Pratidin TV

Odisha's Digital News Platform

(ଭିଡିଓ) ପ୍ରେମିକ ଅଶ୍ଵଜିତଙ୍କ ହରକତ୍ ପାଇଁ ମୃତ୍ୟୁ ସହ ଲଢୁଛି ମୋ ଭଉଣୀ ପ୍ରିୟା…

ଉତ୍ତରପ୍ରଦେଶ ଠାଣେର ପ୍ରେମିକାକୁ କାର ଚଢାଇ ମାରିଦେବା ଘଟଣାରେ ଏବେ ମୁହଁ ଖୋଲିଲେ ପିଡିତା ପ୍ରେମିକାଙ୍କ ସାନ ଭଉଣୀ । ଭୁଲ ଲୋକଙ୍କୁ ଭଲ ପାଇ ଏବେ ମେଡିକାଲ ବେଡରେ ଛଟପଟ ହେଉଛି ମୋ ଭଉଣୀ । ସାଢେ ଚାରିବର୍ଷ ପ୍ରେମ ସମ୍ପର୍କ ପରେ ଆରମ୍ଭ ହୋଇଥିଲା ସମ୍ପର୍କରେ ତିକ୍ତତା । ଆଉ ସ୍ତ୍ରୀ ଥାଉ ଥାଉ ପ୍ରେମିକା ପ୍ରିୟା ସିଂ ବିବାହ ପାଇଁ ମିଛ ପ୍ରତିଶ୍ରୁତି ଦେଇଥିଲା ପ୍ରେମିକ ଅଶ୍ୱଜିତ୍ । କିନ୍ତୁ ଶେଷରେ ପ୍ରେମିକା ସହ ବିଶ୍ୱସ ଘାତକତା କରି ଜୀବନରୁ ମାରିଦେବାକୁ କରିଥିଲା ଉଦ୍ୟମ । ହେଲେ ସୈାଭାଗ୍ୟବଶତଃ ବଞ୍ଚି ଯାଇଥିଲା ପ୍ରିୟାଙ୍କ ଜୀବନ । ଆଉ ଯେତେବେଳେ ନ୍ୟାୟ ପାଇଁ ପ୍ରିୟା ସିଂ ପୋଲିସ ପାଖକୁ ଯାଇଥିଲେ । ସେତେବେଳେ ଅଭିଯୁକ୍ତଙ୍କୁ ଗିରଫ ନ କରିବା ପାଇଁ ପୋଲିସ ଉପରେ ପଡିଥିଲା ଚାପ । କାରଣ ପ୍ରେମିକ ଅଶ୍ୱଜିତ୍‌ର ବାପା ଥିଲେ ଜଣେ ପ୍ରଭାବଶାଳୀ ବ୍ୟକ୍ତି । ଆଉ ଶେଷରେ ନିଜ ଆକାଉଣ୍ଟରେ ପୋଷ୍ଟ କରିଥରଲେ ଏ ସବୁ ଘଟଣା । ଯେଉଁଥିପାଇଁ ପୂରା ଘଟଣା ଏବେ ଲୋକଲୋଚନ କୁ ଆସିଛି ।

Leave a Reply

Your email address will not be published. Required fields are marked *