Pratidin TV

Odisha's Digital News Platform

ଚାଲିଥିଲା ବିବାହ, ରସଗୋଲାକୁ ନେଇ ବରକନ୍ୟା ଭିତରେ ଆରମ୍ଭ ହୋଇଗଲା ମାରପିଟ୍‌,୬ ଆହତ

1 min read

ଅନେକ ସମୟରେ ଶୁଣିଥିବେ ଯେ ବିବାହ ଋତୁ ଆସିଲେ ଯୌତୁକକୁ ନେଇ ବରଯାତ୍ରୀ ଓ କନ୍ୟା ଘର ମଧ୍ୟରେ ଝଗଡା ହୋଇଥାଏ । କିନ୍ତୁ ଉତ୍ତରପ୍ରଦେଶର ଆଗ୍ରାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ଏବେ ସାମ୍ନାକୁ ଆସିଛି । ଯାହାକୁ ଶୁଣିଲେ ଳଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଏଠାରେ ଏକ ବିବାହ ସମାରୋହରେ ଚାଲିଥିଲା । ଯେଉଁଠାରେ ରସଗୋଲା ଖାଇବାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଝଗଡା ହୋଇଥିଲା । ରବିବାର ବିଳମ୍ବିତ ରାତିରେ ଆଗ୍ରାର ସମଶାବାଦ ପୁଲିସ ଷ୍ଟେସନ ଅଞ୍ଚଳରେ ଏକ ବିବାହ କାର୍ଯ୍ୟକ୍ରମରେ ରସଗୋଲାକୁ ନେଇ ବରକନ୍ୟା ଦଳ ମଧ୍ୟରେ ସଂଘର୍ଷ ଘଟିଥିବା ଅଭିଯୋଗ ହୋଇଛି । ଯେଉଁଥିରେ ଜଣେ ମହିଳାଙ୍କ ସମେତ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ସମଶାବାଦର ନୟାବନ୍ସ ରୋଡରେ ଥିବା ସନ୍ତୋଷୀ ମାତା ମନ୍ଦିର ନିକଟରେ ଏକ ବିବାହ ଭୋଜି ଚାଲିଥିଲା, ଯେଉଁଥିରେ ରସଗୋଲା ଖାଇବାକୁ ନେଇ ଦୁଇ ପକ୍ଷ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା ।

ବିବାହ ଭୋଜି ଚାଲିଥିବାବେଳେ ବରପକ୍ଷର ଜଣେ ବ୍ୟକ୍ତି ରସଗୋଲା ଖାଇବାକୁ ମାଗି ନଥିଲେ ହେଲେ ତାଙ୍କୁ ରସଗୋଲା ଦିଆଯାଇ ନଥିଲା । ଯାହାପରେ ସେ ଝିଅ ଘର ଲୋକଙ୍କୁ ଦେଖାଇ ରସଗୋଲା ନଥିବା କହି କଟାକ୍ଷ କରିଥିଲେ । ଏହାକୁ ନେଇ କନ୍ୟାପକ୍ଷର କିଛି ଲୋକ ଏହାକୁ ବିରୋଧ କରିଥିଲେ । ବିବାଦ କମିବା ବଦଳରେ ବହୁମାତ୍ରାରେ ବଢ଼ିବାରେ ଲାଗିଥିଲା । ବରପକ୍ଷ ଓ କନ୍ୟାପକ୍ଷର ଲୋକଙ୍କ ମଧ୍ୟରେ ରସଗୋଲା ଖାଇବାକୁ ନେଇଶେଷରେ ବଡ ଝଗଡା ହୋଇଥିଲା । ଏଥିରେ ଆହତ ହୋଇଥିବା ସମସ୍ତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବେ ଏହି ଘଟଣାର ପୋଲିସ ତଦନ୍ତ କରାଯାଉଛି । ସୂଚନା ମିଳିଛି ଯେ ପୂର୍ବ ବର୍ଷ ମଧ୍ୟ ରସଗୋଲାକୁ ନେଇ ତୁମୁଳକାଣ୍ଡ ଦେଖା ଦେଇଥିଲା । ଅକ୍ଟୋବରରେ, ଉତ୍ତରପ୍ରଦେଶର ଏତମାଦପୁରରେ ଏକ ବିବାହରେ ରସଗୋଲା ଅଭାବକୁ ନେଇ ମଧ୍ୟ ଝଗଡା ହୋଇଥିଲା । ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *