Pratidin TV

Odisha's Digital News Platform

(ଭିଡ଼ିଓ)ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଳୁଛନ୍ତି ୭୩ତମ ଜନ୍ମଦିନ

1 min read

ନୂଆଦିଲ୍ଲୀ : ୭୩ ବର୍ଷରେ ପାଦ ଥାପିଲେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କ ଜନ୍ମଦିନ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଛି ବିଜେପି । ଏବଂ ଜନ୍ମଦିନ ଉପଲକ୍ଷେ ଦେଶ ତଥା ବିଦେଶରୁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି । ପ୍ରତିବର୍ଷ ଏକ ଭିନ୍ନ ଢଙ୍ଗରେ ନିଜ ଜନ୍ମଦିପ ପାଳ କରିଥାନ୍ତି ପ୍ରଧାନମନ୍ତ୍ରୀ । ଚଳିତ ବର୍ଷ ସେ ଦିଲ୍ଲୀର ଦ୍ୱାରକାଠାରେ ୭୩ ହଜାର ବର୍ଗ ମିଟର ଜମିରେ ନିର୍ମିତ ଯଶେଭୂମି ସମ୍ମିଳନୀ କେନ୍ଦ୍ରର ଉଦଘାଟନ କରିବେ । ତାଙ୍କ ଜନ୍ମ ଦିନ ଅବସରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ,ଗୃହମନ୍ତ୍ରୀ ଅମିତ ଶାହ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତା ଟ୍ୱିଟ୍ କରି ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି । ୧୯୫୦ ମସିହା ଆଜିର ଦିନ ଅର୍ଥାତ ସେପ୍ଟେମ୍ବର ୧୭ରେ ଗୁଜରାଟର ମେହସାନା ଜିଲ୍ଲାର ଭଦନଗର ଗ୍ରାମରେ ଏକ ମଧ୍ୟବିତ୍ତ ପରିବାରରେ ମୋଦୀଙ୍କ ଜନ୍ମ ହୋଇଥିଲା ।

୧୯୭୨ରେ ସେ ରାଷ୍ଟୟୀୟ ସ୍ୱଂୟସେବକ ସଂଘରେ ଯୋଗ ଦେଇଥିଲେ । ୧୯୮୭ରେ ବିଜେପିରେ ସେ ଯୋଗ ଦେଇଥିଲେ ।୨୦୦୧ ଅକ୍ଟୋବର ୭ରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ହୋଇଥିଲେ ନରେନ୍ଦ୍ର ମୋଦି । ଦୀର୍ଘ ୧୪ ଧରି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ପରେ ସେ ୨୦୧୪ ମେ ୨୬ରେ ଭାରତର ୧୫ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ବହୁସଂଖ୍ୟାରେ ଜିତିବା ପରେ ନରେନ୍ଦ୍ର ମୋଦି ମେ ୩୦ ୨୦୧୯ରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ ।

Advertisement

Leave a Reply

Your email address will not be published. Required fields are marked *