ସୂର୍ଯ୍ୟାସ୍ତ ପରେ ଏହି କାର୍ଯ୍ୟ କଲେ ଘରେ ନକରାତ୍ମକ ଶକ୍ତି ବାସ କରିଥାଏ…
1 min readଆମର ଗୁରୁଜନ କିମ୍ବା ବଡ ଲୋକମାନେ ଆମକୁ କିଛି ଶିକ୍ଷା ବା ସଂସ୍କାର ଦେଇଥାନ୍ତି । ଆମ ନିତିଦିନାଆ ଜୀବନ ଶୈଳିରେ ଆମେ କିପରି ରହିବା ଉଚିତ ବା କେଉଁ ସମୟରେ କେଉଁ କାର୍ଯ୍ୟ କରିବା ଦରକାର ତାହା ଆମକୁ ଶିକ୍ଷା ଦେଇଥାନ୍ତି । ସେହିପରି ଆମକୁ ଦିନର କେତେକ ସମୟରେ କିଛି କାର୍ଯ୍ୟ କରିବାକୁ ବାରଣ କରିଥାନ୍ତି । ତେବେ ସେମଧ୍ୟରୁ ସନ୍ଧ୍ୟା ପରେ କରୁଥିବା କିଛି କାର୍ଯ୍ୟକୁ ବାରଣ କରାଯାଇଥାଏ । ଯାହାକୁ କିଛି ପାଳନ କରୁଥିବା ବେଳେ ଆଉ କିଛି ହେୟଜ୍ଞାନ କରିଥାନ୍ତି । କିନ୍ତୁ ଏହାକୁ ନ ମାନିବା ଦ୍ୱାରା ଆମେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଉ । ସେହିପରି ସନ୍ଦ୍ୟା ସମୟରେ ଏହି ବର୍ଜନୀୟ କାର୍ଯ୍ୟ କରିବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧ କରିବା ସହ ଜୀବନରେ ବହୁ ବାଧାବିଘ୍ନ ମଧ୍ୟ ସୃଷ୍ଟି ହୋଇଥାଏ । ଏହାସହ ସେହି ସମସ୍ତ ବର୍ଜନୀୟ କାର୍ଯ୍ୟ ନକରିବାର କିଛି ବୈଜ୍ଞାନିକ କାରଣ ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା କଣ କରିବା ଅନୁଚିତ…
ସୂର୍ଯ୍ୟାସ୍ତ ପରେ ଭୁଲରେ ମଧ୍ୟ ମହିଳା ହୁଅନ୍ତୁ ଅଥବା ପୁରୁଷ କେଶ କାଟିବା ଉଚିତ ନୁହେଁ । କାରଣ ସନ୍ଧ୍ୟା ପରେ କେଶରେ କୁଣ୍ଡାଇଲେ ବା କେଶ କାଟିଲେ ମା’ଲକ୍ଷ୍ମୀ କ୍ରୋଧ କରିବା ସହ ଅନେକ ନକରାତ୍ମକ ଶକ୍ତି ମଧ୍ୟ ପ୍ରବେଶ କରିଥାଏ । ତେଣୁ ସନ୍ଧ୍ୟା ସମୟରେ ଏପରି କରିବା ଅନୁଚିତ ।
ରାତିରେ ଲୁଗା ସଫା କରିବା ଉଚିତ ନୁହେଁ । ରାତିରେ ଲୁଗା ଧୋଇ ବାହାରେ ଶୁଖାଇବା ଦ୍ୱାରା ଏଥିରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଯାହାଫଳରେ ସେହି ବ୍ୟକ୍ତିଙ୍କ ଉପରେ ନକରାତ୍ମକ ପ୍ରଭାବ ପଡ଼ିଥାଏ । ଏହାସହ ସକାଳ ସମୟରେ ସୂର୍ଯ୍ୟଙ୍କ କିରଣରେ ଲୁଗା ଶୁଖିବା ଦ୍ୱାରା ଏଥିରେ ଥିବା ଜୀବାଣୁ ମଧ୍ୟ ନଷ୍ଟ ହୋଇଥାଆନ୍ତି ।
ରାତିରେ କ୍ଷୀର ହେଉ ଅଥବା ଅନ୍ୟ ଖାଦ୍ୟପଦାର୍ଥ ଏହାକୁ ଘୋଡ଼ାଇ ରଖିବା ଉଚିତ । କାରଣ ଖାଦ୍ୟ ଖୋଲା ରହିଲେ ଏଥିରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ବୋଲି କୁହାଯାଇଛି । ବୈଜ୍ଞାନିକ କାରଣ ଅନୁଯାୟୀ, ଖାଦ୍ୟ ଖୋଲା ରହିବା ଦ୍ୱାରା ଏଥିରେ ଧୂଳି ଓ ଅନ୍ୟାନ୍ୟ କ୍ଷୁଦ୍ର ଜୀବାଣୁ ପ୍ରବେଶ କରିବା ଦ୍ୱାରା ବିଭିନ୍ନ ରୋଗ ମଧ୍ୟ ହୋଇଥାଏ ।
ସୂର୍ଯ୍ୟାସ୍ତ ପରେ ସ୍ନାନ କରିବା ପରେ ମଥାରେ ତିଳକ ଲଗାଇବା ଉଚିତ ନୁହେଁ । ଏହାସହ ଏହାର ବୈଜ୍ଞାନିକ କାରଣ ହେଉଛି ରାତିରେ ଶୋଇବା ସମୟରେ ଏହି ତିଳକ ଅଜାଣତରେ ଆଖି ପଡ଼ିଲେ ଚକ୍ଷୁ ପାଇଁ ଏହା କ୍ଷତିକାରକ ହୋଇଥାଏ ।
ରାତିରେ କ୍ଷୀର ପିଇବା ସମୟରେ ଏଥିରେ ସାମାନ୍ୟ କେସର କିମ୍ବା ହଳଦୀ ମିଶାଇ ପିଅନ୍ତୁ । ଖାଲି କ୍ଷୀର ପିଇବା ଦ୍ୱାରା ଥଣ୍ଡା ଜନିତ ସମସ୍ୟା ସହ କାଶ ମଧ୍ୟ ହୋଇଥାଏ । କାରଣ ବାରମ୍ବାର ଦେହ ଖରାପ ହୋଇ ଶୋଇ ରହିଲେ ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି ।