Pratidin TV

Odisha's Digital News Platform

ପ୍ରଭାସଙ୍କ ବିବାହକୁ ନେଇ ଖୁଡି କଲେ ବଡ ଖୁଲାସା, ଖୁବଶୀଘ୍ର ପଡିବ ହାତଗଣ୍ଠି…

1 min read

ଟଲିଉଡର ହାଣ୍ଡସମ ହିରୋ ପ୍ରଭାସ ନିଜର ଲୁକ ଆଉ ଅଭିନୟ ପାଇଁ ସବୁବେଳେ ର୍ଚ୍ଚାରେ ରହିଥାନ୍ତି । ବାହୁବଲୀ ଅଭିନେତା ପ୍ରଭାସ ତାଙ୍କ ଚଳଚ୍ଚିତ୍ର ସହିତ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ବେଶ ଚର୍ଚ୍ଚାରେ ରହିଛନ୍ତି । ଫିଲ୍ମ କ୍ୟାରିଅର ଭିତରେ ଅନେକ ଗୁଡିଏ ହିଟ ଚଳଚିତ୍ର ଦେଇଛନ୍ତି । ଚଳିତ ବର୍ଷ ଫିଲ୍ମ ଆଦିପୁରୁଶରେ ଅଭିନେତ୍ରୀ କ୍ରିତି ସାନନ୍‌ଙ୍କ ସହ ନଜର ଆସିଥିଲେ ସେ । ପ୍ରତିଦିନ ତାଙ୍କ ଫଟୋରେ କିଛି ଅଭିନେତ୍ରୀଙ୍କ ସହ ଲିଙ୍କ୍ ହେବାର ଖବର ଆସେ । ତେବେ ବର୍ତ୍ତମାନ ପ୍ରଭାସଙ୍କ ବିବାହକୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି । କିନ୍ତୁ ପ୍ରଭାସଙ୍କ ବିବାହକୁ ନେଇ ଖୁଲାସା କରିଛନ୍ତି ତାଙ୍କ ଖୁଡି । ଏକ ସାକ୍ଷାତକାରରେ ଖୁଡି ଶ୍ୟାମଲା କହିଛନ୍ତି ଯେ ଆମର ଦୁର୍ଗା ମା’ଙ୍କର ଆଶୀର୍ବାଦ ଅଛି । ପ୍ରଭାସ ନିଶ୍ଚିତ ଭାବରେ ବିବାହ କରିବେ ଏବଂ ଏହା ଖୁବ ଶୀଘ୍ର ହେବାକୁ ଯାଉଛି । ଆମେ ସମସ୍ତ ମିଡିଆ ବନ୍ଧୁଙ୍କୁ ଏହି ବିବାହକୁ ନିମନ୍ତ୍ରଣ କରିବୁ ।
ତେବେ ନିକଟରେ ତାଙ୍କ ନାମ ଆଦିପୁରୁଷ ଅଭିନେତ୍ରୀ କ୍ରିତି ସାନନଙ୍କ ସହ ଯୋଡି ହୋଇଥିଲା ଏବଂ ଖବର ହେଉଛି ପ୍ରଭାସ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । କିନ୍ତୁ ଏହା ପଛରେ କୈାଣସି ସତ୍ୟତା ମିଳିପାରିନାହିଁ । ଅଭିନେତା ପ୍ରଭାସ ମଧ୍ୟ ତାଙ୍କ ବିବାହ ବିଷୟରେ ଏକ ବଡ଼ କଥା କହିଥିଲେ । ସେ ବିବାହ କରିବେ ବୋଲି ଗଣମାଧ୍ୟମ ଆଗରେ ସ୍ୱୀକାର କରିଛନ୍ତି । କେବଳ ଏତିକି ନୁହେଁ ସେ ତିରୁପତିରେ ବିବାହ କରିବେ ବୋଲି କହିଥିଲେ । ମୁଖ୍ୟକଥା ହେଉଛି ଖୁବଶୀଘ୍ର ପ୍ରଭାସଙ୍କୁ ସାଲାରରେ ଦେଖିବାକୁ ମିଳିବ । ଯାହା ଚଳିତ ବର୍ଷ ୨୨ ଡିସେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କ ସହ ଶ୍ରୁତି ହାସନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

Advertisement

Leave a Reply

Your email address will not be published. Required fields are marked *