Pratidin TV

Odisha's Digital News Platform

ସ୍କୁଟି ଉପରେ ଚଢିଗଲା ଟ୍ରକ ,ଚାଲିଗଲା ମହିଳାଙ୍କ ଜୀବନ, ୨ଗୁରୁତର

1 min read

କଳାହାଣ୍ଡି : ସ୍କୁଟି ଉପରେ ଚଢିଗଲା ଟ୍ରକ । ଚାଲିଗଲା ଜଣଙ୍କ ଜୀବନ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସ ୪ୱେ ବୃନ୍ଦାବାହାଲ ଛକ ନିକଟରେ ଘଟିଛି ଦୁର୍ଘଟଣା । ସ୍କୁଟିକୁ ହାଇଭା ପିଟିବା ଦ୍ୱାରା ଦୁର୍ଘଟଣା ରେ ଜଣେ ମୃତ ଓ ୨ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନାଅନୁଯାୟୀ ,ଆଜି ସକାଳ ୭ ଟା ସମୟରେ ଗୋଲାମୁଣ୍ଡା ଥାନା ବୃନ୍ଦାବାହାଲ ଛକ ନିକଟରେ ଦୁର୍ଘଟଣା ହେବାରୁ ଘଟଣା ସ୍ଥଳରେ ଯୁବତୀ ଜଣକର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି । ମୃତକ ଜଣକ ହେଲେ କଲମପୁର ଥାନା ଅନ୍ତର୍ଗତ ଟିମରାଗ୍ରାମର ପୂଜା ନାଏକଏବଂ ଗୁରୁତର ୨ଜଣ ହେଲେ ହେମ ରାଜ ନାଏକ । ୪ଜଣ ମିଶି ସ୍କୁଟି ଏବଂ ବାଇକ ଯୋଗେ ସିନାପାଲି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ ପଡ଼ା ଠାରୁ ନିଜ ଗ୍ରାମକୁ ଫେରୁ ଥିବା ବେଳେ ବୃନ୍ଦାବାହାଲ ନିକଟରେ ସ୍କୁଟିକୁ ପଛ ପଟରୁ ହାଇୱା ପିଟି ଦେଇଥିଲା । ଏଥିରୁ ଅଳ୍ପକେ ବର୍ତ୍ତିଯ୍ଧବଥିଲେ ବାଇକରେ ଥିବା ଲୋକେ ।ପୂଜାଙ୍କ ମୃତ ଦେହକୁ ଉଦ୍ଧାର କରିଥିବା ବେଳେ ବାକି ଦୁଇ ଜଣ ଗୁରୁତର ଆହତ ଙ୍କୁ ଅଗ୍ନିଶମ ବିଭାଗ ଗାଡି ରେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ଚିକିତ୍ସା ପାଇଁ ନିଆ ଯାଇଛି । ଘଟଣା ସ୍ଥଳରେ ଗୋଲାମୁଣ୍ଡା ପୋଲିସ୍ ହେମନ୍ତ ହରିଜନ ପ୍ରମୁଖ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରିଛି ।

Advertisement

Leave a Reply

Your email address will not be published. Required fields are marked *