ଆଇସିସି ଜାରିକଲା ବିଶ୍ୱକପ ଟ୍ରଫିର ନୂଆ ଫଟୋ, ଅଧିନାୟକଙ୍କ ମୁହଁ ଝଲସିଲା ଟ୍ରଫି ହାତେଇବାର ଜୋସ୍..
1 min readଫାଇନାଲ ଫାଇଟ ପୂର୍ବରୁ ସାମ୍ନାକୁ ଆସିଲା ଚଳିତ ବିଶ୍ୱକପ ଟ୍ରଫିର ଝଲକ । ଆଉ କପ ସହ ନଜର ଆସିଲେ ୨ ଫାଇନାଲଷ୍ଟି ଦଳର ଅଧିନାୟକ । ଆଇସିସି ଏନେଇ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିଛି । ଏବଂ ଏଥିରେ କ୍ୟାପସନ ଦେଇଛି ସେମାନେ ଆସିବେ ଆଉ ଦିନକ ପରେ ।
ଏହି ଫଟୋରେ ଭାରତର ଅଧିନାୟକ ରୋହିତ ଶର୍ମା ଏବଂ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ପୁରା କୁଲ ଲୁକରେ ଥିବା ନଜର ଆସିଛନ୍ତି ।ଉଭୟ ଦଳ ଅଧିନାୟକଙ୍କ ମ୍ୟାଚକୁ ଫୁଲ ଜୋସରେ ଥିବା ଜଣା ପଡୁଛି । ତେବେ ରାତି ପାହିଲେ ଆରମ୍ଭ ହେବ ବିଶ୍ୱକପ ଫଇନାଲ ମ୍ୟାଚ । ହାଇଭୋଲ୍େଟଜ ମ୍ୟାଚରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ-ଭାରତ । ତେବେ ଏହି କଡା ମୁକାବିଲା ପାଇଁ ଫ୍ୟାନମାନେ ବେଶ ଉତ୍ସାହିତ ଅଛନ୍ତି । ସେହିପରି ୫ମ ଥରର ଚାମ୍ପିୟନକୁ ହରାଇବାକୁ ଭାରତ ବି ପ୍ରସ୍ତୁତ ହୋଇସାରିଲାଣି ।
ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହେବାକୁ ଥିବା ଏହି ରୋମାଞ୍ଚକର ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆ ଅଲରାଉଣ୍ଡର ମିଚେଲ ମାର୍ଶଙ୍କ ଏକ ପୂର୍ବ ବୟାନ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି ।ବିଶ୍ୱକପ ଟ୍ରଫିଠାରୁ ଆଉ ଗୋଟିଏ ପାଦ ଦୂରରେ ଭାରତ । ୧୯୮୩, ୨୦୧୧ ପରେ ୨୦୨୩ରେ ତୃତୀୟ ଥର ଟିମ୍ ଇଣ୍ଡିଆ ବିଶ୍ୱବିଜେତା ହେବ ବୋଲି କ୍ରିକେଟ ପଣ୍ଡିତ ପୂର୍ବାନୁମାନ କରୁଛନ୍ତି । କିଏ ହେବ ଫାଇନାଲରେ ଗେମ୍ ଚେଞ୍ଜର ? ଅହମ୍ମଦାବାଦର ନରେନ୍ଦ୍ରମୋଦି ଷ୍ଟାଡିୟମ ବାଝିବ ଚଳିତ ବର୍ଷର ବିଶ୍ୱକପ ବିଜେତା ।