ଗୀତାଞ୍ଜଳୀ ଆଉଟଲେଟ ସିଲ ଖୋଲିବାକୁ ଦାବୀ କଲେ କର୍ମଚାରୀ ମାନେ…
1 min read
କେନ୍ଦୁଝର: ଗତକାଲି କେନ୍ଦୁଝରରେ ଗୀତାଞ୍ଜଳୀ ଆଉଟଲେଟ ମିଠା ଦୋକନକୁ ଏକ ଖବର ସାମ୍ନାକୁ ଆସିଥିଲା । ମିଠାରେ ମଲା ମୂଷା ପଡିବା ପରେ ବି ମିଠା ଦୋକାନୀ ମିଠା ବିକିବା ଫୋଟୋ ଓ ଅସ୍ୱାସ୍ଥକର ପରିବେଶରେ ମିଠା ପ୍ରସ୍ତୁତ କରିବା ଭିଡିଓ ଭାଇରାଲ ହୋଇଥିଲା । ଭିଡିଓ ଭାଇରଲ ହେବା ପରେ ଆକ୍ସନ ମୁଡ଼ କୁ ଆସିଥିଲା ପୌର ପ୍ରଶାସନ । କିନ୍ତୁ ବର୍ତ୍ତମାନ ଏହି ଘଟଣାରେ ଆସିଛି ଭିନ୍ନ ମୋଡ଼ । ମିଠାରେ ମଲା ମୂଷା ପଡିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ପୂର୍ବତନ ମ୍ୟାନେଜର ସୃତି ରଞ୍ଜନ ମିଶ୍ର ଏବଂ ସଂସ୍ଥାର ମୌସୁମୀ ପରିଡା ଓ ପୂଜା ନାଏକ ପରି ଅନେକ କର୍ମଚାରୀ । ସେ କହିଛନ୍ତି ଯେ ଗୀତାଞ୍ଜଳୀ ଆଉଟଲେଟରେ ମଲା ମୂଷା ପଡିଥିବା ମିଠା ବିକ୍ରୀ ହେଉଥିବା ପରି ମିଛ ଅଭିଯୋଗ ଆଣି ଗୀତାଞ୍ଜଳୀ ଆଉଟଲେଟ କୁ ବଦନାମ କରାଯାଉଛି ବୋଲି । କର୍ମଚାରୀ ମାନେ ଆହୁରୀ ମଧ୍ୟ କହିଛନ୍ତି ଯେ ପୂର୍ବତନ ମ୍ୟାନେଜର ଦୀର୍ଘ ୩ମାସ ଧରି କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ଗୀତାଞ୍ଜଳୀ ଆଉଟଲେଟ ରୁ ବାହାର କରି ଦିଆଯାଇଥିଲା । ପରେ ସେ ଏଭଳି ଅପପ୍ରଚାର ବା ମିଥ୍ୟା ବଦନାମ କରି ଉକ୍ତ ଗୀତାଞ୍ଜଳୀ ଆଉଟଲେଟ ଓ କାର୍ଯ୍ୟରତ କର୍ମଚାରୀ ମାନଙ୍କ ଦାନା ମାରିବା ପରି ଚେଷ୍ଟା କରୁଛନ୍ତି ବୋଲି । ତେଣୁ ଗୀତାଞ୍ଜଳୀ ଆଉଟଲେଟକୁ ତୁରନ୍ତ ସିଲ ମୁକ୍ତ କରିବା ପାଇଁ ପୌରପାଳିକାର ନିର୍ବାହୀ ଅଧିକାରୀଙ୍କ ନିକଟରେ ସଂସ୍ଥା ର କର୍ମଚାରୀ ମାନେ ଦାବୀ କରିଥିବା ଜଣାପଡିଛି ।