Pratidin TV

Odisha's Digital News Platform

ଚୀନ ନାଳ ନର୍ଦ୍ଧମା ପାଣିରେ ଚାଷ ହେଉଛି ରସୁଣ,ତଦନ୍ତ ଦାବି କଲେ ଆମେରିକା ସିନେଟର୍‌

1 min read

ଚୀନରୁ ଆମଦାନୀ ହେଉଛି ନାଳ ନର୍ଦ୍ଧମା ପାଣିରେ ଚାଷ ହେଉଥିବା ରସୁଣ । ବଜାରରେ ବିକ୍ରି ହେଉଥିବା ଏହି ରସୁଣ ଭାରତର ଅନେକ ଘରେ ଖିଆଯାଉଛି । ଯାହା ସ୍ୱସ୍ଥ୍ୟା ପ୍ରତି ବିପଦଜ୍ଜନକ ବୋଲି କୁହାଯାଇଛି । ତେବେ ନିକଟରେ ଏହି ସମଗ୍ର ବିଷୟ ସମ୍ବନ୍ଧୀୟ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ଯେଉଁଥିରେ ଚୀନ୍‌ର ‘ନକଲି ରସୁଣ’ ପ୍ରକାଶ ପାଇଥିଲା । ଏଗୁଡ଼ିକ ବହୁତ ଧଳା ଏବଂ ସୁନ୍ଦର ଦେଖାଯାଏ । କିନ୍ତୁ ଏଗୁଡ଼ିକ ସ୍ୱାସ୍ଥ୍ୟ ପାଇଁ ସାଂଘାତିକ ପ୍ରମାଣିତ ହୋଇପାରେ । ତାହା ଉପରେ ତଦନ୍ତ କରିବା ଲାଗି ଆମେରିକା ଅନ୍ତର୍ଗତ ଫ୍ଲୋରିଡାର ସିନେର୍ଟ ରିକ୍ ସ୍କଟ୍ ‘ଫେଡେରାଲ୍ ରେଗୁଲେର୍ଟ’ଙ୍କୁ କହିଛନ୍ତି । ତାଙ୍କର ସନ୍ଦେହ ହୋଇଛି କି, ନର୍ଦ୍ଦମା ଆବର୍ଜନାଦ୍ୱାରା ସଂକ୍ରମଣ ସମ୍ଭାବନା ଥିବା ଅଞ୍ଚଳରେ ଉକ୍ତ ରସୁଣ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ ଚାଷ କରାଯାଉଛି । ରିପବ୍ଲିକାନ୍ ସିନେଟର ରିକ୍ ସ୍କଟ୍ ବାଣିଜ୍ୟ ସଚିବଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ ଚାଇନାର ରସୁଣ ଅସୁରକ୍ଷିତ ଅଟେ । ଚୀନ୍‌ରେ କେତେକ ରସୁଣ ଚାଷୀ ସାର ଭାବେ ମନୁଷ୍ୟ ମଳ ଓ ନର୍ଦ୍ଦମା ଖତ ଆଦି ବ୍ୟବହାର କରୁଛନ୍ତି ବୋଲି ହେଉଥିବା ଅଭିଯୋଗକୁ ଭିତ୍ତି କରି ସିନେର୍ଟ ସ୍କଟ୍ ଏଭଳି ଆପତ୍ତି କରିଛନ୍ତି । ଏ ଘଟଣା ନୂଆ ନ ହୋଇଥିଲେ ବି ଏହାଦ୍ୱାରା ଅମଳ କରାଯାଉଥିବା ରସୁଣର ସ୍ୱାସ୍ଥ୍ୟ ଉପରେ ପଡୁଥିବା ପ୍ରଭାବ ବିଷୟରେ ସନ୍ଦେହ ସୃଷ୍ଟି କରିଛି । ଏହାଛଡ଼ା, ରସୁଣକୁ ଚକଚକିଆ ଧଳା କରିବା ପାଇଁ ସେମାନେ ‘ବ୍ଲିଚ୍‌’ ବା ‘କ୍ଷାର’ ବ୍ୟବହାର କରୁଛନ୍ତି, ଯାହାଦ୍ୱାରା ରସୁଣ ପରିଷ୍କାର ଦିଶୁଛି । ଚାଇନାର ରସୁଣର ବିଶ୍ୱର ସର୍ବବୃହତ ରପ୍ତାନୀକାରୀ ମଧ୍ୟରେ ଆମେରିକା ଏକ ପ୍ରମୁଖ ଗ୍ରାହକ । କିନ୍ତୁ ରସୁଣ ବ୍ୟବସାୟକୁ ନେଇ ଦସ୍ୱବ ଦେଶ ମଧ୍ୟରେ ବିବାଦ ଲାଗି ରହିଛି ।

ସାବଧାନ!
ଯଦି ଆପଣ ଚାଇନାରୁ ନକଲି ରସୁଣ ଚିହ୍ନଟ କରିବାକୁ ଚାହାଁନ୍ତି, ତେବେ ପଦ୍ଧତିଟି ଅତି ସହଜ ଅଟେ । ବଜାରରେ ବିକ୍ରି ହେଉଥିବା ନକଲି ରସୁଣ ଧଳା ଅଟେ । ଏଗୁଡ଼ିକରେ କୈାଣସି ଦାଗ ଦେଖାଯିବ ନାହିଁ । ସେମାନଙ୍କୁ ଚିହ୍ନିବା ପାଇଁ, ରସୁଣକୁ ଓଲଟାନ୍ତୁ । ଯଦି ଏହାର ନିମ୍ନ ଭାଗରେ ଦାଗ ଦୃଶ୍ୟମାନ ହୁଏ ତେବେ ଏହାର ଅର୍ଥ ହେଉଛି ଏହା ପ୍ରକୃତ ଅଟେ । ଯଦି ଏହା ପଛରେ ସମ୍ପୂର୍ଣ୍ଣ ଧଳା, ଏହାର ଅର୍ଥ ହେଉଛି ଏହା ଚାଇନାରୁ ବିଷାକ୍ତ ନକଲି ରସୁଣ । ଏହାକୁ କିଣିବା ଠାରୁ ଦୂରେଇ ରୁହନ୍ତୁ ।

Advertisement

Leave a Reply

Your email address will not be published. Required fields are marked *