Pratidin TV

Odisha's Digital News Platform

ଆଜି ପବିତ୍ର ନାଗପଞ୍ଚମୀ ; ସନ୍ଧ୍ୟା ସମୟରେ ଶିବ ମନ୍ଦିର ଯାଇ କରନ୍ତୁ ଏହି ବିଧି ଦୂର ହେବ ସବୁ ସମସ୍ୟା , ପୂର୍ଣ୍ଣ ହେବ ମନସ୍କାମନା ….

1 min read

ଆଜି ପବିତ୍ର ନାଗ ପଞ୍ଜମୀ । ଶ୍ରାବଣ ମାସର ସୋମବାରେ ନାଗପଞ୍ଜମୀ ଦିନ ପାଳନ୍ତୁ ଏସବୁ ବିଧି । ଜୀବନରୁ ଦୂର ହେବ ସମସ୍ୟା ଏବଂ ପୂର୍ଣ୍ଣ ହେବ ମନସ୍କାମନା ।

ପଞ୍ଚାଙ୍ଗ ଅନୁଯାୟୀ ନାଗ ପଞ୍ଜମୀ ଅଗଷ୍ଟ ୨୧ ମାନେ ଆଜି ପଡୁଛି । ଏହି ପର୍ବ ଶ୍ରାବଣ ମାସର ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପାଳନ କରାଯାଏ । ଏହି ଶ୍ରେଷ୍ଠ ପବିତ୍ର ନାଗ ପଞ୍ଚମୀରେ ନାଗ ଦେବତାଙ୍କ ଉପାଶନା କରାଯାଏ । କାହିଁକି ନା ସନାତନ ଧର୍ମରେ ନାଗମାନଙ୍କୁ ବିଶେଷ ସ୍ଥାନ ଦିଆଯାଇଛି । ଏହି ନାଗ ପଞ୍ଚମୀରେ ଖାଲି ନାଗ ଦେବତାଙ୍କୁ ନୁହେଁ ବରଂ ଶିବଶଙ୍କରଙ୍କୁ ମଧ୍ୟ ପୂଜା କରାଯାଏ । କାରଣ ଶଙ୍କରଙ୍କ ଗଳାରେ ନାଗ ବାସ କରିଥାନ୍ତି ।

Advertisement

କୁହନ୍ତିକି ନାଗ ପଞ୍ଚମୀ ସନ୍ଧ୍ୟାରେ କିଛି ଖାସ ଉପାୟ କରିବା ଦ୍ୱାରା ମଣିଷର ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା କଣ ସେଇ ଖାସ ଉପାୟ ।

୧- ଯେଉଁମାନଙ୍କ କୁଣ୍ଡଳୀ/ଜାତକରେ ନାଗଦୋଷ କିମ୍ବା କାଳ ସର୍ପ ଦୋଷ ଥାଏ ସେମାନେ ନାଗ ପଞ୍ଚମୀ ସନ୍ଧ୍ୟାରେ ନବନାଗ ସ୍ତ୍ରୋତ୍ର ୯ ଥର ପାଠ କଲେ ଏଦୋଷରୁ ମୁକ୍ତି ମିଳିଥାଏ ।

୨- ସେହିଭଳି ଆର୍ଥିକ ସମସ୍ୟା ଲାଗି ରହୁଥିଲେ ଆପଣମାନେ ନାଗ ପଞ୍ଚମୀ ସନ୍ଧ୍ୟାରେ ଚନ୍ଦନ କାଠରେ ପ୍ରସ୍ତତ ୭ଟି ମାଳି ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ । ଖୁବ୍ ଶୀଘ୍ର ଏ ସମସ୍ୟା ଦୂର ହେବ ।

୩- ନାଗ ପଞ୍ଚମୀ ସନ୍ଧ୍ୟାରେ ଚାନ୍ଦିର ନାଗ ନାଗୁଣୀ ଭଗବାନ ଶିବଙ୍କ ମନ୍ଦିରରେ ଅର୍ପଣ କରିବା ସହ ଭଗବାନ ଶିବଙ୍କ ପୂଜା କରିବା ଦ୍ୱାରା ବୈବାହିକ ଜୀବନରେ ଆସୁଥିବା ସମସ୍ୟା ଦୂର ହୁଏ ।

୪- ନାଗପଞ୍ଚମୀ ସନ୍ଧ୍ୟାରେ ଏକ ନାଲି କପଡାରେ ଗୋଟା ନଡିଆ ଗୁଡାଇ ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ । ଏହା ଦ୍ୱାରା ଆପଣଙ୍କ ଜୀବନରେ ଚାଲୁଥିବା ସବୁ ସମସ୍ୟାରୁ ମୁକ୍ତି ମିଳିବ ।

Leave a Reply

Your email address will not be published. Required fields are marked *