Pratidin TV

Odisha's Digital News Platform

Weight Loss Drinks : ଓଜନ କମାଇବା ପାଇଁ ଘରେ ପ୍ରସ୍ତୁତ କରି ପିଅନ୍ତୁ ଏହିସବୁ ଡ୍ରିଙ୍କ୍ସ ..

1 min read

ଆଜିକାଲି ବ୍ୟସ୍ତ ବୋହୁଳ ଜୀବନରେ ଓଜନ କମାଇବା ଅନେକ ଲୋକଙ୍କ ପାଇଁ ଏକ କଷ୍ଟକର ସମସ୍ୟା ପାଲଟିଛି । କାରଣ ଆଜିକାଲି ଭାଗ୍ ଦୈଡ ଜୀବନରେ କାହା ପାଖରେ ସେତିକି ସମୟ ନାହିଁ ଯେ ଏକ୍ସରସାଇଜ୍ ଦ୍ୱାରା ନିଜର ଓଜନ କମାଇପାରିବା । କିନ୍ତୁ ଆମେ କିଛି ସହଜ ଉପାୟ ଦେବୁ ଯାହା ଆପଣଙ୍କ ଓଜନ କମାଇବାରେ ସାହାର୍ଯ୍ୟ କରିବ । ତେବେ ଓଜନ କମାଇବା ସମୟରେ ଆମକୁ ଏଥିପ୍ରତିବି ଲକ୍ଷ୍ୟ ଦେବାକୁ ହେବ ଯେପରି ଆମେ ଉପଯୁକ୍ତ ସ୍ୱାସ୍ଥ୍ୟକର ଖାଦ୍ୟକୁ ନଏଡାଇବା । ଓଜନ କମାଇବା ପାଇଁ କିଛି ସର୍ଟସର୍କିଟ ନାହିଁ ବରଂ କିଛି ଏଭଳି ଜିନିଷ ଅଛି ଯାହା ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରି ଓଜନ ହ୍ରାସ କରାଇପାରିବା । ଆମ ଦୈନନ୍ଦିନ ଜୀବନରେ କିଛି ଏଭଳି ପାନୀୟ ଅଛି ଯାହା ପିଇବା ଦ୍ୱାରା ଆମ ଓଜନ ହ୍ରାସ ହୋଇପାରିବ । ଚାଲନ୍ତୁ ଜାଣିବା କଣ ସେସବୁ ?

ହର୍ବଲ ଡିଟକ୍ସ ଚା– ପ୍ରତିଦିନ ସକାଳେ ଉଠିବା ପରେ ଖାଲି ପେଟରେ ହର୍ବାଲ ଡିଟକ୍ସ ଚା ପିଇବା ଦ୍ୱାରା ଓଜନ ହ୍ରାସ କରିବାରେ ବହୁତ ସାହାଯ୍ୟ କରିଥାଏ । ଏହା ଆପଣଙ୍କ ଶରୀରକୁ ଡିଟକ୍ସାଇଫ କରିବାରେ ସାହାଯ୍ୟ କରେ । ଆପଣମାନେ ଅଦା , ଗୋଲମରିଚ କିମ୍ବା ପୁଦିନାରୁ ପ୍ରସ୍ତୁତ ହର୍ବାଲ ଚା ଦୈନିକ ପିଇପାରିବେ ନିଜର ଓଜନ ହ୍ରାସ ପାଇଁ ।

Advertisement

ହଳଦି ପାଣି – ସାଧାରଣତ ହଳଦିରେ ଆଣ୍ଟି ଇମ୍ପେଲେମେଣ୍ଟରୀ ଗୁଣ ରହିଥାଏ । ଏହା ଶରୀରର ପ୍ରଦାହକୁ କମାଇବା ସହ ଓଜନକୁ ମଧ୍ୟ ହ୍ରାସ କରିଥାଏ । ପ୍ରତ୍ୟକ ଦିନ ସକାଳୁ ଗରମପାଣି ସହ ହଲଦିଗୁଣ୍ଡ , ମହୁ ଏବଂ ଲେମ୍ବୁକୁ ମିକ୍ସ କରି ପିଇବା ଦ୍ୱରା ଓଜନ ହ୍ରାସ ହୋଇଥାଏ ।
ଘିଅ ସହ ଗରମପାଣି– ଆୟୁବେଦିକ୍‌ ଅନୁସାରେ ଘିଅରେ ଅନେକ ଉପକାରିତା ଅଛି । ଓଜନ କମାଇବା ପାଇଁ ଘିଅକୁ ଏକ ବଡ ଉପଶମ ଭାବେ ବ୍ୟବହାର କରାଯାଏ । ଘିଅରେ ହେଲ୍‌ଦି ଫେଟ୍ ଥାଏ । ଯ୍‌ାହା ଗରମ ପାଣି ସହ ମିଶିବା ପରେ ଡାଇଜେଶନ ଏବଂ ମେଟାବୋଲିଜିମ୍‌କୁ ବୁଷ୍ଟ କରିଥାଏ । ଘିକୁ ପାଣିରେ ମିଶାଇ ପିଇବା ଦ୍ୱାରା ଏହା ଆପଣଙ୍କ ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରଖେ ଯେଉଁଥିପାଇଁ ଆପଣଙ୍କ କ୍ୟାଲୋରୀ ଗ୍ରହଣ ଯଥେଷ୍ଟ କମିଯାଏ।

ଲେମ୍ବୁ ପାଣି– ଦିନ ଆରମ୍ଭ କରିବା ପାଇଁ ଲେମ୍ବୁ ପାଣି ବହୁତ ଭଲ ବୋଲି ବିବେଚନା କରାଯାଏ। ଲେମ୍ବୁରେ ଭିଟାମିନ୍ ସି ମିଳିଥାଏ, ଯାହା ଆପଣଙ୍କ ମେଟାବୋଲିଜିମ୍ ବୁଷ୍ଟ କରିବାର କାମ କରିଥାଏ । ସକାଳେ ଉଠିବା ପରେ ଲେମ୍ବୁ ପାଣି ଖାଇବା ଦ୍ୱାରା ଶରୀରରୁ ସମସ୍ତ ବିଷାକ୍ତ ପଦାର୍ଥ ସହଜରେ ବାହାର ହୋଇଯାଏ । ଏଥିରେ ପେକ୍ଟିନ୍ ନାମକ ଏକ ଫାଇବର ମଧ୍ୟ ମିଳିଥାଏ, ଯାହା ଆପଣଙ୍କ ଭୋକକୁ ନିୟନ୍ତ୍ରଣ କରିବା ପାଇଁ କାମ କରେ ।

ଆପଲ୍ ସାଇଡର୍ ଭିନେଗାର– ଓଜନ ହ୍ରାସ ପାଇଁ ଆପଲ୍ ସାଇଡର୍ ଭିନେଗାର ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଆପଲ୍ ସାଇଡର୍ ଭିନେଗାର, ମହୁ ଏବଂ ଲେମ୍ବୁ ରସକୁ ଗରମ ପାଣିରେ ମିଶାଇ ପିଇବା ଦ୍ୱାରା ମୋଟାପଣ ଫୁଲିବା ସମସ୍ୟା ଦୂର କରିଥାଏ । ଚର୍ବି ଭାଙ୍ଗିବା ପାଇଁ ଆପଲ୍ ସାଇଡର୍ ଭିନେଗାର କାମ କରେ । ଏହା ସହିତ, ଏହା ରକ୍ତରେ ଶର୍କରା ସ୍ତରକୁ ହ୍ରାସ କରିଥାଏ ।

Leave a Reply

Your email address will not be published. Required fields are marked *