Pratidin TV

Odisha's Digital News Platform

Navratri Day 7 ; ମାଁ କାଳରାତ୍ରୀଙ୍କ ପୂଜା ଦ୍ୱାରା ମିଳେ ଶତ୍ରୁଙ୍କ ଉପରେ ବିଜୟ , ମଣିଷ ଜୀବନରେ ହୋଇଥାଏ ଏହି ୫ ଲାଭ …

1 min read

ଭୁବନେଶ୍ୱର ; ନବରାତ୍ରୀର ସପ୍ତମ ଦିନ ମା ଦୁର୍ଗାଙ୍କର କାଳରାତ୍ରୀ ସ୍ୱରୂପକୁ ପୂଜା କରାଯାଏ । ଧାର୍ମିକ ମାନ୍ୟତା ଅନୁଯାୟୀ ମା କାଳରାତ୍ରୀଙ୍କ ପୂଜା କରିବା ଦ୍ୱାରା ଭକ୍ତମାନେ ନିଜ ଶତ୍ରୁ ଉପରେ ବିଜୟ ହାସଲ କରନ୍ତି । ଏବଂ ପରିସ୍ଥିତି ସହ ଲଢିବାକୁ ତାଙ୍କୁ ଶକ୍ତି ଦେଇଥାନ୍ତି ମା । ମାଙ୍କ ଏହି ସ୍ୱରୂପ ଭକ୍ତ ମାନଙ୍କ ଭୟ ଦୂର କରିଥାଏ । ମା କାଳରାତ୍ରୀଙ୍କୁ ଯନ୍ତ୍ର,ମନ୍ତ୍ର ଏବଂ ତନ୍ତ୍ରର ଦେବୀ କୁହାଯାଏ । ମାଙ୍କ ଦେହର ରଙ୍ଗ କଳା ହୋଇଥିବା ବେଳେ, ବେକରେ ସେ ନରମୁଣ୍ଡ ଧାରଣ କରିଥାନ୍ତି ହାତରେ ଲମ୍ବା କଟୂରୀ ସହ ଲୁହାର କଣ୍ଟା ସହ ସେ ଗଧ ଉପରେ ବିରାଜମାନ କରିଥାନ୍ତି ।

ମା କାଳରାତ୍ରୀଙ୍କ ପୂଜା କରିବା ଦ୍ୱାରା ମଣିଷକୁ ଏହି ୫ ଲାଭ ହୋଇଥାଏ ।
୧. ମାନ୍ୟତା ଅଛିକି ମାଁ କାଳରାତ୍ରୀଙ୍କୁ ପୂଜା କରିବା ଦ୍ୱାରା ସନ୍ତାନ ଲାଭ ହୋଇଥାଏ । ମଧ୍ୟ ପ୍ରଦେଶରେ ଇନ୍ଦୋରରେ ମା କାଳରାତ୍ରୀଙ୍କ ଏକ ଏଭଳି ମନ୍ଦିର ରହିଛି ଯେଉଁଠାକୁ ସେହି ଦମ୍ପତ୍ତି ମାନେ ଯାଆନ୍ତି ଯାହାର ସନ୍ତାନ ହୁଏନି । ଏହି ମନ୍ଦିରରକୁ ଭକ୍ତିର ସହ ଯିବା ଦ୍ୱାର ସନ୍ତାନ ଲାଭ ହୋଇଥାଏ ।
୨. ମା କାଳରାତ୍ରୀଙ୍କ ଆର୍ଶୀବାଦ ଦ୍ୱାରା ମଣିଷକୁ ସବୁଆଡେ ସିଦ୍ଧି ଓ ବିଜୟ ପ୍ରାପ୍ତ ହୁଏ । ଜୀବନର ଅନେକ ସମସ୍ୟାର ମଧ୍ୟ ସମାଧାନ ହୋଇଯାଏ ।
୩. ଏହି ଦିନରେ ଅନେକ ସିଦ୍ଧ ବା ତନ୍ତ୍ରର ଆବହନ କରନ୍ତି । ଯାହା ଫଳରେ ସେମାନଙ୍କ ସିଦ୍ଧ ଶକ୍ତି ବଢିବା ଦ୍ୱାରା ଅନେକ ଇଛା ପୂର୍ଣ୍ଣ ହୋଇଥାଏ ।
୪. ମାଙ୍କ ଆରାଧନା ଦ୍ୱାରା ସବୁ ବିପଦ/ଆପଦରୁ ମୁକ୍ତି ମିଳିଥାଏ । ମା ନିଜ ଭକ୍ତର ସବୁ କଷ୍ଟ ହରଣ କରିଥାନ୍ତି ।
୫. ମାଙ୍କ ଏହି ସ୍ୱରୂପକୁ ପୂଜା କରିବା ଦ୍ୱାରା ଭକ୍ତ ମାନେ ସଂସାରରେ ରହି ମଧ୍ୟ ମୋହ ମାୟା ଠାରୁ ଦୂରେଇ ରୁହନ୍ତି । ଯାହା ଫଳରେ ତାଙ୍କୁ ମୃତ୍ୟୁ ପରେ ଉତ୍ତମ ଲୋକ ବା ଶ୍ରେଷ୍ଠ ସ୍ଥାନ ପ୍ରାପ୍ତ ହୁଏ ।

Advertisement

ଆରାଧନାର ମନ୍ତ୍ର-
ଓଁ ଜୟଂତୀ ମଙ୍ଗଳା ଭଦ୍ରକାଳୀ କପାଳିନୀ
ଦୁର୍ଗା କ୍ଷମା ଶିବା ଧାତ୍ରୀ ସ୍ୱାହା ସ୍ୱଧା ନମୋସ୍ତୁତେ ।
ଜୟ ତ୍ୱଂ ଦେବୀ ଚାମୁଣ୍ଡେ ଜୟ ଭୁତାର୍ତିହାରିଣୀ
ଜୟ ସ୍ୱର୍ଗତେ ଦେବୀ ଶାଂ ମେ ଶୁଭଂ କୁରୁ
ବୀଜ ମନ୍ତ୍ର-
ଓଁ ଏଂ ହ୍ରୀଂ କାଲି ଚାମୁଣ୍ଡାଏ ବିଜେ

Leave a Reply

Your email address will not be published. Required fields are marked *