Pratidin TV

Odisha's Digital News Platform

ବାହାହୋଇ ଫେରୁଥିଲେ ଯବାନ ବାଟରୁ ବାନ୍ଧି ଆଣିଲା ପୋଲିସ

ବଲାଙ୍ଗୀର : ବାହାଘର ହେଉଛି ଏକ ପବିତ୍ର ବନ୍ଧନ। ସଂସାର ରଥକୁ ଆଗକୁ ଅଗ୍ରସର ନିମନ୍ତେ ପୁରୁଷ – ନାରୀ ବାନ୍ଧି ହୁଅନ୍ତି ବିବାହ ରୂପକ ସଂସାର ବନ୍ଧନରେ। ଅଗ୍ନିକୁ ସାକ୍ଷୀ ରଖି ସାତ ଜନମର ସାଥି ହେବା ପାଇଁ ବହାହୋଇ ସ୍ତ୍ରୀକୁ ଧରି ଘରକୁ ଫେରୁଥିଲେ ଯବାନ। ଅଧା ବାଟରେ ଯବାନ ବରକୁ ଅଟକାଇଲା ଥିଲା ପୋଲିସ୍, କିଛି ଜାଣିବାକୁ ଆଗରୁ ନବବଧୂକୁ ଛାଡ଼ି ଯବାନ ବରକୁ ଥାନା କୁ ଉଠାଇନେଲା। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାରେ।

ସୂଚନା ଅନୁଯାୟୀ ପାଟଣାଗଡ ଥାନା ଅନ୍ତର୍ଗତ ଘଷିଏନ୍ ଗାଁର ଭକ୍ତରାମ୍ ଭୋଇ ସିଆରପିଏଫ୍ ରେ ଯବାନ ଭାବେ କାର୍ଯ୍ଯରତ। ଭକ୍ତରାମ୍ ଜଣେ ଯୁବତୀ ଙ୍କୁ ଭଲପାଉଥିବା ନେଇ ବଲାଙ୍ଗିର ସଦର ଥାନାରେ ଅଭିଯୋଗ ହୋଇଥିଲା। ଯୁବତୀ ଜଣକ ଅଭିଯୋଗ ଅନୁସାରେ ଯବାନ ଜଣକ ତାଙ୍କସହ ଦୀର୍ଘ ୪ ବର୍ଷ ଧରି ବାହା ହେବାର ପ୍ରତିଶୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ।

ବିବାହ ପ୍ରତିଶୁତି ଦେଇ ପରେ ସେ ତାଙ୍କୁ ଧୋକାଦେଇ ଅନ୍ୟତ୍ର ବିବାହ ହୋଇଛନ୍ତି ବୋଲି ଯୁବତୀ ଜଣକ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଯବାନ ଜଣକ ମୁରିବାହାଲର ଏକ ମନ୍ଦିରରେ ବିବାହ କରି ଫେରୁଥିବା ବେଳେ ପୋଲିସ୍ ତାଙ୍କୁ ଗିରଫ କରିଥିଲା। ଗିରଫ ପରେ ଯବାନଙ୍କ ଡ଼ାକ୍ତରୀ ମାଇନା କରି ତାଙ୍କୁ କୋର୍ଟଚାଲାଣ କରାଯାଇଛି।

Leave a Reply

Your email address will not be published. Required fields are marked *