ଭେଜ-ନନ ଭେଜ୍ ୟୁନିଫର୍ମ ହଟାଇଲା ଜୋମାଟୋ……ଭେଜ୍-ନନଭେଜ୍ ଡେ଼ଲିଭରୀ କର୍ମଚାରୀ ପିନ୍ଧିବେ ଲାଲ୍ ଡ୍ରେସ୍
1 min readବଦଳିଲା ଜୋମାଟୋ ୟୁନିଫର୍ମ | ପୂର୍ବରୁ ଆମିଷ ଏବଂ ନିରାମିଷ ପାଇଁ ଅଲଗା ଅଲଗା ଥିଲା ୟୁନିଫର୍ମ | କିନ୍ତୁ ନୂଆ ନିୟମ ନେଇ ଆସିଛି ଜୋମାଟୋ କମ୍ପାନୀ | ତେବେ ଏଣିକି ପୁଣି ବଦଳାଇ ଦେଇଛି ଜୋମାଟୋ ୟୁନିଫର୍ମ | ଏଣିକି ଆଉ ନିରାମିଷ ଖାଦ୍ୟ ବିତରଣ ପାଇଁ ବିତରକମାନଙ୍କୁ ସବୁଜ ରଙ୍ଗର ପୋଷାକ ପିନ୍ଧିବାକୁ ପଡ଼ିବ ନାହିଁ । ବର୍ତ୍ତମାନ ସବୁ ପ୍ରକାର ଖାଦ୍ୟ ପାଇଁ ଗୋଟିଏ ୟୁନିଫର୍ମ ରହିବ | ସବୁ ଡେଲିଭରି କର୍ମଚାରୀ ଗୋଟିଏ ରଙ୍ଗ ତଥା ଲାଲ ରଙ୍ଗର ୟୁନିଫର୍ମ ପିନ୍ଧିବେ |
ପୁର୍ବାନୁସାରେ, ଶୁଦ୍ଧ ନିରାମିଶ ଖାଦ୍ୟ ଅର୍ଡର କରୁଥିବା ଗ୍ରାହକଙ୍କ ପାଇଁ ଜୋମାଟୋ ଏକ ସ୍ୱତନ୍ତ୍ର ସେବା ଆରମ୍ଭ କରିଥିଲା। ଯେଉଁଥିରେ ଭେଜ୍ ଅର୍ଡର୍ ଡେଲିଭର ପାଇଁ ଡେଲିଭରି କର୍ମଚାରୀମାନେ ଶବୁଜ ରଙ୍କର ପୋଷାକ ଏବଂ ଶବୁଜ ରଙ୍ଗରେ ବାକ୍ସରେ ଖାଦ୍ୟ ନେବେ ବୋଲି କମ୍ପାନୀ କହିଥିଲା। କିନ୍ତୁ ମାର୍ଚ୍ଚ ୧୯ ତାରିଖରେ ଜୋମାଟୋ କମ୍ପାନୀର ସିଇଓ ଦୀପିନ୍ଦର ଗୋୟଲ ଏକ୍ସ ପୋଷ୍ଟ କରି ଏହି ସେବା ଆରମ୍ଭ କରିବାକୁ ଘୋଷଣା କରିଥିଲେ। ଭେଜ ଓ ନନ୍-ଭେଜ୍ ଡେଲିଭରି କର୍ମଚାରୀ ଅଲଗା ଅଲଗା ୟୁନିଫର୍ମ ପାଇଁ ଅନେକ ଲୋକ ବିରୋଧ କରିଥିଲେ |
। ଅନେକ ଲୋକ ସୋସିଆଲ ମିଡିଆରେ କହିଥିଲେ, “ଜୋମାଟୋର ଏହି ପ୍ରକାରର ସେବା ନନ୍-ଭେଜ୍ ଖାଉଥିବା ଲୋକଙ୍କ ପ୍ରତି ଭେଦଭାବପୂର୍ଣ୍ଣ ଆଚରଣକୁ ପ୍ରୋତ୍ସାହନ ଦେଇପାରେ।” ଅନ୍ୟ କେତେକ କହିଥିଲେ, “ଏହି କାରଣରୁ ନନ୍-ଭେଜ୍ ଖାଦ୍ୟ ଡେ଼ଲିଭରୀ କରୁଥିବା କର୍ମକଚାରୀଙ୍କୁ ମଧ୍ୟ ଭେଦଭାବର ସମ୍ମୁଖୀନ ହେବାକୁ ପଡୁଥିଲା ।” ଅନେକ ଲୋକ ଏହି ନିୟମକୁ ପ୍ରଶଂସା କରିଥିଲେ ମଧ୍ୟ ବର୍ତ୍ତମାନ ଏହାକୁ ପରିବର୍ତ୍ତନ କରାଯାଇଥିବା ସିଇଓ କହିଛନ୍ତି।