Pratidin TV

Odisha's Digital News Platform

ମା’ ମହୁରୀ କାଳୁଆ ଶକ୍ତିପୀଠ,କ’ଣ ରହିଛି ଏହାର କିମ୍ବଦନ୍ତି? ଆଉ କିପରି ଯିବା ଏହି ସ୍ଥାନକୁ…

1 min read

ବ୍ରହ୍ମପୁରର ପ୍ରସିଦ୍ଧ ଶକ୍ତିପୀଠ ମା’ ମହୁରୀ କାଳୁଆ ।ଇତିହାସକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ମହୁରୀ ରାଜା ଭିଶ୍ୱନାଥ ଦେବ ପ୍ରାୟ ୨୦୦ବର୍ଷ ମହୁରୀ ଗଡ ଆକ୍ରମଣ ସମୟରେ ମା’ କାଳୁଆଙ୍କୁ ଏହି ପାହାଡ ଉପରେ ରଖି ପୂଜାର୍ଚ୍ଛନା କରନ୍ତି । ବିଶ୍ୱାସ ରହିଛି ଯେ ରାଜା ପ୍ରତିଦିନ ଘୋଡାରେ ଚଢି ଅଷ୍ଟଶମ୍ଭୁଙ୍କୁ ଦର୍ଶନ କରିବା ସହ ମା’କାଳୁଆଙ୍କୁ ଦର୍ଶନ କରୁଥିଲେ । କୈାଣସି ଏକ ବିପଦ ସମୟରେ ରାଜା ବିଶ୍ୱନାଥ ମା’କାଳୁଆଙ୍କ ଶରଣାପର୍ଣ୍ଣ ହୋଇ ବିପଦ ମୁକ୍ତ ହୋଇଥିବାରୁ ପରମ୍ପରା ଅନୁସାରେ ମା’ କାଳୁଆଙ୍କ ପୂଜାର୍ଚ୍ଚନା କରିଆସୁଛନ୍ତି ।

ରେଶମନଗରୀ ବ୍ରହ୍ମପୁରରୁ ପ୍ରାୟ ୧୩ କିଲୋମିଟର ଦୂରରେ ଅବସ୍ଥିତ ଏହି ଶକ୍ତିପୀଠ ମା’ ମହୁରୀ କାଳୁଆ । ଏହା ମଧ୍ୟ ଏକ ପର୍ଯ୍ୟଟନ ସ୍ଥଳି ହୋଇଥିବାରୁ ପ୍ରତ୍ୟେକ ବର୍ଷ ଶୀତଦିନରେ ଏଠାକୁ ଅଧିକ ସଂଖ୍ୟକ ପର୍ଯ୍ୟଟନ ବୁଲିବା ପାଇଁ ଆସିଥାନ୍ତି । ଏହି ସ୍ଥାନକୁ ଆସିବା ବେଳେ ରାସ୍ତାର ଦୁଇ ପାଶ୍ୱର୍ରେ ଜାଙ୍ଗଲ ଓ ପାହାଡରର ଦୃଶ୍ୟ ଅତ୍ୟନ୍ତ ମନଲୋଭା । ଏହି ଶକ୍ତିପୀଠ ନିକଟରେ ବାବା ମହାକାଳେଶ୍ୱରଙ୍କର ଏକ ମନ୍ଦିର ରହିଛି । ଏହାବ୍ୟତୀତ ଏହି ସ୍ଥାନରେ ପର୍ଯ୍ୟଟକ ମାନଙ୍କ ପାଇଁ ସ୍ୱତନ୍ତ୍ର ବିଶ୍ରାମଳୟର ସୁବିଧା ମଧ୍ୟ ରହିଛି । ଏଠାରେ ପ୍ରକୃତରେ ମା’ଦୁଇଟି ସ୍ଥାନରେ ପୂଜା ପାଆନ୍ତି । ପାହାଡ ଉପରେ ଥିବା ଗୁମ୍ଫାରେ ଏବଂ ପାହାଡ ତଳେ ଥିବା ମନ୍ଦିରରେ । ଯଦି ଆପଣ ପାହାଡ ଉପରେ ଥିବା ମନ୍ଦିରକୁ ଯିବେ ସେଥିପାଇଁ ପାହାଚ ମଧ୍ୟ ରହିଛି । ଏହାସହ ପାହାଚ ଚଢିବା ବେଳେ ମଝିରେ ମଝିରେ ବଡ ବଡ ଗୁମ୍ଫା ଦେଖିବାକୁ ମିଳିବ । ଗ୍ରୀଷ୍ମଋତୁ ପଣା ସଙ୍କ୍ରାନ୍ତି ବା ମେରୁଯାତ୍ରା ସମୟରେ ବହୁ ଦୂରଦୂରାନ୍ତରୁ ଭକ୍ତ ମାନଙ୍କର ସମାଗମ ହୋଇଥାଏ ।

Advertisement

ତେବେ ମହୁରୀ କାଳୁଆ ଶକ୍ତିପୀଠରେ ମା’ଙ୍କ ଆଶୀର୍ବାଦ ସହ ଏଠାକାର ପାକୃତିକ ସୈାନ୍ଦର୍ଯ୍ୟ ଉପେଭାଗ କରିବା ପାଇଁ ପର୍ଯ୍ୟଟକ ମାନେ ଆସିଥାନ୍ତି । ଏଥିସହିତ ବଣ ଭୋଜି କରିବା ପାଇଁ ସ୍ଥାନଟି ହୋଇଥିବାରୁ ନୂଆ ବର୍ଷରେ ପର୍ଯ୍ୟଟନ ମାନେ ପିକନିକ ତଥା ଭୋଜିଭାତ କରିବା ପାଇଁ ଆସିଥାନ୍ତି । ତେବେ ଆପଣା ମାନେ ମଧ୍ୟ ଏହି ଶକ୍ତିପୀଠକୁ ବୁଲିବା ପାଇଁ ଥରେ ଆସନ୍ତୁ ଏବଂ ଏହାର ପ୍ରାକୃତିକ ସୈାନ୍ଦର୍ଯ୍ୟ ମଜା ନିଅନ୍ତୁ ।

Leave a Reply

Your email address will not be published. Required fields are marked *