Pratidin TV

Odisha's Digital News Platform

Business Women ; ସଂଷର୍ଘରୁ ସଫଳତା କାହାଣୀ, ବିକୁଥିଲେ ଗୋଟା ମସଲା ବନିଗଲେ ଲକ୍ଷପତି ମାଲିକାଣୀ ….

1 min read

ଧର୍ମଶାଳା ; ପରିଚୟ ଦେଲା ଗୋଟା ମସଲା ବନିଗଲେ ବିଜନେସ୍ ଲେଡି । କରୋନା ପାଇଁ ଚାକିରି ଯିବା ପରେ ଗୋଟା ମସଲା ପ୍ୟାକିଂ ୟୁନିଟ କରି ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟକୁ ମାନଙ୍କୁ ଦେଇପାରିଛନ୍ତି ରୋଜଗାର ।

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଚ୍ୟୁତପୁର ଗ୍ରାମର ବ୍ରହ୍ମାନନ୍ଦ ଏବଂ ସ୍ମିତା ଙ୍କ ସଂଘର୍ଷ ଆଉ ସଫଳତା ର କାହାଣୀ। ମାତ୍ର ପଚାଶ ହଜାର ଟଙ୍କାରେ ଆରମ୍ଭ କରିଥିବା ୟୁନିଟ ଏବେ କୋଡ଼ିଏ ଲକ୍ଷ ଟଙ୍କାରେ ପଂହଚିବା ସହ ବାରଜଣ ଙ୍କୁ କରିପାରିଛନ୍ତି ସ୍ବାବଲମ୍ବୀ । ତେବେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଚ୍ୟୂତ ପୁର ଗ୍ରାମର ବ୍ରହ୍ମାନନ୍ଦ ସାହୁ ପତ୍ନୀ ସ୍ମିତା ସାହୁ । ବ୍ରହ୍ମାନନ୍ଦ ଏମ,ବି, ଏ ପାସ କରି ଭୂଷଣ ବି,ଆର,ପି ,ଏଲ ଭଳି ପ୍ରତିଷ୍ଠିତ କମ୍ପାନୀ ରେ ଚାକିରି କରୁଥିଲେ । ମାତ୍ର କରୋନା ପାଇଁ ବ୍ରହ୍ମାନନ୍ଦ ଙ୍କୁ ଚାକିରି ଛାଡ଼ିବାକୁ ପଡ଼ିଥିଲା।ଏହାପରେ ସ୍ତ୍ରୀ ସ୍ମିତା ଙ୍କ ସହ ମିଶି ପରିବାର ଗୁଜୁରାଣ ମେଣ୍ଟାଇବାକୁ ଆରମ୍ଭ କରିଥିଲେ ଗୋଟା ମସଲା ପ୍ୟକିଂ ୟୁନିଟ୍।

Advertisement

ପ୍ରଥମ ପର୍ଯ୍ୟାୟ ରେ ବାପା ବଂଶିଲାଲ ଙ୍କ ନାମରେ ଏକ ବ୍ରାଣ୍ଡ ଜରିଆରେ ପଚାଶ ହଜାର ଟଙ୍କାରେ ଆରମ୍ଭ କରିଥିଲେ ବ୍ୟବସାୟ ।ଲୋକଙ୍କ ଚାହିଦା କୁ ଦୃଷ୍ଟିରେ ରଖି ସ୍ୱଳ୍ପ ମୂଲ୍ୟରେ କିଭଳି ଉନ୍ନତ ଗୋଟା ମସଲା ଲୋକଙ୍କୁ ଯୋଗାଇ ଦିଆଯାଇ ପାରିବ ସେହି ଲକ୍ଷ ନେଇ ଆରମ୍ଭ କରିଥିଲେ ଏହି ବ୍ୟବସାୟ । ଛୋଟ ଛୋଟ ପ୍ୟାକେଟ ରେ ହଳଦୀଗୁଣ୍ଡ , ଜିରାଗୁଣ୍ଡ,ଧଣିଆଗୁଣ୍ଡ ,ଲଙ୍କା ଗୁଣ୍ଡ,ଭଳି ବିଭିନ୍ନ ମସଲା ପ୍ରସ୍ତୁତ କରି ବଜାରକୁ ଛାଡୁଥିବା ବେଳେ ଏବେ ତାଙ୍କ ୟୁନିଟ ରେ ୩୭୨ ପ୍ରକାର ଗୋଟା ମସଲା ପ୍ୟକିଂ କରାଯାଇ ବଜାରକୁ ଛାଡୁଛନ୍ତି।

ଖାଲି ସେତିକି ନୁହେଁ ବ୍ରହ୍ମାନନ୍ଦ ପତ୍ନୀ ସ୍ମିତା ତାଙ୍କର ଏହି ବ୍ୟବସାୟ ରେ ପ୍ରତ୍ୟକ୍ଷ ଭାବେ ୧୨ଜଣ ଙ୍କୁ ନିଯୁକ୍ତି ଦେଇଥିବାବେଳେ ଏବେ ଆଉ ପାଞ୍ଚ ଜଣଙ୍କୁ ମଧ୍ୟ ଏଥିରେ ନିଯୁକ୍ତି ଦେଇଛନ୍ତି ।ନିଜର ଏହି ବ୍ୟବସାୟ କୁ ଭାରତ ସରକାରଙ୍କ ଖାଦ୍ୟ ପ୍ରକିୟା କରଣ ଆୟୋଗ ଙ୍କ ଦ୍ଵାରା ପଞ୍ଜୀକୃତ କରିବା ସହ ଓଡ଼ିଶା ସରକାରଙ୍କ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଦ୍ଵାରା ମଧ୍ୟ ପଞ୍ଜୀକୃତ କରାଇଛନ୍ତି।ତାଙ୍କର ଏହି ଗୋଟା ମସଲା ଏବେ ଯାଜପୁର ଜିଲ୍ଲା ସମେତ ଭଦ୍ରକ,କଟକ,ମୟୂରଭଞ୍ଜ ଜିଲ୍ଲାରେ ବେସ୍ ଚାହିଦା ମଧ୍ୟ ରହିଛି । ଏହି ୟୁନିଟ ରେ ଅତ୍ୟାଧୁନିକ ଯନ୍ତ୍ରପାତି ଦ୍ଵାରା ସୁନ୍ଦର ଓ ଆକର୍ଷଣୀୟ ପ୍ୟକିଙ୍ଗ ଉପଲବ୍ଧ ହେଉଥିବାରୁ ଗ୍ରାହକ ମାନଙ୍କର ବେସ୍ ପସନ୍ଦ ମଧ୍ୟ ପାଲଟିଛି ।

Leave a Reply

Your email address will not be published. Required fields are marked *