Pratidin TV

Odisha's Digital News Platform

୪୨୦ ସ୍ୱାମୀ ସ୍ତ୍ରୀ ; ମହିଳା ମାନଙ୍କୁ ଚୂନ ମାରି ଲୁଟିଲେ ଦୁଇ କୋଟି ରୁ ଉର୍ଧ୍ଵ ଟଙ୍କା

1 min read

ପୁରୀ : କେତେ ବେଳେ ଝିଅ ବାହା ଘର ତ କେତେ ବେଳେ ସ୍ୱାମୀ ଯିବ ଦୁବାଇ ପଇସା ଦରକାର , ପୁଣି କେତେବେଳେ କାହାକୁ କୁକୁଡ଼ା ଫାର୍ମ ପାଇଁ ଲୋନ କରେଇଦେବ ତ କେତେବେଳେ କାହାକୁ ମୋଟା ଅଙ୍କ ର ସୁଧ ଆଶା ଦେଖାଇ ଠକି ଚାଲିଥିଲେ ଦମ୍ପତି । ଏବଂ ସେଇ ୪୨୦ ମହିଳା ଙ୍କ ହାତରେ ଅଛନ୍ତି କୁଆଡେ ବଡ ବଡ କଣ୍ଟ୍ରାକ୍ଟର, ଆଉ ସେମାନେ ତାଙ୍କ କାମରେ ପଇସା ଲଗାଇବେ ଏବଂ ବିଲ ପାସ ହେଲେ ମୋଟା ସୁଦ୍ଧ ରେ ତମକୁ ଫେରାଇବେ । ହଁ ଆଜ୍ଞା ଏଭଳି କିଛି ପ୍ରଲୋଭନ ଦେଖାଇ ନିଜ ଜାଲ ରେ ଫସାଇ ଚାଲିଥିଲେ ସ୍ୱାମୀ ସ୍ତ୍ରୀ ଦୁହେଁ । ବିଶେଷ ଭାବେ ଟାର୍ଗେଟ ରେ ରହୁଥିଲେ ବିଭିନ୍ନ ଅଞ୍ଚଳ ର ମହିଳା ଓ କିଛି ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ।

ଓ ଖାଲି ସେତକୀ ନୁହେଁ ଗ୍ରାମର ବିଭିନ୍ନ ମହିଳା ଝଐଏ ଗ୍ରୁପ ମାନଙ୍କ ରୁ ମଧ୍ୟ ଠକି ନେଇଛନ୍ତି ପାଖା ପାଖି ଦୁଇ କୋଟି ରୁ ଉର୍ଦ୍ଧ ଟଙ୍କା । ଏବଂ ଯେତେବେଳ ଏ ସବୁ ଏକ ଠକାମୀ ବୋଲି ଜଣାପଡିଲା ସେତେବେଳେ ରାତାରାତି ଚମ୍ପଟ ମାରିଥିଲେ ଠକ ଦମ୍ପତ୍ତି ଜ୍ଝଏଭଳି ଏକ ଅଭାବନୀୟ ଘଟଣା ବାଙ୍କୀ ଥାନା ଅନ୍ତର୍ଗତ ନିସ୍ତିପୁର ଗ୍ରାମରେ ଦେଖିବାକୁ ମିଳିଛି । ଏହି ଗ୍ରାମର ଏକ ଦମ୍ପତ୍ତି ହେଉଛନ୍ତି ଲିଲି ରାଉତ ଏବଂ ସ୍ୱାମୀ ଅଜୟ ରାଉତ । ବିଭିନ୍ନ ସମୟରେ ସରଳ ଲୋକଙ୍କୁ ନିଜ ଜାଲ ରେ ଫସାଇ ଲୁଟିନିଅନ୍ତି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଜ୍ଝଦୀର୍ଘ ଦିନ ଧରୀ ଫେରାର ଥିବା ଏହି ଠକ ଦମ୍ପତି ଙ୍କ ବିଷୟରେ ଖବର ପାଇ ରାତି ଅଧିଆ ଯାଇ ପୁରୀ ସାକ୍ଷୀଗୋପାଳ ଗ୍ରାମରୁ କାବୁ କରିଛନ୍ତି ଗ୍ରାମବାସୀ ।

Advertisement

ଏଠି କହିରଖିବାକୁ ଚାଁହୁଛୁ କି ବିଭିନ୍ନ ଅଞ୍ଚଳ ରେ ଏଭଳି ଠକ ଙ୍କ ପାଦୁର୍ଭାବ ଏବେ ବଢ଼ିବାରେ ଲାଗିଛି ଏବଂ ଯଦି ଆପଣ ଟିକେ ଏ ବିଷୟରେ ସଜାଗ ନ ରୁହନ୍ତି ତେବେ ଆପଣ ବି ହୋଇ ପାରନ୍ତି ଏଭଳି ଧୂର୍ତ୍ତ ଠକ ଙ୍କ ର ସ୍ୱୀକାର ।

Leave a Reply

Your email address will not be published. Required fields are marked *