Pratidin TV

Odisha's Digital News Platform

ବୃଦ୍ଧ ବୟସରେ ପଚାରିଲେନି ସନ୍ତାନ : ନିଜ ଶରୀର ସହ ଦାନ କରିଦେଲେ ସବୁ ସମ୍ପତ୍ତି , ମୃତ୍ୟୁ ପରେ ମୃତଦେହକୁ ଛୁଇଁପାରିବେନି ..

1 min read

ଉତ୍ତରପ୍ରଦେଶ : ପରିଣତ ବୟସରେ ପଚାରିଲେନି ଜନ୍ମକଲା ସନ୍ତାନ । ସରକାରଙ୍କୁ ନିଜର ସବୁ ସମ୍ପତି ଦାନ କରି ଦେଲେ ବୃଦ୍ଧ ବାପା । ମୃତ୍ୟୁ ପରେ ବି ମୃତଦେହକୁ ଛୁଇଁ ପାରିବେନି ପିଲାମାନେ । ପିଲାମାନଙ୍କ ଅତ୍ୟାଚାରରେ ଅତିଷ୍ଠ ବାପା ନେଲେ ଏଭଳି ଚରମ ନିଷ୍ପତି । ଖବର ଅନୁଯାୟୀ ନିଜର ଦେଢ଼ କୋଟିର ସମ୍ପତିକୁ ସରକାରଙ୍କ ହାତକୁ ଟେକି ଦେଇଛନ୍ତି ଉତର ପ୍ରଦେଶର ୮୫ ବର୍ଷୀୟ ନାଥୁ ସିଂ । ଏହା ସହ ସେ ତାଙ୍କ ଶରୀରକୁ ମେଡିକାଲ କଲେଜକୁ ଦାନ କରିଛନ୍ତି । ମୃତ୍ୟୁ ପରେ ତାଙ୍କ ମୃତଦେହ ଉପରେ ପିଲାମାନଙ୍କ କୌଣସି ଅଧିକାର ରହିବନାହିଁ । ଏମିତି ସେ ତାଙ୍କ ସତ୍ୟପାଠ ଦାଖଲ କରିଛନ୍ତି ।

Advertisement

ତାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ତାଙ୍କ ୪ ଝିଅ ଓ ପୁଅଙ୍କୁ ଅନୁମତି ନ ଦେବାକୁ କହିଛନ୍ତି । ମୁଜାଫରନଗରର ନାଥୁ ସିଂଙ୍କ ପୁଅ ସାହରନପୁରରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବାବେଳେ ୪ ଝିଅ ବାହା ହୋଇସାରିଛନ୍ତି । ସ୍ତ୍ରୀଙ୍କ ବିୟୋଗ ପରେ ନାଥୁ ଘରେ ଏକୁଟିଆ ରହୁଥିଲେ । ଗତ ୭ ମାସ ହେବ ଗାଁର ଏକ ବୃଦ୍ଧାଶ୍ରମରେ ସେ ରହୁଛନ୍ତି । ନାଥୁଙ୍କୁ ଭେଟିବା ପାଇଁ କିମ୍ବା ତାଙ୍କ କଥା ବଝିବା ଲାଗି ପୁଅ କି ଝିଅ ଆସୁ ନ ଥିବାବେଳେ ନାଥୁ ତାଙ୍କ ସମ୍ପତିର ୱିଲ୍ ସରକାରଙ୍କ ନାଁରେ କରିଛନ୍ତି ।

ନାଥୁଙ୍କ ମୃତ୍ୟୁ ପରେ ତାଙ୍କ ଜମିରେ ଡାକ୍ତରଖାନା କିମ୍ବା ସ୍କୁଲ ନିର୍ମାଣ ପାଇଁ ସେ ସରକାରଙ୍କୁ ପ୍ରସ୍ଥାବ ଦେଇଛନ୍ତି । ନାଥୁଙ୍କ ଏପରି ଚରମ ନିଷ୍ପତି ବରିଷ୍ଠ ନାଗରିକଙ୍କ ସାମାଜିକ ସୁରକ୍ଷା ନେଇ ଅନେକ ପ୍ରଶ୍ନବାଚି ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *