Pratidin TV

Odisha's Digital News Platform

ଶିକ୍ଷକ ଲଳିତ ସୈତାନ୍ ଦିମାଗ ୨୦୦୧ ସଂସଦ ଆକ୍ରମଣ ପୁନରାବୃତ୍ତି କଲା ଫେରାର ଶିକ୍ଷକ!

1 min read

ବୁଧବାର ଅପରାହ୍ନରେ ସଂସଦ ସୁରକ୍ଷା ଭଙ୍ଗ କରି ହୋଇଥିବା ସ୍ମୋକ ଆକ୍ରମଣ ପଛରେ ଥିବା ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଘଟଣା ସମୟରେ ଦୁଇ ଜଣ ଯୁବକ ସଂସଦ ଭିତରେ ଥିବା ବେଳେ ଆଉ ଜଣେ ମହିଳା ଏବଂ ଯୁବକ ସଂସଦ ବାହାରେ ରହିି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ହେଲେ ପରେ ଏହି ଘଟଣାରେ ସମ୍ପୃକ୍ତ ୫ମ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଘଟଣାର ପ୍ରକୃତ ମାଷ୍ଟର ମାଇଣ୍ଡ କୁହାଯାଉଥିବା ଷଷ୍ଠ ଅଭିଯୁକ୍ତ ଲଳିତ ଝା ଏବେ ମଧ୍ୟ ଫେରାର ରହିଛି । ଯାହାକୁ ଧରିବା ପାଇଁ ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଉଦ୍ୟମ ଚଳାଇଛି ।

ଅନୁସନ୍ଧାନରୁ ଜଣାପଡିଛି ଯେ ସଂସଦ ଭିତରେ ସୁରକ୍ଷା ଉଲଘଂନ କରି ହୋଇଥିବା ଆକ୍ରମଣ ପଛରେ ଲଳିତ ଙ୍କର ବଡ ହାତ ରହିଛି । ସୂଚନା ଅନୁସାରେ ଲଳିତ ବୃତ୍ତିରେ ଜଣେ ଶିକ୍ଷକ ହୋଇଥିବା ବେଳେ ସେ ବିହାରର ବାସିନ୍ଦା । ସେ ସହିଦ ଭଗତ ସିଂଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଏପରି କାଣ୍ଡ ଘଟାଇବା ଚାହୁଁଥିଲେ ବୋଲି ଜଣାପଡିଛି । କିନ୍ତୁ ଏହି ଘଟଣାରେ ସମ୍ପୃକ୍ତ ଥିବା ୬ଜଣଙ୍କର କୈାଣସି ଆତଙ୍କବାଦ ଗୋଷ୍ଠୀ ସହିତ କୈାଣସି ଲିଙ୍କ ନାହିଁ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ପୋଲିସ ସୁତ୍ରରୁ ପ୍ରକାଶ ଯେ ଲଳିତ ଝା ତାଙ୍କ ସହେଯାଗୀ ୫ଜଣ ଅଭିଯୁକ୍ତଙ୍କୁ ଗତକାଲି ସକାଳେ ଗୁରୁଗ୍ରାମ ଡକାଇଥିଲେ । ସେଠାରେ ଲଳିତଙ୍କ ଘରେ ପହଞ୍ଚି ସଂସଦରେ କିପରି ଅନୁପ୍ରବେଶ କରି ବିକ୍ଷୋଭ କରିବେ ସେନେଇ ପ୍ରଥମେ ଏକ ନକ୍ସା ପ୍ରସ୍ତୁତ କରିଥିଲେ । ପରେ ଲଳିତ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ । ଏ ସମ୍ପର୍କରେ ସୂଚନା ପାଇବା ପରେ ଲଳିତଙ୍କୁ ଧରିବା ପାଇଁ ଗୁରୁଗ୍ରାମ ଘରେ ପହଞ୍ଚି ରେଡ କରିଥିଲା ପୋଲିସ । କିନ୍ତୁ ଲଳିତ ସେଠାରୁ ଫେରାର ମାରିଥିବା ଜଣାପଡିଛି ।ଲଳିତର ସହେଯାଗୀ ଗିିରଫ ହୋଇଥରବା ୪ଜଣଙ୍କ ମୋବଇଲ ଫୋନ ଯାଞ୍ଚ କରି ଲଳିତଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରୀ ରହିଥିବା ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *