Pratidin TV

Odisha's Digital News Platform

ଗହଣା ଦୋକାନରେ ସିଟି ଏବଂ ଜିଏସଟି ବିଭାଗର ଚଢାଉ…

1 min read



ମୟୁରଭଞ୍ଜ: ଜୁଏଲାରୀ ଦୋକନରେ ଚାଲିଛି ରେଡ୍ । ଦୋକାନରେ ପଶି ଜିଏସଟି ଏବଂ ସିଟି ବିଭାଗ କରୁଛି ଖୋଳତାଡ୍ । ଲକ୍ଷ ଲକ୍ଷ ଟଙ୍କାର ଟିକସ ଫାଙ୍କିଥିବା ନେଇ ଅଭିଯୋଗ ହେବାପରେ ଗହଣା ଦୋକାନରେ ଚଢାଉ ଚାଲିଛି । ଜିଏସଟି ଏବଂ ସିଟି ବିଭାଗ ପକ୍ଷରୁ ମିଳିତ ଭାବେ ଆଜି ମଧ୍ୟାହ୍ନରେ ଉଦଳା ମହେନ୍ଦ୍ର ଜୁଏଲାର୍ସରେ ଚଢାଉ ଜାରୀ ରହିଛି । ଦୋକାନର ସଟର ଟାଣି ଦୋକାନ ଭିତରେ ଥିବା ବିଭିନ୍ନ ସୁନା ଗହଣାର ଆକଳନ କରାଯିବା ସହିତ ଦସ୍ତାବିଜ୍ ଗୁଡିକ ଯାଞ୍ଚ କରାଯାଉଛି । ତେବେ ମହେନ୍ଦ୍ର ଗହଣା ଦୋକାନ କେତେ ଟଙ୍କାର ଟିକସ ଫାଙ୍କିଛି ତାହାର ତଦନ୍ତ କରୁଛି ଉଭୟ ବିଭାଗ । ବିଭାଗର ଏନଫୋର୍ସମେଣ୍ଟ ଟିମ୍ ଏହି ଚଢାଉରେ ସାମିଲ ରହିଛନ୍ତି । ଏହି ସମୟରେ ଦୋକାନର ମାଲିକ ଉପସ୍ଥିତ ଥିବା ବେଳେ ଦୋକାନରେ ମହଜୁଦ ଥିବା ଗହଣା ଏବଂ ତାହାର ଟିକସ ଉପରେ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି । ଯାଞ୍ଚ ପରେ କେତେ ଟଙ୍କାର ଠକେଇ ହୋଇଛି ତାହାର ସତ୍ୟାତା ସାମ୍ନାକୁ ଆସିବ ବୋଲି କୁହାଯାଇଛି ।

Advertisement

Leave a Reply

Your email address will not be published. Required fields are marked *