ମୋଦୀ ଲଞ୍ଚ କରିବେ ନୂଆ ସିରିଜର କଏନ୍: ଦୃଷ୍ଟିହୀନଙ୍କୁ ହେବ ସୁବିଧା
1 min readନୂଆଦିଲ୍ଲୀ: ଭାରତରେ ଲଞ୍ଚ ହେବ ନୂଆ ସିରିଜର କଏନ୍ । ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି କଏନ ଗୁଡିକୁ ବିଜ୍ଞାନ ଭବନରେ ଲଞ୍ଚ କରିବେ । ଏହି କଏନର ବିଶେଷତ୍ୱ ଏହିକି ଯେ ନେତ୍ରହୀନ ଲୋକମାନେ ସହଜରେ ଏହାକୁ ବ୍ୟବହାର କରି ପାରିବେ । ଟଙ୍କିକିଆ, ଦୁଇ ଟଙ୍କିଆ, ୫, ୧୦ ଓ ୨୦ ଟଙ୍କିଆ ସିରିଜର କଏନ୍ ଲଞ୍ଚ ହେବାକୁ ଯାଉଛି । ଅର୍ଥ ମନ୍ତ୍ରଣାଳୟ ଏବଂ କର୍ପୋରେଟ୍ କାର୍ଯ୍ୟ ମନ୍ତ୍ରଣାଳୟ ପକ୍ଷରୁ ସେଲିବ୍ରେସନ୍ ୱିକ୍ ପାଳନ କରାଯାଉଥିବା କାରଣରୁ ଏହି ନୂତନ ସିରିଜର କଏନ୍ ଲଞ୍ଚ କରାଯାଉଛି । ଏହି କଏନର ବିଶେଷତ୍ୱ ହେଉଛି କି ନେତ୍ର ହୀନ ଲୋକମାନେ ମଧ୍ୟ ସହଜରେ ଏହାକୁ ଚିହ୍ନି ପାରିବେ ।
ଏହି ନୂତନ ସିରିଜର କଏନରେ ଆଜାଦୀ କା ଅମ୍ରିତ୍ ମହୋତ୍ସବର ଲୋଗୋ ରହିବ । ଆଜାଦୀ କା ଅମ୍ରିତ ମହୋତ୍ସବ ପରି ଅର୍ଥ ମନ୍ତ୍ରାଳୟର ସେଲିବ୍ରେସନ୍ ୱିକ୍ ପାଳିତ ହେବ । ପ୍ରଥମ ଥର ପାଇଁ ଦେଶରେ ୨୦ ଟଙ୍କିଆ କଏନ୍ ଲଞ୍ଚ ହେବାକୁ ଯାଉଛି । ପୂର୍ବରୁ ବଜେଟ ଅଭିଭାଷଣରେ ନିର୍ମଳା ସୀତାରମଣ ଏ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ୨୦ ଟଙ୍କିଆ କଏନର ଆକାର ଗୋଲାକାର ହେବା ପରିବର୍ତ୍ତେ ଏହା ପଲିଗନ୍ ଆକାରର ରହିବ । ଏହାର ଉପର ଅଂଶ ନିକେଲ ଏବଂ ରୂପାରେ ତିଆରି ହେବାକୁ ଥିବା ବେଳେ ଭିତର ଅଂଶ ନିକେଲ ଏବଂ ପିତଳରେ ତିଆରି ହେବ । ଏହା ସହିତ ଏହି କଏନରେ ଅଶୋକ ସ୍ତମ୍ଭ ଏବଂ ବାଘର ଛବି ଦେଖିବାକୁ ମିଳିବ ।