Pratidin TV

Odisha's Digital News Platform

ତିରୁପତିରେ ଓଡ଼ିଆ ଡ୍ରାଇଭରଙ୍କ ମୃତ୍ୟୁ ; ଅଜଣା ଗାଡି ଉଜାଡିଦେଲା ସଂସାର …

1 min read

ପୁରୀ ; ଆନ୍ଧ୍ରପ୍ରଦେଶର ତିରୁପତି ରେ ଜଣ ଓଡ଼ିଆ ଡ୍ରାଇଭର ଙ୍କ ର ମୃତ୍ୟୁ ହୋଇଛି । ମୃତ ଡ୍ରାଇଭର ଜଣକ ହେଉଛନ୍ତି ପୁରୀ ଜିଲ୍ଲା କଣାସ ବ୍ଲକ ବିଜିପୁର ପଞ୍ଚାୟତ ସାନବିନ୍ଧଣ ଗ୍ରାମର ବିଜୟ ରାଉତରାୟ (୪୨) । ତିରୁପତିର ଏକ ସିମେଣ୍ଟ କମ୍ପାନୀରେ ଡ୍ରାଇଭର ଭାବେ କାମ କରୁଥିବା ବିଜୟ ଶନିବାର ରାତି ୯ ଟାରେ ଏକ ହୋଟେଲ ରୁ ଖାଇ ସାରି ଗାଡ଼ିକୁ ଫେରୁଥିବାବେଳେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେବାରୁ ସେ ଗୁରୁତର ହୋଇପଡିଥିଲେ ।

ଆହୁରୀ ପଢନ୍ତୁ –୩୦୦ ଫୁଟ ତଳକୁ ଖସିଲା ବସ୍‌,

Advertisement

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ତାଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲକୁ ପଠାଇ ଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବିଜୟଙ୍କ ପତ୍ନୀ ସ୍ଵର୍ଣ୍ଣଲତା ଓ ପରିବାର ଲୋକ ତିରୁପତି ରେ ପହଞ୍ଚିବା ପରେ ପୁଲିସ ସେମାନଙ୍କୁ ଶବ ହସ୍ତାନ୍ତର କରିଥିଲା । ଏହାପରେ ପରିବାର ଲୋକ ବିଜୟଙ୍କ ଶବକୁ ଗ୍ରାମକୁ ଆଣିଥିଲେ । ଡ୍ରାଇଭର ସଂଘ ତରଫରୁ ତାଙ୍କୁ ନୂଆ ଜଗନ୍ନାଥ ସଡ଼କ ର କୋଟକଣା ଛକଠାରୁ ଏକ ଶୋଭାଯାତ୍ରା ରେ ଗ୍ରାମକୁ ନେଇଥିଲେ । ବିଧାୟକ ଉମାକାନ୍ତ ସାମନ୍ତରାୟ ଶବ ଶୋଭା ଯାତ୍ରାରେ ଯାଇ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ । ଅନ୍ତିମ ଦର୍ଶନ ସହ ଶ୍ରଦ୍ଧା ସୁମନ ଅର୍ପଣ ପରେ ଗ୍ରାମ ଶ୍ମଶାନ ରେ ଅନ୍ତିମ ସଂସ୍କାର କରାଯାଇଥିଲା । ନିଜ ରୋଜଗାରିଆ ପୁଅକୁ ହରାଇ ବିଧବା ମା ।

ଅସହାୟ ପତ୍ନୀ ଓ ଶିଶୁପୁତ୍ର ସହ ପରିବାର ଲୋକ ଦୁଃଖରେ ଆତ୍ମହରା ହୋଇ କାନ୍ଦୁଥିଲେ । ଅଲ୍ ଓଡ଼ିଶା ପରିବହନ ଚାଳକ ସଂଘ ପୁରୀ ଜିଲ୍ଲା ସଭାପତି ଦୀପକ ବଡ଼ଜେନା ସରକାର ବିଜୟଙ୍କ ପରିବାରକୁ ସହାୟତା ଦାବି କରିବା ସହ ଅନ୍ତିମ ସଂସ୍କାର ପାଇଁ ତାଙ୍କ ପରିବାରକୁ ସଂଘ ତରଫରୁ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ବିଧାୟକ ଉମାକାନ୍ତ ସାମନ୍ତରାୟ ଯାହା ସହାୟତା ହୋଇପାରିବ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି । ଶୋଭା ଯାତ୍ରାରେ କଣାସ ବ୍ଲକ ଡ୍ରାଇଭର ସଂଘ ର ସଭାପତି ଭାରତ ବେହେରା ଙ୍କ ସମେତ ସ୍ଥାନୀୟ ସରପଞ୍ଚ ପୂର୍ବତନ ସରପଞ୍ଚ;ସମିତି ଶଭ୍ୟଙ୍କ ସହ ଅନ୍ୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *