Pratidin TV

Odisha's Digital News Platform

ସାମ୍ବାଦିକଙ୍କୁ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା ….

1 min read

ଭଞ୍ଜନଗର ; ସାମ୍ବାଦିକଙ୍କୁ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ସମୟ ଖବର କାଗଜ ବେଲଗୁଣ୍ଠା ବ୍ଲକ ପ୍ରତିନିଧି ଜଗନ୍ନାଥ ନାୟକ(୩୪) ଙ୍କୁ ଅତି ନିର୍ମମ ପଥର ଛେଚି ହତ୍ୟା ସନ୍ଦେହ କରାଯାଇଥିବା ଜଣା ପଡିଛି । ତେବେ ମୃତ ଜଗନ୍ନାଥ ଙ୍କ ଘର ଗାଙ୍ଗପୁର ଥାନା ଅନ୍ତର୍ଗତ ଖଇରପୁଟି ଗ୍ରାମରେ । ଜଗନ୍ନାଥ ସମୟ ଖବର କାଗଜର ବେଲଗୁଣ୍ଠା ପ୍ରତିନିଧି ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ସେ ଗତ କିଛି ଦିନ ହେବ ଗଞ୍ଜାମ ଜିଲ୍ଲା ଗୋପାଳପୁର ରେ ନଜିର ଏକ ଫାଷ୍ଟଫୁଡ ବ୍ୟବସାୟ ଅ।ରମ୍ଭ କରିଥିଲେ ତାସହ ଗୋପାଳପୁର ରେଡ଼ିକା ସାହିରେ ଘର ଭଡା ନେଇ ରହୁଥିବା ସୂଚନା ମିଳିଛି ।

ତେବେ ହଠାତ୍ ଜଗନ୍ନାଥ ଗତ ମାସ ୨୯ ତାରିଖ ବୁଧବାର ଦିନ ଠାରୁ କୁଆଡେ ଚାଲିଯାଇ ଥିଲେ । ତାଙ୍କର କିଛି ଖୋଜ ଖବର ମିଳିନଥିବା ସ୍ଥାନୀୟ ଲୋକ କହୁଥିଲେ । ଆଜି ପରିବାର ଲୋକ ଗୋପାଳପୁର ରେଡ଼ିକା ସାହି ସ୍ଥିତ ଜଗନ୍ନାଥ ରହୁଥିବା ଘରକୁ ଯାଇଥିଲେ । ସେଠାରେ ବାହାର ପଟୁ ତାଲା ପଡ଼ିଥିବା ଦେଖିଥିଲେ, ଝରକା ପଟୁ କିଛି ଦୁର୍ଗନ୍ଧ ବାହାରି ବାର ଦେଖିଲା ପରେ ଗୋପାଳପୁର ଥାନାକୁ ମୃତ ଜଗନ୍ନାଥ ଙ୍କ ଭାଇ ପୁନିଆ ନାୟକ ଯାଇ ଏତଲା ଦେବା ପରେ ପୋଲିସ ରେଡ଼ିକା ସାହିକୁ ଯାଇ ଘରର କବାଟ ଭାଙ୍ଗିବା ପରେ ପୋଲିସ ଜଗନ୍ନାଥଙ୍କ ରକ୍ତ ଜୁଡୁବୁଦୁ ହୋଇ ପଡ଼ିରହିଥିବା ମୃତ ଦେହ ପଡ଼ିଥିବା ଦେଖିଥିଲେ । ତାଙ୍କୁ କେହି ପଥର ରେ ଛେଚି ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି ।

Advertisement

କନିସି ଅତିରିକ୍ତ ତହସିଲଦାର ସୋମେଶ ରଣବିଯୁବର ଓ ବ୍ରହ୍ମପୁର ସାଇଣ୍ଟିଫିକ ଟିମ ପହଂଚି ଘଟଣାର ତଦନ୍ତ କରିଥିବା ଜଣାପଡିଛି । ପୋଲିସ ଶବକୁ ଜବତ କରିବା ପରେ ବ୍ୟବଛେଦ ପାଇଁ ଏମକେସିଜି ମେଡିକାଲ କୁ ପଠାଇଛନ୍ତି । ତେବେ ଜଗନ୍ନଥଙ୍କ ବ୍ୟବଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ ତଥ୍ୟ ଜଣା ପଡିବ ବୋଲି ପୋଲିସ ସୂଚାନ ଦେଇଛି । ଜଗନ୍ନାଥ ଜଣେ ମେଳାପୀ ବ୍ୟକ୍ତି ଥିବା ବେଳେ କିଏ ଓ କାହିଁକି ଏପରି କଲା ତାହାସ୍ପଷ୍ଟ ହୋଇଯାଇଛି ।

Leave a Reply

Your email address will not be published. Required fields are marked *