Pratidin TV

Odisha's Digital News Platform

ସୀମାପାର କଲେ କିଙ୍ଗ୍‌ଖାନଙ୍କ ପ୍ରଶଂସକ : ଡେଇଁଲେ ମନ୍ନତର ପାଚେରୀ , ତାପରେ

1 min read

ନୂଆଦିଲ୍ଲୀ : ଶାହାରୁଖଙ୍କ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । କଡା ସୁରକ୍ଷା ଭିତରେ ମନ୍ନତରେ ପଶିଗଲେ ୨ ଯୁବକ । ଗିରଫ କଲା ପୋଲିସ । ବଲିଉଡ୍‌ର କିଙ୍ଗ୍ ଖାନ୍ ଶାହାରୁଖ । ସେ ତାଙ୍କ ଫିଲ୍ମ ପଠାନ୍ ପାଇଁ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ତାଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି । ପ୍ରାୟତଃ ଅନେକ ପ୍ରଶଂସକ ସେମାନଙ୍କର ସୁପରଷ୍ଟାରଙ୍କୁ ଭେଟିବା ପାଇଁ ସମସ୍ତ ସୀମା ଅତିକ୍ରମ କରନ୍ତି । ଶାହରୁଖ ୨ ପ୍ରଶଂସକମାନେ ଗୁରୁବାର ରାତିରେ ବାନ୍ଦ୍ରାସ୍ଥିତ ଅଭିନେତା ବଙ୍ଗଳା ମନ୍ନତରେ ପ୍ରବେଶ କରିବାକୁ ସାହସ କରିଥିଲେ ।

Advertisement

ତେବେ ଶାହାରୁଖଙ୍କ ଘରେ ପ୍ରବେଶ କରିବା ପୂର୍ବରୁ ସୁରକ୍ଷାକର୍ମୀ ଉଭୟଙ୍କୁ ଧରିଥିଲେ । ଏହା ପରେ ମନ୍ନତର ହାଉସ ମ୍ୟାନେଜର ଉଭୟ ପ୍ରଶଂସକଙ୍କୁ ବାନ୍ଦ୍ରା ପୋଲିସକୁ ହସ୍ତାନ୍ତର କରିଥିଲେ । ଯାହା ପରେ ଶାହରୁଖଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । ସୁରତର ୨ ଯୁବକ ଗୁରୁବାର ରାତିରେ ମନ୍ନତ ଭିତରକୁ ପଶି ଆସିଥିଲେ । ସିକ୍ୟୁରିଟି ଗାର୍ଡଙ୍କୁ ଚକମା ଦେଇ ସେମାନେ ମନ୍ନତର ତୃତୀୟ ମହଲା ପର୍ଯ୍ୟନ୍ତ ପହଂଚି ଯାଇଥିଲେ । ତେବେ ଏଠାରେ ସିକ୍ୟୁରିଟିଙ୍କ ନଜର ପଡିବାରୁ ଉଭୟଙ୍କୁ କାବୁ କରିଥିଲେ ଶାହରୁଖଙ୍କ ସୁରକ୍ଷାକର୍ମୀ । ଉଭୟ ଯୁବକଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରାଯାଇଛି ।

ବାନ୍ଦ୍ରା ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଇ ଥିବା ବେଳେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି । ବଙ୍ଗଳାରେ ବିନା ଅନୁମତିରେ ପ୍ରବେଶ କରିବା ସହିତ ଭାରତୀୟ ଦଣ୍ଡବିଧାନର ଅନ୍ୟ ଧାରା ଅନୁସାରେ ଏସବୁର ତଦନ୍ତ ଦାୟିତ୍ୱ ହାତକୁ ନେଇଛି ବାନ୍ଦ୍ରା ପୋଲିସ । ଅଭିଯୁକ୍ତ ପଚରାଉଚରା ବେଳେ ପୋଲିସକୁ କହିଥିଲେ, ସେମାନେ ଗୁଜରାଟରୁ ଆସିଥିବା ବେଳେ ଶାହାରୁଖଙ୍କୁ ଭେଟିବାକୁ ଚାହୁଁଥିଲେ । ବିନା ଅନୁମତିରେ ପ୍ରବେଶ ପାଇଁ ପୋଲିସ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରିଛି ।

Leave a Reply

Your email address will not be published. Required fields are marked *