Pratidin TV

Odisha's Digital News Platform

ଲିଭ-ଇନ୍‌ରେ ରହି ଧୋକାଦେଲା ପ୍ରେମିକା , ପ୍ରତିଶୋଧରେ ପରିବାରକୁ ଜାଳିଦେଲା ପ୍ରେମିକ

1 min read

ବଲାଙ୍ଗୀର : ପ୍ରେମିକର ବିଶ୍ୱାସରେ ବିଷ ଦେଲା ଧୋକାବାଜ ପ୍ରେମିକା।ଦୀର୍ଘ ଦିନର ସମ୍ପର୍କ ପରେ ବି ପ୍ରେମ ପ୍ରସ୍ତାବ ରଖିଲାନି ପ୍ରେମିକା । ଜିଅନ୍ତା ଜାଳି ମାରିଦେବାକୁ ପ୍ରେମିକର ଉଦ୍ୟମ । ଏଭଳି ଏକ ଅଭାବନୀୟ ଘଟଣା ବଲାଙ୍ଗୀର ଜିଲ୍ଲାରୁ ସାମ୍ନାକୁ ଆସିଛି । ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଅର୍ନ୍ତଗତ ମେହେରପଡା ଠାରେ ଜଣେ ଯୁବତୀ ଓ ତାଙ୍କ ପରିବାରକୁ ପେଟ୍ରୋଲ ଢାଳି ଜିଅନ୍ତା ଜାଳିଦେବାକୁ ଉଦ୍ୟମ ହୋଇଛି ।

ସୂଚନା ଅନୁସାରେ ମେହେରପଡା ର ଜଣେ ଯୁବତୀ ଢେଙ୍କାନାଳର ସ୍ୱସ୍ତିକ ଦାସ ନାମକ ଯୁବକଙ୍କୁ ଭଲ ପାଉଥିଲେ । ଦୀର୍ଘ ଦିନରୁ ଦୁହେଁ ଲିଭ-ଇନ ରିଲେସନରେ ରହି ଆସୁଥିଲେ । ପରେ କିନ୍ତୁ ଯୁବତୀ ସ୍ୱସ୍ତିକଙ୍କ ପ୍ରସ୍ତାବକୁ ମନା କରୁଥିଲେ । ଫଳରେ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଏହାକୁ ସହି ନ ପାରି ଶୁଜ୍ରବାର ସନ୍ଧ୍ୟାରେ ସ୍ୱସ୍ତିକ ଯୁବତୀଙ୍କ ଘରେ ପହଞ୍ଚି ଥିଲେ । ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ହଠାତ୍ ସ୍ୱସ୍ତିକ ତାଙ୍କ ଉପରେ ପେଟ୍ରୋଲ ଢାଳି ପୋଡି ଦେବାକୁ ଉଦ୍ୟମ କରିଥିଲେ ।

ଏଥିରେ ଯୁବତୀଙ୍କ ସହ ତାଙ୍କ ମା ଓ ସାନ ଭାଇ ମଧ୍ୟ ପୋଡି ହୋଇଯାଇଥିଲେ । ଯୁବତୀଙ୍କ ପରିବାରର ଚିତ୍କାର ଶୁଣି ସ୍ଥାନୀୟ ଲୋକ ଦୈଡି ଆସିବାରୁ ପ୍ରେମିକ ଖସିଯାଇ ପାରିନଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଯୁବତୀ ଓ ତାଙ୍କ ପରିବାରକୁ ଉଦ୍ଧାର କରି ଭୀମଭୋଇ ମେଡିକା ରେ ଭର୍ତ୍ତି କରାଯାଇ ଥିବା ଜଣାପଡିଛି । ଅନ୍ୟପଟେ ପ୍ରେମିକ ମଧ୍ୟ ସାମାନ୍ୟ ପୋଡି ହୋଇ ଖପ୍ରାଖୋଲ ଡାକ୍ତରଖାନାରେ ଭର୍ତ୍ତୀ ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *