାବକ ଖାଦ୍ୟ ଅର୍ଡର କରି ଖାଉଛନ୍ତି ସେହିପରି ଟ୍ରେନ୍ ରେ ମଧ୍ୟ ଠିକ୍ ସେହିପରି ଖାଇବା ଉପଲବ୍ଧ ହେବାକୁ ଯାଉଛି । ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେଶନରେ ଜୋମାଟୋର ବ୍ୟବସ୍ଥା କରିଛି । ଯାହା ଦ୍ବାରା ଆପଣ ଏବେ ନିଜ ସିଟ୍‌ରେ ବସି ଆରାମରେ ଜୋମାଟୋରେ ଅନଲାଇନ୍‌ ଖାଦ୍ୟ ଅର୍ଡର କରିପାରିବେ ।

ଏନେଇ ଜୋମାଟୋ ସିଇଓ ଦେପନ୍ଦର ଗୋଏଲ କହିଛନ୍ତି, ରେଲଓ୍ବେ ନେଟଓ୍ବର୍କରେ ଜୋମାଟୋ ଅନଲାଇନ ମାଧ୍ୟମରେ ୧୦୦ରୁ ଅଧିକ ରେଳ ଷ୍ଟସନରେ ଉପଲବ୍ଧ ହେଉଛି । ଯାତ୍ରୀଙ୍କ ପାଇଁ ଟ୍ରେନର ପ୍ରତି କୋଚ୍‌ ରେ ଖାଦ୍ୟ ପହଞ୍ଚାଯିବ । ତେବେ ଆପଣ ଯଦି ଯାତ୍ରା ସମୟରେ ଖାଇବା ଅର୍ଡର କରିବାକୁ ଚାହୁଁଛନ୍ତି ତେବେ ଅନଲାଇନ୍‌ ରେ ଜୋମାଟୋ ଆପ୍‌ କୁ ଯାଇ  ଯେକୌଣସି ଖାଦ୍ୟ ଅର୍ଡର କରିପାରିବେ ।

Advertisement

ଜୋମାଟୋ ସିଇଓ ଦିପେନ୍ଦର ଗୋୟଲ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ରେଳ ନେଟୱାର୍କର 100 ରୁ ଅଧିକ ରେଳ ଷ୍ଟେସନରେ ଜୋମାଟୋ ମାଧ୍ୟମରେ ସିଧାସଳଖ ସର୍ଭିସ ଆରମ୍ଭ ହୋଇଛି । ରେଳ କୋଚରେ ଯାତ୍ରୀମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ, ଏଥିପାଇଁ ଆମେ ଆଇଆରସିଟିସି ସହିତ ଆମର ସହଭାଗିତାକୁ ମଜବୁତ କରିଛୁ । ଆମେ ଟ୍ରେନରେ 10 ଲକ୍ଷ ଅର୍ଡର ପୂରଣ କରିସାରିଛୁ ।

Leave a Reply

Your email address will not be published. Required fields are marked *