Pratidin TV

Odisha's Digital News Platform

ଅନୁଭବଙ୍କ ସପକ୍ଷରେ ଏସଡିଜିଏମ୍ କୋର୍ଟଙ୍କ ରାୟ: କାନ୍ଦି ପକେଇଲେ ଓଡ଼ିଆ ସୁପରଷ୍ଟାର, ଦେଖନ୍ତୁ Video

1 min read

ଭୁବନେଶ୍ୱର: ବିବାହ ବିଚ୍ଛେଦ ମାମଲାରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଓଡ଼ିଆ ସୁପରଷ୍ଟାର ଅନୁଭବଙ୍କ ସପକ୍ଷର ରାୟ ଆସିଛି । ବର୍ଷାଙ୍କୁ ଅନୁଭବଙ୍କ ପୈତୃକ ଘର ଛାଡିବା ପାଇଁ କୋର୍ଟ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଏହି ନିର୍ଦ୍ଦେଶ ଶଣିବା ପରେ ଅନୁଭବ ଖୁସିରେ କାନ୍ଦି ପକାଇଥିଲେ । ଏହି ଭିଡିଓଟି ବର୍ତ୍ତମାନ ବେଶ୍ ଭାଇରାଲ ହେବାରେ ଲାଗିଛି । ଅନୁଭବଙ୍କ ପୈତୃକ ଘର ଖାଲି କରିବାକୁ କୋର୍ଟ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ବର୍ଷାଙ୍କୁ ପ୍ରତି ମାସରେ ରହିବା ବାବଦକୁ ଖର୍ଚ୍ଚ ପ୍ରଦାନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବର୍ଷାଙ୍କୁ ମାସିକ ୩୦ ହଜାର ଟଙ୍କାର ରହଣି ଖର୍ଚ୍ଚ ପ୍ରଦାନ କରିବେ ସାଂସଦ ଅନୁଭବ ମହାନ୍ତି ।

ବର୍ଷା ତାଙ୍କର ପୈତୃକ ଘର ଛାଡନ୍ତୁ ବୋଲି ଅନୁଭବ କୋର୍ଟରେ ଆବେଦନ କରିଥିଲେ । ଏହା ଉପରେ ବିଚାର କରି କୋର୍ଟ ଗୁରୁବାର ଏହି ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମ ଟଙ୍କା ମିଳିବାର ୨ ମାସ ମଧ୍ୟରେ ବର୍ଷା ଘର ଛାଡିବେ ବୋଲି ଅନୁବ କହିଛନ୍ତି । ରହଣି ବ୍ୟବସ୍ଥା ବାବଦରେ ଅନୁଭବ ୩୦ ହଜାର ଟଙ୍କା ପ୍ରଦାନ କରିବେ ଏବଂ ବର୍ଷା ନିଜେ ରହିବାର ବ୍ୟବସ୍ଥା କରିବେ । ମାତା ପିତାଙ୍କ ଅସୁସ୍ଥତାର କାରଣ ଦର୍ଶାଇ ବର୍ଷା ଘର ଛାଡନ୍ତୁୁ ବୋଲି ଅନୁଭବ ଆବେଦନ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *