Pratidin TV

Odisha's Digital News Platform

ପୋଖରୀରେ ବୁଡିଗଲେ ଦୃଷ୍ଟିହୀନ ଛାତ୍ର ….

1 min read

କୋରାପୁଟ : ଅଷ୍ଟମ ଶ୍ରେଣୀ ଦୃଷ୍ଟିହୀନ ଛାତ୍ର ପୋଖରୀ ରେ ବୁଡି ମୃତ୍ୟୁ। ୫ ଘଣ୍ଟା ଧରି ଯାଞ୍ଚ ପ୍ରକ୍ରିୟା ପରେ ମିଳିଲା ମୃତ୍ୟୁ ଶରୀର। ଶବ ବ୍ୟବଚ୍ଛେଦ ପାଇଁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡ଼ିକାଲ୍ କଲେଜ କୁ ସ୍ଥାନାନ୍ତରିତ ।

ଖବର ଅନୁଯାୟୀ କୋରାପୁଟ ବ୍ଲକ ଗୌଡ଼ଗୁଡା ଗ୍ରାମର ରାମ ଗୌଡ଼ ନାମକ ଜଣେ ୮ମ ଶ୍ରେଣୀର ଦୃଷ୍ଟିହୀନ ବାଳକ। ପୋଖରୀ ରେ ଗାଧୋଇବା ସମୟରେ ପାଣିରେ ବୁଡିଥିବା ସୂଚନା ପାଇଁ ଆଖପାଖ ଲୋକ, ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପ୍ରଥମେ ଖବର ପାଇ କୋରାପୁଟ ପୋଲିସ୍ ଏବଂ ଆମ୍ବୁଲାନ୍ସ ପହଞ୍ଚିଥିଲା । କିଛି ସମୟ ବିଳମ୍ବରେ ଅଗ୍ନିଶମ ବିଭାଗ ପହଞ୍ଚିଥିଲେ, ଅଗ୍ନିଶମ କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ଦ୍ୱାରା ଦୀର୍ଘ ୫ ଘଣ୍ଟା ଧରି ଯାଞ୍ଚ୍ କରିବା ପରେ ମୃତ୍ୟୁ ଶରୀରକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ସହୀଦ ଲଖ୍ମଣ ନାୟକ ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଯାଇଛି ।

Advertisement

କୋରାପୁଟ ଦୃଷ୍ଟିହୀନ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ଥିଲେ ଲକ୍ଷ୍ମଣ। ୫ ଦିନ ପୂର୍ବରୁ ଦେହ ଅସୁସ୍ଥ ଥିବା ବେଳେ ଦୃଷ୍ଟି ହୀନ ବିଦ୍ୟାଳୟରୁ ସହୀଦ ଲକ୍ଷ୍ମଣ ମେଡ଼ିକାଲ ଯାଇଥିଲେ । ଗଣେଶ ପୂଜା ପରେ ବିଦ୍ୟାଳୟରୁ ଛୁଟି ନେଇ ନୁଆ ଖାଇ ପର୍ବ ପାଈଁ ଘରକୁ ଆସିଥିଲେ ଛାତ୍ର। ମା ହରି ବାଳାଙ୍କ ତୃତୀୟ ସନ୍ତାନ ଥିଲେ ରାମ ଗୌଡ଼ । ସେ ଦୃଷ୍ଟି ହୀନ ଛାତ୍ର ଥିଲେ । ବିଦ୍ୟାଳୟ ରେ ପାଠ ପଢିବା ସହ ସ୍ୱେଚ୍ଛାସେବୀ ଥିଲେ ବାଳକ ଦୃଷ୍ଟିହୀନ ଛାତ୍ର ପାଠ ପଢିବା ସହ ବିଦ୍ୟାଳୟ ର ଦୃଷ୍ଟି ହୀନ ଛାତ୍ର ଙ୍କ ସେବା ବି କରୁଥଲେ ରାମ । ସମସ୍ତ ଙ୍କ ମେଳାପି ଥିବା ବେଳେ ଦୃଷ୍ଟି ହୀନ ରାମଙ୍କ ଆତ୍ମା ର ସଦଗତି ପାଇଁ ସକ ପ୍ରକାଶ କରିଛନ୍ତି ବିଦ୍ୟାଳୟ ର ସମସ୍ତ କର୍ମଚାରୀ ଏବଂ ଛାତ୍ର ଛାତ୍ରୀ। ପୋଖରୀରେ ଗଭୀର ପାଣିଥିବା ହେତୁ ଜେସିବି ମେସିନ ଦ୍ୱାରା ପାଣି ବାହାରକୁ କଡା ଯାଇ ଶବକୁ ଉଦ୍ଧାର କରାଯାଇଛି । ଗ୍ରାମବାସୀ ମାନେ ରାମ ଙ୍କ ପରିବାର ପାଇଁ ସରକାଙ୍କଠାରୁ ଆର୍ଥିକ ସହାୟତା ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *