Pratidin TV

Odisha's Digital News Platform

କିଏ ହେବ ସାଇର ସାହା : ଦୀର୍ଘ ୬ ବର୍ଷ ହେବ ଜୀବନ ମରଣ ସହ ସଂଘର୍ଷ କରୁଛି ନିଷ୍ପାପ ଶିଶୁ ସାଇ

ପୁରୀ : ଦୀର୍ଘ ଛଅ ବର୍ଷ ହେବ ରୋଗଶଯ୍ୟାରେ ପଡ଼ିରହିଛି ସାଇ କାରଣ ଚିକିସ୍ôା ରେ ବଡ ବାଧକ ସାଜିଛି ଅର୍ଥ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ବିଶ୍ଵନାଥ ପୁର ଭୋଇ ସାହିର ନିରୀହ ନିଷ୍ପାପ ଶିଶୁ ସାଇ ନର୍କ ଯନ୍ତ୍ରଣାରେ ଛଟପଟ ହେଉଛି । ବାପା ଅଶୋକ ଭୋଇ ଯେତେବେଳେ ଜାଣିଥିଲେ ପୁଅ ଟିଏ ହୋଇଛି ବୋଲି ସେତେ ବେଳେ ତାଙ୍କ ଗୋଡ଼ ଆଉ ତଳେ ଲାଗୁନଥିଲା ପୁଅ ଜନ୍ମ ହେବାର ଏକ ବର୍ଷ ପର୍ଯ୍ୟନ୍ତ ସବୁ ଠିକ୍ ଠାକ୍ ଚାଲଥିଲ। ।

ଆଉ ତା ପରେ ସତେ ଯେମିତି ଏହି ପରିବାର ଉପରେ ଦୁଃଖର ପାହାଡ ମାଡିଆସିଲା । ଆସ୍ତେ ଆସ୍ତେ ପୁଅ ସାଇ ର ଗୋଡ଼ ସରୁ ହେବାରେ ଲାଗିଲା ଆଉ ଯେତେବଳେ ସାଇ କୁ ମେଡିକାଲ୍ ନେଇ ଯାଆନ୍ତି ତ ଡାକ୍ତର କହିଲେ ସାଇ ପକ୍ଷାଘାତ ରୋଗରେ ପୀଡିତ । ଆଉ ସାଇର ଉତ୍ତମ ଚିକିସôା ପାଇଁ ଏକ ଲକ୍ଷ୍ୟ ଟଙ୍କା ଆବଶ୍ୟକ ସେଇଠୁ ଭାଙ୍ଗି ପଡିଛନ୍ତି ବାପା ଅଶୋକ ଏତେ ପଇସା କେଉଁଠୁ ଆଣିବେ ଏବଂ ପୁଅ ସାଇ କୁ ଭଲ କିପରି କରିବେ । ଅଶୋକ ମୁଲ ଲାଗି ଦୁଇ ପଇସା ଆଣିଲେ ଦୁଖେ କଷ୍ଟେ ପରିବାର ଚଳିଯାଏ ।

ଜଣେ ମୁଲିଆ ମଣିଷ ପାଇଁ ୧ ଲକ୍ଷ ଟଙ୍କା ଯେ କେତେବଡ ରକମ ସେ ହୁିଁ ଜାଣିଥାଏ । କିନ୍ତୁ ଏବେ ଧିରେ ଧିରେ ବଢୁଛି ସାଇଙ୍କ ଯନ୍ତ୍ରଣା । ଆଉ ପୁଅର ଏଭଳି କଷ୍ଟ ଯନ୍ତ୍ରଣାକୁ ଦେଖି ଚିନ୍ତାରେ ପୁରା ପରିବାର ସେପଟେ ସାଇଙ୍କ ମା ,ଲକ୍ଷ୍ମୀ ଭୋଇ ପୁଅ ର ଏଭଳୀ ପରିସ୍ଥିତି ଦେଖି ସେ ଆଉ ଶଯ୍ୟା କରି ପାରୁନାହାନ୍ତି ପରିବାର କହିଲେ ବିଧବା ମା ଏବଂ ସ୍ୱାମୀ ସ୍ତ୍ରୀ ଦୁଇ ପୁଅ ଓ ଝିଅ ୬ ପ୍ରାଣୀ କୁଟୁମ୍ବ ନିର୍ଭର କରନ୍ତି । ପୁରା ପରିବାର ଅଶୋକ ଙ୍କ ଉପରେ ସେପଟେ ଅଭାବ ଅନାଟନ ରେ ଘର ଖଣ୍ଡେ ବି ମଧ୍ୟ କରିପାରିନାହାନ୍ତି ଅଶୋକ ତେବେ ଦେଖିବାକୁ ବାକି ରହିଲା କେବେ ଏ ପରିବାର ଉପରେ କାହାର ନଜର ପଡୁଛି ।

Leave a Reply

Your email address will not be published. Required fields are marked *