Pratidin TV

Odisha's Digital News Platform

ଧର୍ମ ପରିବର୍ତ୍ତନ ନ କଲେ ମାଡିବସିବ ବଡ ରୋଗ, ଏଭଳି କିଛି କହି ଲୋକଙ୍କୁ ଦିଅ ଯାଉଛି ଧୋକା

1 min read

ଗଞ୍ଜାମ : ଦିଗପହଣ୍ଡିରେ ଚାଲିଛି ଧର୍ମାନ୍ତୀକରଣ । ଟାର୍ଗେଟରେ ଦଳିତ ନିରୀହ ଆଦିବାସୀ ପରିବାର । ଆଦିବାସୀଙ୍କୁ ଧର୍ମାନ୍ତୀକରଣ, ଲୋଭ ଦେଖାଇ ଧର୍ମ ପରିବର୍ତ୍ତନ କରିବାକୁ ଚଳାଇଛନ୍ତି ଷଡଯନ୍ତ୍ର । ବେଆଇନ ଭାବେ ଧର୍ମ ପ୍ରଚାର କରି ଆଦିବାସୀଙ୍କୁ କରୁଛନ୍ତି ଟାର୍ଗେଟ । ଗଜପତି ଏବଂ କନ୍ଧମାଳରୁ କଣ୍ଟ୍ରୋଲ ହେଉଛି ଧର୍ମାନ୍ତୀକରଣ । ସରକାରୀ ଯୋଜନା ଶିକ୍ଷା ଓ ସଚେତନତା ଠାରୁ ବେଶ ଦୂରରେ ଥିବା ଗରିବ ଅସହାୟ ପରିବାରକୁ ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରଥମେ ନିଜ କବଜାକୁୁ ଆଣୁଛନ୍ତି । ଧୀରେ ଧୀରେ ସେମାନଙ୍କୁ ହିନ୍ଦୁ ଧର୍ମକୁ ବଦଳାଇ ଖ୍ରୀଷ୍ଟିଆନ ଧର୍ମ ଆପଣେଇବାକୁ ବାଧ୍ୟ କରୁଛନ୍ତି ।ଏଭଳି ସାଂଘାତିକ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ସାନବୁରୁଡ଼ା ଏବଂ ବଡବୁରୁଡ଼ା ଗ୍ରାମରେ । ସୂଚନା ଅନୁସାରେ ଉଭୟ ଗ୍ରାମରେ ଆଦିବାସୀ ସମ୍ପ୍ରଦାୟର ପ୍ରାୟ ୫୦ ରୁ ୬୦ ପରିବାର ବାସ କରନ୍ତି ଆଉ ସମସ୍ତେ ହିନ୍ଦୁ ଧର୍ମର କିନ୍ତୁ କିଛି ଖ୍ରୀଷ୍ଟିଆନ ଧର୍ମ ପ୍ରଚାରକ ଗୋଷ୍ଟି ସେମାନଙ୍କୁ ଧର୍ମ ବିଷୟରେ ବୁଝା ସୁଝା କରିବା ସହ ଖ୍ରୀଷ୍ଟିଆନ ଧର୍ମ ଆପଣାଇଲେ ବିନା ଡାକ୍ତର ଏବଂ ବିନା ମେଡିକାଲରେ ରୋଗ ଭଲ ହେଉଥିବାର ଅନ୍ଧବିଶ୍ୱାସକୁ ଜାଗ୍ରତ କରୁଛନ୍ତି ।

ଅନ୍ୟପଟେ ଉଭୟ ଗ୍ରାମର ମଧ୍ୟ ଭାଗରେ ଏକ ବୃହତ୍ତ ଚର୍ଚ୍ଚ ନିର୍ମାଣ କରିଥିବା ବେଳେ ଗ୍ରାମବାସୀଙ୍କୁ ଅନ୍ଧବିଶ୍ୱାସରେ ବିଶ୍ୱାସ କରେଇ ଚର୍ଚ୍ଚକୁ ନେଇ ଧର୍ମ ନାମରେ ଧୋକା ଦେଉଛନ୍ତି । ପ୍ରତ୍ୟେକ ରବିବାର ଏବଂ ବୁଧବାର ଦିନ ୧ ଘଣ୍ଟା ରୁ ୨ ଘଣ୍ଟା ପର୍ଯ୍ୟନ୍ତ ଯୀଶୁଙ୍କ ଉପରେ କାର୍ଯ୍ୟକ୍ରମ କରୁଥିବା ବେଳେ ପ୍ରଚାରକ ମାନେ ସାମିଲ ହୋଇ ନିରୀହ ଆଦିବାସୀଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରୁଛନ୍ତି । ହିନ୍ଦୁ ଧର୍ମର ଲୋକେ ବାସ କରୁଥିବା ଗ୍ରାମାଞ୍ଚଳରେ ଖ୍ରୀଷ୍ଟିଆନ ମାନଙ୍କ ଚର୍ଚ୍ଚ କେମିତି ନିର୍ମାଣ ହେଲା ତାକୁ ନେଇ ଏକ ବଡ ପ୍ରଶ୍ନ ଉଠୁଥିବା ବେଳେ କାହା ଛତ୍ରଛାୟା ତଳେ ଏ ସବୁ ଚାଲିଛି ଏବଂ କିଏ ଏହାର ମାଷ୍ଟ୍ରମାଇଣ୍ଡ ଆଜି ପର୍ଯ୍ୟନ୍ତ ଲୋକେ ଜାଣିପାରୁନାହାନ୍ତି ।

Advertisement

ହିନ୍ଦୁ ଧର୍ମର ବୃଦ୍ଧ ଏବଂ ଗରିବ ଆଦିବାସୀ ଲୋକଙ୍କୁ ଧର୍ମ ବିଷୟରେ ବୁଝେଇବା ସହ ବିଭିନ୍ନ ପ୍ରଲୋଭନ ଦେଖାଉଥିବାରୁ ଗ୍ରାମାଞ୍ଚଳର ପ୍ରାୟ ଅଧିକାଂଶ ପରିବାର ଏବେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିସାରିଲେଣି । ଆଉ କିଛି ଲୋକେ ଗ୍ରହଣ କରିନାହାନ୍ତି ସେମାନଙ୍କୁ ମଧ୍ୟ ଆକର୍ଷଣ କରିବାରେ ବ୍ୟସ୍ତ । ସବୁଠୁ ବଡ କଥା ହେଲା ପ୍ରଚାରକ ମାନେ ସେମାନଙ୍କୁ ଭଣ୍ଡେଇବା ସହ କାହାରି ଆଗରେ ଏ ବିଷୟରେ କିଛି ବି କହିବାକୁ ମନା କରିଥିବାରୁ ଧର୍ମ ବିଷୟରେ ଲୋକେ କହିବାକୁ ଅରାଜି ହେଉଛନ୍ତି । ଦିଗପହଣ୍ଡି ଭଳି ଏକ ଟାଣୁଆ ଦୁର୍ଗରେ ଯଦି ଆଦିବାସୀ ମାନଙ୍କୁ ନେଇ ଧର୍ମାନ୍ତୀକରଣ ହେବ ତେବେ ଧୀରେ ଧୀରେ ଆଖପାଖ ଅଂଚଳର ସମସ୍ତ ପରିବାର ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିନେବେ ।ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ସହ ଦୃଢ ପଦକ୍ଷେପ ନେବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *