Pratidin TV

Odisha's Digital News Platform

KSE କଲେଜ୍ ହଷ୍ଟେଲରୁ ଛାତ୍ର ନିଖୋଜ ଘଟଣା : ଘରକୁ ଫେରିଲେ ୪ ନିଖୋଜ ଛାତ୍ର …

1 min read

କେନ୍ଧୁଝର : କେନ୍ଦୁଝର ଟାଉନ ଥାନା ବଡ଼ହଳସ୍ଥିତ KSE ଘରୋଇ କଲେଜ ହଷ୍ଟେଲର ନିଖୋଜ ୪ ଛାତ୍ର ଗତକାଲି ବିଳମ୍ବିତ ରାତିରେ ନିଜ ନିଜ ଘରକୁ ଫେରିଥିବାର ସୂଚନା ମିଳିଛି। ତେବେ ସେମାନେ କାହିଁକି ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ନ ଜଣାଇ ଚାଲିଆସିଥିଲେ, ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। ଏହି କାରଣରୁ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଉପରେ ସନ୍ଦେହ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ, ରାତିରେ ବଡ଼ହଳସ୍ଥିତ KSE ଘରୋଇ କଲେଜ ହଷ୍ଟେଲର ପାଚେରି ଡେଇଁ ୪ଜଣ ଛାତ୍ର କେଉଁଆଡ଼େ ଚାଲି ଯାଇଥିଲେ। ଏନେଇ ସମ୍ପୃକ୍ତ ଛାତ୍ରମାନଙ୍କ ପରିବାରକୁ ସୂଚନା ଦିଆଯାଇଥିଲା। ସେମାନଙ୍କ ପରିବାର ଲୋକେ ପହଞ୍ଚି କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ପରେ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଅନ୍ୟପକ୍ଷରେ କଲେଜ ପକ୍ଷରୁ ମଧ୍ୟ ଥାନାରେ ଅଭିଯୋଗ କରାଯାଇଥିଲା। ଏହାପରେ କେନ୍ଦୁଝର ଟାଉନ ଥାନା ଅଧିକାରୀ ସୁନୀଲ କର ଛାତ୍ରମାନଙ୍କୁ ଖୋଜି ବାହାର କରିବାକୁ ଅଣ୍ଟା ଭିଡ଼ିଥିଲେ।

Advertisement

କିନ୍ତୁ ପୋଲିସର କିଛି କାର୍ଯ୍ୟାନୁଷ୍ଠାନ ପୂର୍ବରୁ ହିଁ ଛାତ୍ରମାନେ ଗତକାଲି ବିଳମ୍ବିତ ରାତ୍ରିରେ ନିଜ ନିଜ ଘରକୁ ଫେରିଆସିଛନ୍ତି । କିନ୍ତୁ ସେମାନେ ହଷ୍ଟେଲରୁ କୁଆଡେ ଯାଇଥିଲେ ଏବଂ କାହିଁକି ଯାଇଥିଲେ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

Leave a Reply

Your email address will not be published. Required fields are marked *