Pratidin TV

Odisha's Digital News Platform

ଓଠର ରଙ୍ଗ ବଦଳୁଥିଲେ କରନ୍ତୁନି ଅଣଦେଖା , ଏହି ସବୁ ବଡ ବଡ ରୋଗର ଲକ୍ଷଣ ଦେଇଥାଏ ଆଗୁଆ…

1 min read

ନୂଆଦିଲ୍ଲୀ : ସାଧାରଣତ ଛୋଟ ବେଳେ ଆମ ସମସ୍ତଙ୍କ ଓଠ ଗୋଲାପୀ ହୋଇଥାଏ । କିନ୍ତୁ ସମୟ ଗଡିବା ସହ ଓଠର ରଙ୍ଗରେ ଧିରେ ଧିରେ ପରିବର୍ତ୍ତନ ଆସିଥାଏ । ଏହି ପରିବର୍ତ୍ତନ ବେଳେ ବେଳେ ସ୍ୱାଭାବିକ ହେବା ସହ କିଛି ରୋଗର ଲକ୍ଷଣ ମଧ୍ୟ ହୋଇଥାଏ । ତେଣୁ ଯଦି ଆପଣଙ୍କ ଓଠର ରଙ୍ଗ ବଦଳୁଛି, ଏହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ । ଆସନ୍ତୁ ଜାଣିବା, ଓଠର ରଙ୍ଗ ପରିବର୍ତ୍ତନ କେଉଁ ରୋଗର ଲକ୍ଷଣ …

ଅନେକ ସମୟରେ ଏହା ଯକୃତ ରୋଗ କିମ୍ବା ରକତ୍ ହୀନତାର ଲକ୍ଷଣ ହୋଇଥାଏ ।
ଓଠର ରଙ୍ଗ ଲାଲ୍ ପଡୁଥିଲେ – ଯଦି ଆପଣଙ୍କ ବୟସ ସହ ଓଠର ରଙ୍ଗ ଲାଲ୍ ହେବାକୁ ଲାଗୁଛି ତେବେ ଏହାକୁ ଖୁସି ହୋଇ ଅଣଦେଖା କରନ୍ତୁନି । କାରଣ ଓଠ ଲାଲ୍ ପଡିବା ଯକୃତ ଜନିତ ସମସ୍ୟାରେ ଦେଖାଦେଇଥାଏ । ଯେତେବେଳେ ଯକୃତରେ ସମସ୍ୟା ଉପୁଜିବା ଆରମ୍ଭ ହୁଏ, ଧିରେ ଧିରେ ଓଠ ଲାଲ ହେବା ଆରମ୍ଭ କରେ । ଏହା ବ୍ୟତୀତ ଓଠର ଲାଲ ରଙ୍ଗ ମଧ୍ୟ ଆଲର୍ଜିର ଲକ୍ଷଣ ହୋଇପାରେ।
ଓଠର ରଙ୍ଗ ଧଳା ବା ସେଥା ପଡିବା କିମ୍‌ବା ହଳଦିଆ ଦେଖାଗଲେ – ଓଠର ରଙ୍ଗ ଏଭଳି ବଦଳୁଥିଲେ ତେବେ ତୁରନ୍ତ ଯାଇ ଡାକ୍ତରଙ୍କ ପରାମର୍ଶ କରନ୍ତୁ। ଏହା ଶରୀରରେ ରକ୍ତ ଅଭାବର ଲକ୍ଷଣ ହୋଇପାରେ। ରକ୍ତହୀନତାର ଶିକାର ହେଉଥିବା ଲୋକମାନଙ୍କର ଓଠ ଫାଟିଯାଏ। ଏହା ବ୍ୟତୀତ, ବିଲିରୁବିନର ସ୍ତର ବଢିଗଲେ ମଧ୍ୟ ଓଠର ରଙ୍ଗ ହଳଦିଆ ଦେଖାଯିବା ଆରମ୍ଭ କରେ।
ଓଠର ରଙ୍ଗ ଧିରେ ଧିରେ କଳା ପଡୁଥିଲେ – ଅନେକ ଲୋକଙ୍କ ଓଠର ରଙ୍ଗ କଳା ଦେଖାଯିବା ଆରମ୍ଭ କରେ । ଓଠର କଳା ରଙ୍ଗ ଫୁସଫୁସ ରୋଗ ସହିତ ଜଡିତ ହୋଇପାରେ। ତେଣୁ, ଯଦି ଆପଣଙ୍କର ଓଠର ରଙ୍ଗ କଳା ଦେଖାଯାଏ, ତେବେ ଏହି ଚିହ୍ନକୁ ଆଦୌ ଅଣଦେଖା କରନ୍ତୁ ନାହିଁ।

Advertisement

Leave a Reply

Your email address will not be published. Required fields are marked *