Pratidin TV

Odisha's Digital News Platform

ରିଲିଜ ହେଲା ବଲିଉଡ ମୁଭି ସାମ ବାହାଦୂର ଫିଲ୍ମର ଟିଜର…

1 min read

ରିଲିଜ ହେଲା ବଲିଉଡ ମୁଭି ସାମ ବାହାଦୂର ଫିଲ୍ମର ଟିଜର । ବର୍ତ୍ତମାନ ଓଲିଉଡ ତଥା ବଲିଉଡରେ ବାୟୋପିକ୍ ଚଳଚ୍ଚିତ୍ର ନିର୍ମାଣ ପ୍ରକ୍ରିୟା ଜାରି ରହିଛି । ଅନେକ ବାୟୋପିକ୍ ଚଳଚ୍ଚିତ୍ର ମଧ୍ୟ ଯଥେଷ୍ଟ ସଫଳତା ହାସଲ କରୁଛି । ସେହିପରି ବଲିଉଡ ଜଗତରେ ଦେଶର ପ୍ରଥମ ଥର ମାର୍ଶଲ ସାମ ମାନେକ୍ସଙ୍କ ଉପରେ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ଯାହାର ଟାଇଟେଲ ରହିଛି ସାମ ବାହାଦୂର । ଏହି ଚଳଚିତ୍ରର ମୁଖ୍ୟ ନାୟକ ଭାବେ ନଜର ଆସୁଛନ୍ତି ଭିକି କୈାଶଲ । ଯିଏକି ଫିଲ୍ମରେ ସାମ୍ ମାନେକ୍ସଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି । ତେବେ ଭିକି କୈାଶଲ ଗତ କିଛି ବର୍ଷ ଧରି ତାଙ୍କ ଅଭିନୟ ଦ୍ୱାରା ଦର୍ଶକଙ୍କୁ ବାନ୍ଧି ରଖିଥିଲେ । ଯେଉଁଥିପାଇଁ ଏହି ପିଲ୍ମରେ ନିର୍ଦ୍ଦେଶକ ତାଙ୍କୁ ବାଛିଥିଲେ । ସେପଟେ ଫିଲ୍ମ ସାମ ବାହାଦୂରର ଟିଜର ମଧ୍ୟ ମୁକ୍ତିଲାଭ କରିଛି ।

ତେବେ ରୋନି ସ୍କ୍ରୁଭାଲା ନିବେଦିତ ଚଳଚିତ୍ର ସାମ୍ ବାହାଦୁରର ନିର୍ଦ୍ଦେଶନା ଦେଇଛନ୍ତି ମେଘନା ଗୁଲଜାର । ଏହି ଫିଲ୍ମର ଟ୍ରେଲରେ ଭିକି କୈାଶଲ ଏକ ଦରଦାର ଲୁକ ନଜର ଆସିଛନ୍ତି । ଟିଜରରେ ଭିକିଙ୍କ ସହ ସାନିଆ ମଲହୋତ୍ରା ଏବଂ ଫାତିମା ସାନା ଶେଖ ମଧ୍ୟ ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ରରେ ଫାତିମା ସାନା ଶେଖ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି । ତାଙ୍କର ଅଭିନୟ ମଧ୍ୟ ବହୁତ ଦମଦାର ରହିଛି । ବିକି ଭିକି କୈାଶଲ ମଧ୍ୟ ଟିଜରରେ ଦମଦାର ଡାଏଲଗ କହୁଥିବାର ନଜର ଆସିଛନ୍ତି । ଦେଶ ପାଇଁ ଶତ୍ରୁଙ୍କ ଜୀବନ ନେବା ହେଉଛି ସୈନିକ କର୍ତ୍ତବ୍ୟ ବୋଲି ଭିକି ତାଙ୍କ ଡାଏଲଗରେ କହିଥିବା ନଜର ଆସିଛନ୍ତି । ଚଳିତ ବର୍ଷ ଡିସେମ୍ବର ୧ରେ ଚଳଚ୍ଚିତ୍ରଟିରେ ବଡ ପରଦାରେ ଆସିବାକୁ ଯାଉଛି ।

Advertisement

Leave a Reply

Your email address will not be published. Required fields are marked *