Pratidin TV

Odisha's Digital News Platform

ଫାଟିଲା ଫ୍ରିଜ ନେଇଗଲା ୩ ପିଲାଙ୍କ ସହ ମାଆବାପାଙ୍କ ଜୀବନ..

1 min read

ହସଖୁସିରେ କଟୁଥିଲା ପରିବାର ସମୟ । ହେଲେ ହଠାତ୍ ମାଡି ଆସିଲା ବିପଦ । ଆଉ ଆଖି ପିଛୁଳାକେ କରି ଦେଲା ସର୍ବନାଶ । କିଏ ବା ଜାଣିଥିଲା ମୃତ୍ୟୁ ଏମିତି ବି ଆସିପାରେ । ଘରେ ନିଜକୁ ସୁରକ୍ଷିତ ମଣୁଥିଲେ ସୁଧା ଘରେ ବି ଆପଣଙ୍କ ଆପଣଙ୍କ ସହ ଘଟିପାରେ ବଡ ଅଘଟଣ । କାରଣ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣବି ଭୟ କରିବେ । କାରଣ ଘରେ ରହିଥିବା ବେଳେ ହଠାତ ପୂରା ପରିବାର ଆଖିବୁଜି ଦେବା କଥା ନିଶ୍ଚୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏକାସାଙ୍ଗରେ ବାପା ମାଆ ଙ୍କସହ ଆଖି ବୁଜିଦେଲା ୩ ପିଲା । ରୋଷେଇ ଘରେ ଥିବା ଫ୍ରିଜ ଆଖି ପିଛୁଳାକେ ନେଇଗଲା ଗୋଟେ ପରିବାରର ୫ ମୁଣ୍ଡ । ପଞ୍ଜାବର ଜଳନ୍ଧରେ ଘଟିଛି ଏଭଳି ଦୁଃଖଦ ଖବର । ‘ଫ୍ରିଜ୍ କମ୍ପ୍ରେର୍ସ’ ଫାଟିବାରୁ ୩ଜଣ ପିଲାଙ୍କ ସମେତ ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ରବିବାର ରାତିରେ ସହରର ଅବତାର ନଗର ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି । ‘ଫ୍ରିଜ୍‌’ ବିସ୍ଫୋରଣ ପରେ ଉକ୍ତ ଘରେ ନିଆଁ ଲାଗିଯାଇଥିଲା । ପ୍ରଥମେ ଆହତ ହୋଇଥିବା ୫ଜଣଙ୍କୁ ଜଳନ୍ଧର ସିଭିଲ୍ ହସ୍ପିଟାଲ୍‌କୁ ନିଆଯାଇଥିଲା । କିନ୍ତୁ, ସେଠାରେ ସେମାନଙ୍କୁ ଡାକ୍ତର ମୃତ ଗୋଷଣା କରିଥିଲେ । ମୃତ ବ୍ୟକ୍ତିମାନେ ହେଉଛନ୍ତି ୭୦ ବର୍ଷିୟ ଯଶପାଲ୍ ଘାଇ, ୪୦ ବର୍ଷୀୟ ରୁଚି ଘାଇ, ୧୪ ବର୍ଷୀୟ ମନଷା, ୧୨ ବର୍ଷୀୟ ଦିୟା ଓ ୧୦ ବର୍ଷିୟ ଅକ୍ଷୟ । ବିସ୍ଫୋରଣର ପ୍ରକୃତ କାରଣ ଜାଣିବା ପାଇଁ ଘଟଣାସ୍ଥଳରୁ ନମୁନା ସଂଗ୍ରହ ଲାଗି ‘ଫୋରେନ୍‌ସିକ୍ ଟିମ୍‌’କୁ ଡକାଯାଇଥିବା କଥା ପୋଲିସ କହିଛି ।

Advertisement

Leave a Reply

Your email address will not be published. Required fields are marked *