Pratidin TV

Odisha's Digital News Platform

ଶ୍ରାବଣ ଶେଷ ସୋମବାରରେ ଅଘଟଣ ; ପୂଜା କରିବାକୁ ଆସି ନଦୀରେ ଭାସିଗଲେ ୨ ଶିଶୁ ….

1 min read

ରାୟଗଡା ; କାଳ ହେଲା ଶେଷ ଶ୍ରାବଣ ସୋମବାର । ଉଜାଡିଲା ୨ ପରିବାରର କୂଳ । ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ଅନ୍ତର୍ଗତ ଚନ୍ଦ୍ରପୁର ମିନାଝୋଲା ଶିବ ମନ୍ଦିରରେ ସୋମବାର ଘଟିଛି ଏଭଳି ଅଭାବନୀୟ ଘଟଣା । ଚନ୍ଦ୍ରପୁର ବ୍ଲକ ମିନାଝୋଲା ଶୈାବ ପିଠ ନିକଟରେ ବଂଶଧାରା ନଦୀର ପ୍ରଖର ପାଣି ସ୍ରୋତରେ ଭାସିଗଲେ ଦୁଇଜଣ । ଦୁଇଜଣ ମଧ୍ୟରେ ଜଣେ ନାବାଳାକ ରତ୍ନାକର ବଡନାୟକ ବୟସ ୯ ଆଉ ଜଣେ ନାବାଳିକା ସୌମିତ ବଡସେଠ (୧୦)ରହିଥିବା ସୁଚନା ମିଳିଛି । ଉଭୟେ ପରିବାର ସହିତ ପବିତ୍ର ଶ୍ରାବଣ ମାସର ଶେଷ ସୋମବାରରେ ପୂଜାର୍ଚ୍ଚନା କରିବା ଉଦ୍ଦେଶ୍ୟରେ ଚନ୍ଦ୍ରପୁର ବ୍ଲକ ମିନାଝୋଲା ଶୈାବ ପିଠକୁ ଆସିଥିଲେ ।

ତେଡେ ଦର୍ଶନ ସାରି ବଂଶଧାରା , ଫାଳଫଳିଆ ଏବଂ ଚାଉଳଧୁଆ ତିନୋଟି ନଦୀର ସଂଗମ ସ୍ଥଳ ବୁଲିବାକୁ ଯାଇଥିଲେ । ସମୁଦାୟ ପାଞ୍ଚଜଣ ଶିଶୁ ବଂଶଧାରା ନଦୀ ପାଣି ଖେଳୁଥିବା ବେଳେ ହଠାତ୍ ବଂଶଧାରାର ପାଣିର ସୁଅରେ ପଡିଯାଇଥିଲେ । ତିନିଜଣ ଶିଶୁ ବହୁ କଷ୍ଟରେ ନିଜେ ନିଜେ ନଦୀ କୁଳକୁ ପହଁରି ଚାଲି ଆସିଥିବା ବେଳେ ୯ ବର୍ଷୀୟ ଶିଶୁ ରତ୍ନାକର ବଡନାୟକ ଏବଂ ୧୦ ବର୍ଷୀୟ ସୌମିତ ବଡସେଠ ବଂଶଧାରାର ନଦୀ ସ୍ରୋତୋରେ ଭାସିଯାଇ ନିଖୋଜ ହୋଇଯାଇଥିଲେ ।

Advertisement

କୁଳକୁ ଆସିବା ପରେ ଉଧାର ହୋଇଥିବା ତିନି ଶିଶୁ ଆଉ ଦୁଇ ଜଣ ନିଖୋଜ ଥିବା ପରିବାରକୁ ଖବର ଦେବାପରେ ଖୋଜା ଖୋଜି ଆରମ୍ଭ ହୋଇଥିଲା । ଦୁଇ ଜଣକ ଘର କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ୍ ଶ୍ରିରାମପୁର ଗ୍ରାମ ବୋଲି ଜଣାପଡିଛି । ପରେ ସ୍ଥିନୀୟ ଲୋକେ ବ୍ଲକ ପ୍ରଶାସନକୁ ଖବର ଦେବାପରେ ଘଟଣା ସ୍ଥଳରେ ଚନ୍ଦ୍ରପୁର ଦମକଳ ବାହିନୀ ଓ ଭାମିନି ଦ୍ବିତୀୟ ଆଇଆର୍ବିଏନ୍ କ୍ୟାମ୍ପ୍ ର ଓଡ୍ରାଫ୍ ଟିମ୍, ଟାପିରିକୁପୁଡା ଗ୍ରାମବାସିଙ୍କ ସହୋଯୋଗରେ ଖୋଜାଖୋଜି କରୁଥିବା ସୁଚନା ରହିଛି। ଏହି ରିପୋର୍ଟ ଲେଖା ସୁଧା ନିଖୋଜ ଦୁଇ ଜଣ ଶିଶୁଙ୍କ କୌଣସି ପତ୍ତା ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *