Pratidin TV

Odisha's Digital News Platform

ପ୍ରଶାସନିକ ଅଧିକାରୀରୁ ମୁଖ୍ୟମନ୍ତ୍ରୀ ହେବେ ଲାଲଦୁହୋମା…

1 min read

ମିଜୋରାମରେ ବଦଳିବ ସରକାର । ଭୋଟ୍ ଗଣତିର ଟ୍ରେଣ୍ଡ ଅନୁସାରେ ଏଠାରେ ଆଗରେ ରହିଛି ବିରୋଧୀ ଦଳ ଜେଡପିଏମ୍। ପୂର୍ବରୁ ମିଜୋରାମରେ ଶାସନ କରୁଥିବା ଏମଏନଏଫକୁ ପଛରେ ପକାଇ ଲାଲଦୁହୋମାଙ୍କ ଜୋରାମ ପିପୁଲ ମୁଭମେଣ୍ଟ ଆଗରେ ରହିଛି । ତେବେ ଏବେ ପ୍ରଶାସନିକ ଅଧିକାରୀରୁ ମୁଖ୍ୟମନ୍ତ୍ରୀ ହେବେ ଲାଲଦୁହୋମା । ଗତ କିଛି ବର୍ଷ ଧରି ସେ ମିଜୋରାମର ବିକାଶ ପାଇଁ ରାଜ୍ୟକୁ କଂଗ୍ରେସ ଏବଂ ଏମଏନଏଫ କବଳରୁ ମୁକ୍ତି କରିବାକୁ ନାରା ଦେଇଥିଲେ । ତେବେ ଲାଲଦୁହୋମା ୧୯୭୭ ମସିହାରେ ଆଇପିଏସ୍ ଭାବେ ଗୋଆରେ ନିଯୁକ୍ତ ହେଇଥିଲେ । ସେଠାରେ ସେ ଜଣେ ସ୍କ୍ୱାର୍ଡ ଲିଡର ଭାବେ କାମ କରିଥିଲେ । ତେବେ ଏହି ସମୟରେ ସେ ବିଭିନ୍ନ ତସ୍କରୀ ଉପରେ ଛାପା ମାରିବା ସହିତ କଡା କାର୍ଯ୍ୟାନୁଷ୍ଠାନ ନେଇଥିଲେ, ଯାହା ପରେ ଜାତୀୟ ଗଣମାଧ୍ୟମରେ ତାଙ୍କୁ ନେଇ ଚର୍ଚ୍ଚା ହେଇଥିଲା । ଏହାପରେ ତାଙ୍କ କାମକୁ ଦେଖି ୧୯୮୨ ମସିହାରେ ତାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ସୁରକ୍ଷା ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଥିଲା । ଇନ୍ଦିରା ଗାନ୍ଧୀଙ୍କ ସୁରକ୍ଷା ଦାୟିତ୍ୱରେ ରହିବାର ୨ ବର୍ଷ ପରେ ଲାଲଦୁହୋମା ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା କରିଥିଲେ । ଆଉ ୧୯୮୪ ମସିହାରେ ସେ ସାଂସଦ ଭାବେ ନିର୍ବାଚିତ ହେଇଥିଲେ । ତେବେ ଏହାର ୪ ବର୍ଷ ପରେ ସେ କଂଗ୍ରେସରୁ ଇସ୍ତଫା ଦେଇ ଦେଇଥିଲେ । ଆଉ ତା ପରେ ତାଙ୍କୁ ଲୋକସଭାରୁ ମଧ୍ୟ ଅଯୋଗ୍ୟ କରି ଦିଆଯାଇଥିଲା । କଂଗ୍ରେସ ଛାଡିବା ରେ ଲାଲଦୁହୋମା ଜୋରାମ ନ୍ୟାସନାଲିଷ୍ଟ୍ ପାର୍ଟିରେ ଯୋଗ ଦେଇଥିଲେ । ଏହାପରେ ୨୦୧୮ ବିଧାନସଭା ନିର୍ବାଚନରେ ସେ ବିରୋଧୀ ଦଳ ନେତା ଭାବେ କାମ କରିଥିଲେ । ହେଲେ ୨୦୨୦ ମସିହାରେ ଦଳ ବିରୋଧୀ କାନୁନର ଉଲ୍ଲଘଂନ ପାଇଁ ତାଙ୍କ ବିଧାନସଭା ସଦସ୍ୟତା ପଦ ବି ରଦ୍ଦ ହେଇଯାଇଥିଲା । ହେଲେ ଏବେ ସେହି ନେତା ମିଜୋରାମର ଆଗାମୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ।

Advertisement

Leave a Reply

Your email address will not be published. Required fields are marked *