Pratidin TV

Odisha's Digital News Platform

ବଢୁଛି ‘ଆଦିପୁରୁଷ’ ବିବାଦ : ମୁମ୍ବାଇ ପୋଲିସକୁ ସୁରକ୍ଷା ମାଗିଲେ ଫିଲ୍ମ ଲେଖକ ‘ମନୋଜ ମୁନ୍ତାସିର’

1 min read

ମୁମ୍ବାଇ : ରିଲିଜ୍ ପରେ ଫୁଣି ବିବାଦ ଘେରରେ ଆଦିପୁରୁଷ । ଫିଲ୍ମରେ ଦେଖାଯାଇଥିବା ସଂଳାପକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । କିଏ କହୁଛି ବ୍ୟାନ୍ କର ତ ପୁଣି କିଏ କହୁଛି ବଏକଟ୍ କର । ଏହି ଫିଲ୍ମର ଚରିତ୍ର ଚିତ୍ରଣ ଏବଂ ବିଶେଷ କରି ହନୁମାନଙ୍କ ଡାଏଲଗ୍‌କୁ ନେଇ ଲୋକେ ନା ପସନ୍ଦ କରିଛନ୍ତି । ଏପରିକି କିଛି ଦର୍ଶକ ଏହାର ସ୍କ୍ରିନିଂକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ବି ଦାୟର କରାଯାଇଛି । ଏହି ସମୟରେ ଫିଲ୍ମର ଲେଖକ ମନୋଜ ମୁନାସ୍ତିର ନିଜକୁ ଅସୁରକ୍ଷିତ ମନେକରିଛନ୍ତି । ସେ ନିଜ ସୁରକ୍ଷା ପାଇଁ ମୁମ୍ବାଇ ପୋଲିସଠାରୁ ସୁରକ୍ଷା ଆଶା କରିଛନ୍ତି ।

ଏସବୁ ଭିତରେ ନିଜେ ଫିଲ୍ମର ଲେଖକ ମନୋଜ କହିଛନ୍ତି ଯେ ସିନେମାରେ ଥିବା କିଛି ଡାଏଲଗ୍ ଯାହା ଲୋକଙ୍କ ଭାବାବେଗକୁ ଆଘାତ ଦେଇଛି । ସେଗୁଡିକ ଯଥାସମ୍ବବ ପରିବତ୍ତର୍ତ୍ତନ କରାଯାଇ ଫିଲ୍ମରେ ସାମିଲ ଜରାଯିବ । ଏହା ବ୍ୟତୀତ ମନୋଜ କିଛି ଜାତୀୟ ଗଣମାଧ୍ୟମକୁ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି, ଲୋକମାନେ ୪ ଟି ସଂଳାପ ଉପରେ ଆପତ୍ତି ଆଣିଛନ୍ତି । ସେଗୁଡିକ ପରିବର୍ତ୍ତନ ହେବ ।

୧- ହନୁମାନ ଯେତେବେଳେ ଲଙ୍କାକୁ ଯାଆନ୍ତି ପ୍ରଥମେ ସେଠି ଜଣେ ରାକ୍ଷସ ତାଙ୍କୁ କହିଛି – ଯେ କଣ ଏହି ଲଙ୍କା ତୋ ପିଇସିର ପବନ ଖାଇବାକୁ ଆସିଗଲୁ ।
୨- ସୀତାଙ୍କ ୁ ଦେଖାକରିବା ପରେ ଯେତେବେଳେ ହନୁମାନଙ୍କ ପୁଚ୍ଛରେ ନିଆଁ ସଂଯୋଗ କରାଯାଇଛି ସେତେବେଳେ ହନୁମାନ କହିଛନ୍ତି ଯେ – ତେଲ ତୋ ବାପାଙ୍କର , କପଡା ବି ତୋ ବାପାଙ୍କର ଆଉ ଜଳିବ ବି ତୋ ବାପାର ।
୩- ଯେତେବେଳେ ହନୁମାନ ସୀତାଙ୍କୁ ଦେଖା କରି ଫେରିବେ – ରାମଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ହନୁମାନ କହିବେ – କହିଦେଇଛି ଯିଏ ମୋ ଭଉଣୀ୮୍‌କ ଦେହରେ ହାତ ଦେବ ତା୮ଯକ ଲଙ୍କା ମୁ ଜଳେଇଦେବୀ ।
୪- ଲକ୍ଷଣ ଉପରେ ଆକ୍ରମଣ କରି ଇନ୍ଦ୍ରଜିତ କହିଛନ୍ତି ଯେ ମୋର ଗୋଟିଏ ସପେରା ଏହି ଶକ୍ତିଶାଳୀ ନାଗକୁ ଶେଷ କରିଦେଲା।

Leave a Reply

Your email address will not be published. Required fields are marked *