Pratidin TV

Odisha's Digital News Platform

ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆଜି ମୁହାଁମୁହିଁ ହେବ ନ୍ୟୁଜିଲାଣ୍ଡ- ଶ୍ରୀଲଙ୍କା, ସେମିରେ ଏଣ୍ଟ୍ରିର ଲକ୍ଷ୍ୟ ରଖିଛି କିୱି..

1 min read

ବେଙ୍ଗାଲୁରୁ : ଚତୁର୍ଥ ଦଳ ଭାବେ କିଏ ପାଇବ ବିଶ୍ୱକପ ସେମିଫାଇନାଲ ଟିକେଟ । ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ର ପ୍ରାୟ ୯୦ଭାଗ ଲିଗ ମ୍ୟାଚ ଶେଷ ହୋଇଛି । ଆଉ ସବୁ ଦଳ ପାଖରେ ମାତ୍ର ଗୋଟିଏ ଲେଖାଏଁ ମ୍ୟାଚ ରହିଛି । ଆଜି ଦିନିକିଆ ବିଶ୍ୱକପରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ରହିଛି । ସେମି ଆଶା ପକ୍କା କରିବାକୁ ଆଜି ଶ୍ରୀଲଙ୍କା ସହ ଲଢିବ ନ୍ୟୁଜିଲାଣ୍ଡ । ସେମିର ୪ର୍ଥ ଦଳ ଦୌଡ଼ରେ ଏବେ ରହିଛନ୍ତି ନ୍ୟୁଜିଲାଣ୍ଡ, ପାକିସ୍ତାନ । ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ଯଦି ନିଜ ନିଜର ଶେଷ ମ୍ୟାଚ ଜିତନ୍ତି ତେବେ ନେଟ୍ ରନରେଟ ଅନୁସାରେ ୪ର୍ଥ ଦଳ ନିର୍ଦ୍ଧାରଣ ହେବ । ବର୍ତ୍ତମାନର ରନରେଟ ଅନୁସାରେ ନ୍ୟୁଜିଲାଣ୍ଡ ପାକିସ୍ତାନଠାରୁ ଆଗୁଆ ରହିଛି । ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମଠାରେ ନ୍ୟୁଜିଲାଣ୍ଡ ନିଜର ଶେଷ ଲିଗ୍ ମ୍ୟାଚ ଶ୍ରୀଲଙ୍କା ବିପକ୍ଷରେ ଖେଳିବ ।

ଆଜି ନ୍ୟୁଜିଲାଣ୍ଡ ବିଜୟୀ ହେଲେ ସେମିଫାଇନାଲ ରେସରେ ସବୁଠୁ ଆଗରେ ରହିବ ।୧୦ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଫଗାନିସ୍ତାନ ମୈଦାନକୁ ଓହ୍ଲାଇବାକୁ ଥିବାବେଳେ ୧୧ ତାରିଖରେ ଇଂଲଣ୍ଡ ବିପକ୍ଷରେ ଖେଳିବ ପାକିସ୍ତାନ । ତେବେ ଆଜି ଶ୍ରୀଲଙ୍କା ବିପକ୍ଷରେ ବୃହତ ବିଜୟ ହାସଲ କରି ପାକିସ୍ତାନ ଓ ଆଫଗାନିସ୍ତାନର ସେମିଫାଇନାଲ ଆଶା ଧୂଳିସାତ କରିବାକୁ ଆଶା ରଖିଛି ନ୍ୟୁଜିଲାଣ୍ଡ । ସେପଟେ ସମ୍ମାନ ପାଇଁ ଖେଳିବ ଶ୍ରୀଲଙ୍କା । ନ୍ୟୁଜିଲାଣ୍ଡ ୮ଟି ମ୍ୟାଚ ଖେଳି ୪ଟି ଜିତିଛି ।ଆଜିର ମ୍ୟାଚ ନ୍ୟୁଜିଲାଣ୍ଡର ଭାଗ୍ୟ ନିର୍ଦ୍ଧାରଣ କରିବା ସହ ସମାନ ହେବ । ସେହିପରି ଶେଷ ଲିଗ ମ୍ୟାଚ ଜିତି ସମ୍ମାନ ବଞ୍ଚାଇବା ସହ ସ୍ୱଦେଶ ଫେରିବାକୁ ଲକ୍ଷ୍ୟ ରଖିଛି ସିଂହଳୀ ଦଳ ।

Advertisement

Leave a Reply

Your email address will not be published. Required fields are marked *