ଏହି ତାରିଖରେ ପ୍ରକାଶ ପାଇବ ମେଟ୍ରିକ୍ ପରୀକ୍ଷା ଫଳ: ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ
1 min readଭୁବନେଶ୍ୱର: ଖୁଖ ଶୀଘ୍ର ପ୍ରକାଶ ପାଇବ ମେଟ୍ରିକ୍ ଫଳାଫଳ । ପରୀକ୍ଷା ସରିଥିବା ବେଳେ ଫଳାଫଳକୁ ଚାତକ ଭଳି ଚାହିଁ ବସିଛନ୍ତି ଛାତ୍ରଛାତ୍ରୀ । ଚଳିତ ମାସ ଶେଷ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି କହିଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଖାତା ଦେଖା ଶେଷ ହୋଇଥିବା ବେଳେ ମୂଲ୍ୟାୟନ ପ୍ରକ୍ରିୟା ଜାରି ରହିଛି ।
ଜୁନ୍ ମାସର ଶେଷ ସପ୍ତାହ ସୁଦ୍ଧା ସରକାର ପରୀକ୍ଷା ଫଳ ପ୍ରକାଶ କରିବେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଏପ୍ରିଲ୍ ୨୯ରୁ ମେ ୬ ତାରିଖ ମଧ୍ୟରେ ମେଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ତେବେ ୪୨ ହଜାର ଛାତ୍ରଛାତ୍ରୀ ଫର୍ମ ଫିଲପ୍ କରି ପରୀକ୍ଷା ଦେଇନଥିବାରୁ ଏହାକୁ ନେଇ ବିବାଦ ଦେଖା ଦେଇଥିଲା ।