Pratidin TV

Odisha's Digital News Platform

ଏକ ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ,୧୪ ମୃତ ୧୮ ଗୁରୁତର…

ଇରାକର ଏରବିଲ୍ ସ୍ଥିତ ଏକ ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଗୁରୁତର ହୋଇଥିବା ଜଣାଯାଇଛି । ଗତକାଲି ଏକବିଲ୍‌ସ୍ଥିତ ଏକ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଭୟଙ୍କର ନିଆଁ ଲାଗି ଯାଇଥିଲା । ଉକ୍ତ ହଷ୍ଟେଲରେ ଏକାଡେମିକ୍ କର୍ମଚାରୀ ଏବଂ ଛାତ୍ରମାନେ ରହୁଥିଲେ । ବିଲ୍ଡିଂର ତୃତୀୟ ଓ ଚତୁର୍ଥ ମହଲାରେ ନିଆଁ ଲାଗି ଯାଇଥିବା ବେଳେ ତାହା ଚାରିଆଡ଼କୁ ବ୍ୟାପିଯାଇଥିଲା । ଫଳରେ ବିଲ୍ଡିଂରେ ଥିବା ଛାତ୍ରଙ୍କ ସମେତ ଅନ୍ୟମାନେ ରକ୍ଷା ପାଇବା ପାଇଁ ଆକୁଳ ଚିତ୍କାର କରିଥିଲେ । ଖବର ପାଇ ତୁରନ୍ତ ଘଟଣାସ୍ଥାଳରେ ଅଗ୍ନିଶମ ବାହିନୀ ଓ ପୋଲିସ କର୍ମଚାରୀ ପହଞ୍ଚି ଥିଲେ । ବହୁ ପରିଶ୍ରମ ପରେ ନିଆଁକୁ ଆୟତ କରାଯାଇଥିବା ବେଳେ ଛାତ୍ର ହଷ୍ଟେଲରେ ଫସି ରହିଥିବା ଛାତ୍ର ମାନଙ୍କୁ ଉଦ୍ଧାର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୪ ଜୀବନ୍ତ ଜଳିଯାଇଥିବା ବେଳେ ଆଉ ୧୮ଜଣ ଛାତ୍ର ଗୁରୁତର ଆହାତ ହୋଇଥିଲେ । ତୁରନ୍ତ ସେମାନଙ୍କୁ ମେଡିକାଲ ନିଆଯାଇଥିଲା । ସେପଟେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି । ଅପରପକ୍ଷେ ସ୍ୱୟଂଶାସିତ କୁର୍ଦ୍ଦିସ୍ତାନ ଅଞ୍ଚଳର ପ୍ରଧାନମନ୍ତ୍ରୀ ମାସୁର ବାରଜାନି ଏହି ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ତଦନ୍ତ ନିଦ୍ଦେର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *