Pratidin TV

Odisha's Digital News Platform

(ଭିଡିଓ)ନିଜ ଦେହରେ ବମ୍ ଲଗାଇ ମସଜିଦ୍‌ରେ ଲୁଚିଥିଲେ ଆତଙ୍କୀ , ଫାଟିଲା ପରେ ଘଟିଲା ଏଭଳି ଭୟଙ୍କର ..

1 min read

ନୂଆଦିଲ୍ଲୀ : ପାକିସ୍ତାନର ଏକ ମସଜିଦ୍‌ରେ ବଡ଼ ଧରଣର ବିସ୍ଫୋରଣ ଘଟିଛି । ସୋମବାର ଅପରାହ୍ନରେ ପେଶୱାରର ପୋଲିସ ଲାଇନ ଅଂଚଳରେ ଏକ ମସ୍‌ଜିଦରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଏଥିରେ ୨୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫୦ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଲେଡି ରେଡିଂ ହସପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି ହସପିଟାଲର ମୁଖପାତ୍ର ମହମ୍ମଦ ଆସିମ କହିଛନ୍ତି ।

Advertisement

ଏକ ରିପୋର୍ଟ ଅନୁସାରେ ବିସ୍ଫୋରଣଟି ସ୍ଥାନୀୟ ସମୟ ଅପରାହ୍ଣ ୧ ଟା ୪୦ ମିନିଟ ବା ଭାରତୀୟ ସମୟ ୨ଟା ୧୦ ମିନିଟ ସମୟରେ ହୋଇଥିଲା । ବିସ୍ଫୋରଣ ବେଳେ ଲୋକମାନେ ମସଜିଦରେ ପ୍ରାର୍ଥନା କରୁଥିଲେ । ବିସ୍ଫୋରଣ ଯୋଗୁଁ ମସ୍‌ଜିଦର ଗୋଟିଏ ପାର୍ଶ୍ୱ ଭୁଶୁଡି ପଡିଛି । ଯାହା ଫଳରେ ଅନେକ ଲୋକ ଫସି ରହିଥିବା କୁହାଯାଉଛି । ଘଟଣା ସଂପର୍କରେ ଖବର ମିଳିବା ପରେ ସେଠାରେ ପୁଲିସ, ସେନା ଓ ଗୁଇନ୍ଦା ବିଭାଗର ଅଧିକାରୀମାନେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ବିସ୍ଫୋରଣ ପରେ ଉକ୍ତ ଅଂଚଳରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି । ବର୍ତମାନ ପାକିସ୍ତାନୀ ସେନା ସେହି ଅଂଚଳକୁ ଘେରାବନ୍ଦୀ କରିଦେଇଛନ୍ତି । ଏହି ବିସ୍ପୋରଣ ପଛରେ ଜଣେ ଆତ୍ମଘାତୀ ବିସ୍ପୋରକାକରୀ ସାମିଲ ଥିବା ଜଣାପଡିଛି । ସେ ମସଜିଙ୍କୁ ଉଡାଇବା ପାଇଁ ନିଜକୁ ମଧ୍ୟ ବଳିପକାଇଦେଇଛି ବୋଲି କହିଛି ପାକିସ୍ତାନ ପୋଲିସ । ତଳେ ଦିଅଯାଇଥିବା ଲିଙ୍କ୍ କ୍ଲିକ୍ କରି ଦେଖନ୍ତୁ ପୁରା ଦୃଶ୍ୟ….

https://fb.watch/inoByZ7AGQ/

Leave a Reply

Your email address will not be published. Required fields are marked *