Pratidin TV

Odisha's Digital News Platform

ସାହସିକତା ଦେଖାଇଲେ ଗ୍ରାମବାସୀ ; ଚୋରଙ୍କୁ ମାତ୍ ଦେଇ ଫେରାଇଲେ ଡାକ୍ତରଙ୍କ ଟଙ୍କା ଓ ସୁନା ..

ଆଳି : ଡ଼ାକ୍ତରଙ୍କ ଘରୁ ବିଳମ୍ବିତ ରାତିରେ ବନ୍ଧୁକ ଓ କଟୁରୀ ଦେଖାଇ ଲୁଟିନେଲେ ସୁନା ଗହଣା ଓ ଟଙ୍କା । ତାସହ ଡ଼ାକ୍ତର ବାବୁଙ୍କ ଉପରକୁ କଟୁରୀରେ ଆକ୍ରମଣ ମଧ୍ୟ କଲେ । ଫଳରେ ଭୟରେ ଡାକ୍ତର ବାବୁଙ୍କ ପରିବାର ଚୁପ୍ ଚାପ ଚୋରମାନଙ୍କୁ ସବୁ ସୁନା ଗହଣା ଓ ଟଙ୍କା ଦେଇଦେଇଥିଲି । କିନ୍ତୁ୍‌ ଚୋରଙ୍କ ଭାଗ୍ୟରେ ନଥିଲା ଡାକ୍ତର ବାବୁଙ୍କ ପରିଶ୍ରମର ଟଙ୍କା ଓ ସୁନା । ଲୁଟି ଚାଲିଯାଉଥିବା ବେଳେ ପିଛା କରି ଚୋରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ସ୍ଥାନୀୟ ଗ୍ରାମବାସୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ।

ଗୋବିନ୍ଦପୁର ଗ୍ରାମରେ ଦୀର୍ଘ ବର୍ଷ ହେବ ଡ଼଼ା ବଂଶୀ ଧର ମହାପାତ୍ର ତାଙ୍କ ପରିବାର ସହ ରହି ଆସୁଛନ୍ତି । କିନ୍ତୁ ଗତ କାଲି ରାତି ୧୧.୩୦ ସମୟରେ ଦୁଇ ଜଣ ଡକାୟତ ମୁଁହରେ ମୁଖା ପିନ୍ଧି ବିଭିନ୍ନ ମରଣାତ୍ମକ ଅସ୍ତ୍ର ସହ ଘରର ପଛପଟେ ପଶି ଥିଲେ ଓ ପରିବାର ଲୋକ ପାଟି କରିବାରୁ ପ୍ରଥମେ ଲୁଟେରା ମାନେ ଡ଼଼ା ବଂଶୀ ଧର ଙ୍କ ପତ୍ନୀ କୁ ବନ୍ଧୁକ ଦେଖାଇ ରଶିରେ ବାନ୍ଧି ଦେଇ ଥିଲେ । ଏହା ପରେ ଘରେ ଥିବା ସାନ ଝିଅକୁ ମଧ୍ୟ ଓ ଡ଼ାକ୍ତରବାବୁଙ୍କୁ ବନ୍ଧୁକ ଦେଖାଇ ଘରେ ଥିବା ସମସସ୍ତ ସୁନା ଓ କ୍ୟାସ୍ ଟଙ୍କା ଲୁଟି ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିଲେ ।

ଲୁଟ୍ କରିବା ପରେ ଦୁଇ ଚୋର ଗୋବିନ୍ଦପୁର ଗାଁ ନିକଟରେ କୌଣସି ଅଜ୍ଞାତ ସ୍ଥାନରେ ଲୁଚି ରହିଥିଲେ। ସକାଳ ହେବା ପରେ ସେମାନେ ଏକ ଅଟୋ ଡ୍ରାଇଭରକୁ ଫୋନ୍ କରି ଡାକିଥିଲେ। ତେବେ ତା’ ମଧ୍ୟରେ ଡାକ୍ତରଙ୍କ ଘରୁ ଚୋରି ହୋଇଥିବା କଥା ଗାଁ ଲୋକେ ଜାଣସାରିଥିଲେ। ତା’ସହିତ ଗାଁ ପାଖରୁ ଦୁଇ ଜଣ ଅଜଣା ଲୋକ ଅଟୋରେ ଯାଉଥିବା ଖବର ମଧ୍ୟ ପାଇଥିଲେ। ଏହା ପରେ ଗାଁ ଲୋକେ ଉକ୍ତ ଅଟୋକୁ ପିଛା କରି ଚୋର ଦ୍ୱୟକୁ ଧରିଥିଲେ। ସେମାନଙ୍କ ଠାରୁ ସୁନାଗହଣା ଓ ଟଙ୍କା ଜବତ କରିଥିଲେ। ଏହା ସହିତ ଦୁଇ ଚୋରଙ୍କୁ ଧରି ଡାକ୍ତର ମହାପାତ୍ରଙ୍କ ଘରକୁ ଆଣିଥିଲେ। ଡାକ୍ତର ସେମାନଙ୍କୁ ଚିହ୍ନଟ କରିବା ପରେ ପୁଲିସକୁ ଖବର ଦିଆଯାଇଥିଲା। ତେବେ ଡାକ୍ତର ମହାପାତ୍ରଙ୍କ କହିବା ଅନୁଯାୟୀ ଚୋରମାନେ ପ୍ରାୟ ୪ ଲକ୍ଷ ଟଙ୍କାର ସୁନା ଗହଣା ଓ ୨୦ ହଜାର ଟଙ୍କା ନେଇଯାଇଥିଲେ। ଗଲା ବେଳେ ଚୋରମାନେ ତାଙ୍କ ଘରେ ଥିବା ଦୁଇଟି ମୋବାଇଲକୁ ଭାଙ୍ଗି ଦେଇଥିଲେ। ଡାକ୍ତର ମହାପାତ୍ର ଘଟଣା ସଂପର୍କରେ ଥାନାରେ ଏତଲା ଦେଇଛନ୍ତି। ପୁଲିସ ସେମାନଙ୍କୁ ଥାନାରେ ରଖି ପଚରାଉଚରା କରୁଛି।

Leave a Reply

Your email address will not be published. Required fields are marked *