Pratidin TV

Odisha's Digital News Platform

(ଭିଡିଓ) ‘ନାଟୁ ନାଟୁ’ ଗୀତରେ ନାଚିଲେ ଦକ୍ଷିଣ କୋରିଆର ରାଷ୍ଟ୍ରଦୂତ , ରିଟୁଇଟ୍ କରି ଏଭଳି ପ୍ରଶଂସା କଲେ ନରେନ୍ଦ୍ର ମୋଦି ..

1 min read

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ଦକ୍ଷିଣ ଭାରତୀୟ ଫିଲ୍ମ ଆରଆରଆର । ଦେଶ ବ୍ୟାପି ବିଶ୍ୱରେ ରେକର୍ଡ ସଋଷ୍ଟିକଲା ନାଟୁ ନାଟୁ ଗୀତର କ୍ରେଜ୍ । ଶେଷରେ ଭାରତରେ ଥିବା ଦକ୍ଷିଣ କୋରିଆ ରାଷ୍ଟ୍ରଦୂତ ଚାଙ୍ଗ ଜେ ବୋକ୍ ଏବଂ ଦୂତାବାସର ଅନ୍ୟ କର୍ମଚାରୀମାନେ ନାଟୁ ନାଟୁ ଗୀତରେ ନାଚୁଥିବାର ଆସିଲେ ନଜର । ଯାହର ଭିଡିଓ ବର୍ତ୍ତମାନ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ରିଟୁଇଟ୍ କରି ପ୍ରଶଂସା କରିଛନ୍ତି ।

Advertisement

ତେବେ ଏହି ଫିଲ୍ମର ନାଟୁ ନାଟୁ ଗୀତ ମାସେ ପୂର୍ବରୁ ୨୦୨୩ ଓସ୍କାର ପାଇଁ ବେଷ୍ଟ ଅରିଜିନାଲ ସଙ୍ଗ କାଟେଗୋରୀରେ ନୋମିନେଶନ କରାଯାଇଛି । ଏହାପୂର୍ବରୁ ନାଟୁ ନାଟୁ ଶ୍ରେଷ୍ଠ ସଙ୍ଗୀତ ବର୍ଗରେ ଗୋଲଡେନ୍ ଗ୍ଲୋବ୍ ଆୱାର୍ଡ ମଧ୍ୟ ପାଇସାରିଛି ।
୫୩ ସେକେଣ୍ଡର ଏହି ଭିଡିଓଟି ଏବେ ଖୁବ୍ ଚର୍ଚ୍ଚା ଧରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଭିଡିଓଟିକୁ ରିଟୁଇଟ୍ କରିସାରିଛନ୍ତି । ଯାହା ଫଳରେ ଏହା ଅଧିକ ଲୋକଲୋଚନକୁ ଆସିସାରିଛି ।ଅନେକ ସୋଶିଆଲ ମିଡିଆ ୟୁଜର୍ସ କମେଂଟ ଦେଇ କୋରିଆ ରାଷ୍ଟ୍ରଦୂତଙ୍କ ନାଚକୁ ପସନ୍ଦ କରିଛନ୍ତି ।

Leave a Reply

Your email address will not be published. Required fields are marked *