Pratidin TV

Odisha's Digital News Platform

କାଲିଫର୍ଣ୍ଣିଆରେ ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ‘ଦର୍ଶନା ପଟେଲ’ , କହିଲେ ଜଣେ ପ୍ରବାସୀ ଝିଅ ହୋଇ ..

1 min read

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାକୁ ଆସିଲେ ଭାରତୀୟ ବଂଶୋଦ୍ଭବ ଦର୍ଶନା ପଟେଲ । କାଲିଫର୍ଣ୍ଣିଆରେ ନିର୍ବାଚନ ଲଢିବେ ମୂଳ ଭାରତୀୟ ଦର୍ଶନା ପଟେଲ । ୨୦୨୪ରେ କାଲିଫର୍ନିଆ ରାଜ୍ୟ ବିଧାନସଭା ନିର୍ବାଚନରେ ମୂଳ ଭାରତୀୟ ରିସର୍ଚ୍ଚ ବୈଜ୍ଞାନିକ ଦର୍ଶନା ପଟେଲ ପ୍ରତିଦ୍ୱନ୍ଦ୍ୱିତା କରିବେ । ଦର୍ଶନା ପଟେଲ ଏହା ଘୋଷଣା କରିଛନ୍ତି । ୪୮ ବର୍ଷ ବୟସ୍କା ପଟେଲ ଉତର କାଉଂଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ଏହି ଆସନଟି ବର୍ତମାନ ବ୍ରିଆନ ମିଚେନଙ୍କ ପାଖରେ ଅଛି କିନ୍ତୁ ୨୦୨୪ରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସେ ମନା କରିଦେଇଛନ୍ତି ।

ଏହା ପରେ ଦର୍ଶନା ପଟେଲ ତାଙ୍କ ସ୍ଥାନରେ ଉତର କାଉଂଟି ଆସନରୁ ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି । ତାଙ୍କ ଦାବି ଘୋଷଣା କରି ଦର୍ଶନା କହିଛନ୍ତି ଯେ ’ଜଣେ ପ୍ରବାସୀ ଝିଅ ହୋଇଥିବାରୁ ମୁଁ ଆମେରିକାର ସ୍ୱପ୍ନକୁ ପୂରଣ କରିବା ପାଇଁ ବହୁତ ସଂଘର୍ଷ କରିଛି । ପରିବାର ଗୁଡିକ କଠିନ ସମୟରେ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡିକୁ ମୁଁ ଭଲ ଭାବେ ଜାଣେ । ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ମୁଁ ଦାବି କରିବି ବୋଲି ଦର୍ଶନା କହିଛନ୍ତି । ମୁଁ ନିଶ୍ଚିତ କରିବାକୁ ଚାହୁଁଛି ଯେ ସମସ୍ତେ ସଫଳ ହେବାର ସୁଯୋଗ ପାଇଛନ୍ତି ।

Advertisement

ବୈଜ୍ଞାନିକ, ବିଦ୍ୟାଳୟ ବୋର୍ଡ ସଦସ୍ୟ ତଥା ସାମାଜିକ ନେତା ହେବାର ମୋର ଅଭିଜ୍ଞତାକୁ ବ୍ୟବହାର କରି ମୁଁ ଲୋକଙ୍କ ଜୀବନରେ ଏକ ପରିବର୍ତନ ଆଣିବାକୁ ଚେଷ୍ଟା କରିବି । ସେ ପୂର୍ବରୁ ପାୱାଇ ୟୁନିଫାଏଡ ବୋର୍ଡକୁ ନିର୍ବାଚିତ ହୋଇଥିଲେ ଯେଉଁ ସମୟରେ ଜିଲାରେ ଆର୍ôଥକ ଅବ୍ୟବସ୍ଥା ତଥା ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଥିଲା । ଏପରି ସମୟରେ ଆର୍ôଥକ ଦାୟିତ୍ୱ ପୂରଣ ହୋଇଥିଲା । ୨୦୨୦ ମସିହାରେ, ଦର୍ଶନା ପୁନର୍ବାର ପାୱାଇ ୟୁନିଫାଏଡ ବୋର୍ଡକୁ ନିର୍ବାଚିତ ହୋଇଥିଲେ । ସେ ସାନ ଡିଏଗୋ କାଉଣ୍ଟି ସ୍କୁଲ ବୋର୍ଡ ଆସୋସିଏଶନର ସଦସ୍ୟ ମଧ୍ୟ ରହିଛନ୍ତି । ସେ ତାଙ୍କ ସ୍ୱାମୀ ଏବଂ ତିନି ଝିଅଙ୍କ ସହ ସାନ ଡିଏଗୋରେ ରୁହନ୍ତି । ସେ ବାୟୋକେମିଷ୍ଟ୍ରିରେ ବିଏ ଏବଂ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଓସ୍କିଡେଣ୍ଟଲ କଲେଜରୁ ବାୟୋଫିଜିକ୍ସରେ ପିଏଚଡି କରିଛନ୍ତି ।

Leave a Reply

Your email address will not be published. Required fields are marked *