Pratidin TV

Odisha's Digital News Platform

ପ୍ରେମିକାର ସ୍ୱପ୍ନ ପୂରଣ କରିବା ପାଇଁ କୋରିୟର ବୟ ରଚିଲା ବଡ ପ୍ଲାନ, ଆଇଫୋନ ବିକି କିଣି ଆଣିଲା କାର୍‌..

1 min read

ଆଇଫୋନ୍ ପାଇଁ ଲୋକଙ୍କ ଭିତରେ ଅନେକ କ୍ରେଜ୍ ରହିଛି । ଆଇଫୋନର କୌଣସି ମଡେଲ ନୂଆ ଆସିଲେ ତାକୁ କିଣିବାକୁ ଲୋକଙ୍କ ଭିଡ ଜମିଥାଏ । ସେ ଅନଲାଇନ ହେଉ କି ଅଫ ଲାଇନ ଲୋକ କିଣିବାକୁ ଲାଇନ ଲଗାନ୍ତି । କିନ୍ତୁ ଜଣେ ବ୍ୟକ୍ତି ତାଙ୍କ ପ୍ରେମିକାଙ୍କୁ ଏକ ମହଙ୍ଗା ଉପହାର ଦେବା ଯେଉଁଭଳି ପନ୍ଥା ଆପଣଇଲେ ତା ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ଯୁବକ ତାଙ୍କ ପ୍ରେମିକାଙ୍କୁ ଏକ କାର ଉପହାର ଦେବାକୁ ଚାହୁଁଥିଲେ । ଯୁବକ ଜଣକ ଏକ ଡେଲିଭରି ବୟ ଅଟନ୍ତି । ତାଙ୍କ ପାଖରେ ସେତିକି ଅର୍ଥ ନଥିଲା ଯେ ସେ ତାଙ୍କ ପ୍ରେମିକାକୁ ଏକ ଦାମି କାର୍ ଉପହାର ଦେଇ ପାରିବେ । ହେଲେ କାର କିଣିବା ପାଇଁ ସେ ଆପଣାଇଲେ ଖରାପ ରାସ୍ତା । ତାଙ୍କୁ ଦିଆଯିବାକୁ ଥିବା ଆଇଫୋନ୍ ପାର୍ସଲକୁ ଚୋରି କରି ନେଇଥିଲେ । ତାକୁ ବିକି ସେ ନିଜ ପ୍ରେମିକାଙ୍କୁ ଏକ କାର ଉପହାର ଦେଇଥିଲେ । ତେବେ ଏଭଳି ଆଶ୍ଚର୍ଯ୍ୟକର ଘଟଣା ତୁର୍କୀରୁ ଆସିଛି । ଆଜିମ ଜୀ ନାମକ ଜଣେ ବ୍ୟକ୍ତି ଆଡାନା ସହରର ଏକ କୋରିଅର କମ୍ପାନୀରେ କାମ କରୁଥିଲେ । ତାଙ୍କୁ ଏକ ସପିଂ ମଲରେ ଥିବା ଏକ ଟେକ୍ ଷ୍ଟୋରରେ ଏକ କୋରିୟର ବିତରଣ କରିବାକୁ ପଡିଲା । ସେହି କୋରିଅରରେ ୩୩ ଟି ଆଇଫୋନ୍ ଥିଲା, ଯାହାର ମୂଲ୍ୟ ୩୦ ହଜାର ଡଲାର ବୋଲି କୁହାଯାଏ ।

କୋରିୟର ଦେବା ପରିବର୍ତ୍ତେ ଆଜିମ୍ ଜି ଏହାକୁ ଚୋରି କରିଥିଲେ । ତୁର୍କୀ ବିଶ୍ୱର ଏଭଳି ଦେଶ ତାଲିକାରେ ଯାଏ ଯେଉଁଠାରେ ଆଇଫୋନ୍ ଗୁଡିକ ଅନ୍ୟମାନଙ୍କ ତୁଳନାରେ ସବୁଠାରୁ ମହଙ୍ଗା ବିକ୍ରି ହୁଏ । ଏହାର କାରଣ ହେଉଛି ଆଇଫୋନ୍ ଉପରେ ଲାଗୁ ହୋଇଥିବା ଭାରି ଟ୍ୟାକ୍ସ । ଏହି କାରଣରୁ ୩୩ ଟି ଆଇଫୋନର ମୂଲ୍ୟ ପ୍ରାୟ ୨୫ ଲକ୍ଷରେ ଥିଲା । ଅଜିମ ଜୀ ତାଙ୍କ ଗର୍ଲଫ୍ରେଣ୍ଡକୁ ଏକ କାର ଉପହାର ଦେବାକୁ ଚାହୁଁଥିଲେ । ସେ ସମସ୍ତ ଚୋରି ହୋଇଥିବା ଆଇଫୋନ୍ ବିକ୍ରି କରିଥିଲେ । ଯେତେବେଳେ ଦୋକାନ ମାଲିକମାନେ ଫୋନ ନମିଳିବାରୁ ନିଖୋଜ ବିଷୟରେ ଜାଣିଲେ ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଲା ।

Advertisement

ସୁରକ୍ଷା କ୍ୟାମେରା ସାହାଯ୍ୟରେ ଏହି ଅନୁସନ୍ଧାନ କରାଯାଇଥିଲା । ପ୍ରକାଶ ଯେ, ଅଜିମ ଜୀ ସେ ଦୋକାନରୁ ଆଣିଥିବା ଫୋନ କୋରିଅର କରିନଥିଲା । ଏନେଇ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା ଏବଂ ଅପରାଧୀଙ୍କ ଘରେ ଚଢାଉ କରାଯାଇଥିଲା । ସେଠାରେ ପୋଲିସ ୫ ଟି ଆଇଫୋନ୍ ଜବତ କରିଥିଲା । ପଚରାଉଚୁରା ପରେ ପୋଲିସ ଆରଗରେ ସବୁ ସତ ମାନି ଯାଇଥିଲା ପ୍ରେମିକ । ଅଜିମଙ୍କ ଗର୍ଲଫ୍ରେଣ୍ଡ ଦାବି କରିଛନ୍ତି ଯେ ସେ ଚୋରି ବିଷୟରେ ଜାଣି ନାହାଁନ୍ତି ।

Leave a Reply

Your email address will not be published. Required fields are marked *